ପ୍ରି ପ୍ଲାନିଂ କରି ବିକାଶ ଦୁବେକୁ ଏନକାଉଣ୍ଟର କରିଛି ପୋଲିସ ! କିଛି ସମୟ ପୂର୍ବରୁ ସେହି ନିର୍ଦ୍ଦିଷ୍ଟ ରୁଟ୍‌ରେ ବନ୍ଦ କରାଯାଇଥିଲା ଯାନବାହାନ ଚଳାଚଳ

Published By : Prameya-News7 Bureau | July 10, 2020 IST

କାନପୁର, ୧୦।୦୭:  ୮ ପୋଲିସକର୍ମୀଙ୍କୁ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବିକାଶ ଦୁବେ ଏନକାଉଣ୍ଟରରେ ନିହତ ହୋଇଛି । ଏନକାଉଣ୍ଟରରେ ଗୁରୁତର ହେବା ପରେ ବିକାଶ ପ୍ରାଣ ହରାଇଥିଲା । ଏଥିରେ ୪ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । କାନପୁରର ଏସଏସପି ଦିନେଶ କୁମାର ଏନକାଉଣ୍ଟର ବାବଦରେ ସ୍ପଷ୍ଟ କରିଛନ୍ତି ।  ତେବେ ଏହା ଏକ ଯୋଜନାବଦ୍ଧ ଏନକାଉଣ୍ଟର ବୋଲି ଅନେକ କହିଛନ୍ତି । ବିକାଶକୁ ଜେରା କରିଥିଲେ ସେ ଅନେକ ନେତା, ବ୍ୟବସାୟୀଙ୍କ ମୁଖା ଖୋଲିବାର ସମ୍ଭାବନା ରହିଥିଲା ।

ଏସଏସପି ଦିନେଶ କୁମାର କହିଛନ୍ତି ଯେ, ଯେତେବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେଲା ଆହତ ବିକାଶ ଦୁବେ ପୋଲିସର ବନ୍ଧୁକ ଛଡାଇ ଫେରାର ହେବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ ଆତ୍ମସମର୍ପଣ ପାଇଁ କହିଥିଲା କିନ୍ତୁ ସେ ଓଲଟା ଗୁଳିମାଡ କରିଥିଲା । ପୋଲିସର ପାଲଟା ଜବାବରେ ବିକାଶର ଅଣ୍ଟା ଓ ଛାତିରେ ଗୁଳି ବାଜିଥିଲା ।

ଏହାପୂର୍ବରୁ ବିଭିନ୍ନ ଗଣାମାଧ୍ୟମର ଗାଡିକୁ ଏନକାଉଣ୍ଟରସ୍ଥଳରୁ ଦୂରରେ ଅଟକାଯାଇଥିଲା । ଏହାପରେ ପୋଲିସର କାର୍ ଆଗକୁ ବଢିଥିଲା ଓ ଦୁର୍ଘଟଣା ହୋଇଥିଲା । ଶୁକ୍ରବାର ସକାଳ ୬ଟା ୩୨ରେ କାନପୁରରେ ଏସଟିଏଫ ବିକାଶ ଦୁବେକୁ ନେଇ ପ୍ରବେଶ କରିଥିଲା । ଏହାପରେ ବିଭିନ୍ନ ଗଣମାଧ୍ୟମର ଗାଡି ଏସଟିଏଫ୍ ଗାଡି ପଛରେ ଥିଲେ । କିନ୍ତୁ ହଠାତ ଅନ୍ୟ ଗାଡି ସହ ଗଣମାଧ୍ୟମ ଗାଡିକୁ ମଧ୍ୟ କାନପୁର ପୋଲିସ ଅଟକାଇଥିଲା । ଏପରିକି ସମସ୍ତ ଗାଡିକୁ ତଲାସୀ କରାଯାଇଥିଲା ।

ଅନେକ ନେତା ମଧ୍ୟ ଏହି ଏନକାଉଣ୍ଟରକୁ ପ୍ରି ପ୍ଲାନିଂ କହିଛନ୍ତି । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଏହି ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହ ସୁଚିନ୍ତିତ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.