Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ, ୨/୩ ଆତଙ୍କୀ ଲୁଚି ରହିଥିବା ଆଶଙ୍କା

25/01/2020 at 10:45 AM

ଶ୍ରୀନଗର ୨୫।୦୧: ଜାମ୍ମୁ-କାଶ୍ମୀର ପୁଣି ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ଜାରି ରହିଛି । ପୁଲଓ୍ବାମାର ତ୍ରାଲ ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରୁଛନ୍ତି ସୁରକ୍ଷାକର୍ମୀ । ଉଭୟଙ୍କ ପଟୁ ଜୋରଦାର ଗୁଳିନିନିମୟ ଜାରି ରହିଛି । ନିକଟସ୍ଥ ସମସ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ପୁଲଓ୍ବାମା ଜିଲ୍ଲା ତ୍ରାଲର ହରିଗାମ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କ ଗୁଇନ୍ଦା ସୂଚନା ମିଳିଥିଲା । ସୁରକ୍ଷାକର୍ମୀ ଖବର ପାଇଁ ସ୍ଥାନୀୟ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସମ୍ପୂର୍ଣ୍ଣ ହରିଗାମ ଗାଁକୁ ସୁରକ୍ଷାକର୍ମୀମାନେ ଘେରି ରଖିଛନ୍ତି ।  ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳିମାଡ ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡ ଦେଖି ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ ଜାରି ରଖିଛିନ୍ତି । ଏହାପୂର୍ବରୁ ଶୁକ୍ରବାର ଦିନ ରାତିରେ ଶ୍ରୀନଗର ଡାଉନଟାଉନ ଅଞ୍ଚଳରେ ପୋଲିସ ପୋଷ୍ଟକୁ ଲକ୍ଷ୍ୟ କରାଯାଇ ଗ୍ରେନେଡ୍‌ ମାଡ କରାଯାଇଥିଲା । ଏହି ଗ୍ରେନେଡେ ମାଡରେ ଦୁଇ ଯବାନଙ୍କ ସମେତ ତିନି ଜଣ ସାଧାରଣ ଲୋକ ଆହତ ହୋଇଥିଲେ । ଆକ୍ରମଣ ପରେ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ତେବେ ଲୁଚି ରହିଥିବା ଆତଙ୍କବାଦୀ କେଉଁ ସଂଗଠନ ସହ ଜଡିତ ତାହା ସ୍ପଷ୍ଟ ହୋଇନାହିଁ ।

   Related Posts