ହନ୍ଦୱାଡାରେ ଲଗାତାର ୩ ଦିନ ହେଲା ଚାଲିଛି ଫାଇରିଙ୍ଗ : ୫ ଯବାନ ସହିଦ

Published By : Prameya-News7 Bureau | March 03, 2019 IST

ହନ୍ଦୱାଡା ୩/୩ : କାଶ୍ମୀର ହନ୍ଦୱାଡାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଶୁକ୍ରବାର ଠାରୁ ଗୁଳି ବିନିମୟ ଚାଲିଛି | ଆତଙ୍କବାଦୀଙ୍କ ଗୁଳିରେ ସିଆରପିଏଫର ୩ ଯବାନ ସହିଦ ହେବା ସହ ଜାମ୍ମୁ କାଶ୍ମୀର ପୋଲିସର ୨ ଯବାନ ସହିଦ ହୋଇଛନ୍ତି | ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି | ଆତଙ୍କବାଦୀମାନେ ରହି ରହି ଗୁଳି ବର୍ଷା କରୁଛନ୍ତି | ଗୁଳି ବିନିମୟରେ ଜଣେ ନାଗରିକ ମଧ୍ୟ ନିହତ ହୋଇଥିବା ଜଣାପଡିଛି | ଏହାଛଡା ୭ଜଣ ଆହତ ହୋଇଥିବା ଜଣାପଡିଛି | ପ୍ରଶାସନ ତରଫରୁ ସେହି ଅଂଚଳରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରିବା ସହ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି |

{"id":90290}


ସହିଦ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସିଆରପିଏଫର ଇନ୍ସପେକ୍ଟର ପିନଟୋ, କନେଷ୍ଟବଳ ବିନୋଦ, ରାଜ୍ୟ ପୋଲିସର ୨ କର୍ମୀ ଯଥା, ନସୀର ଅହମଦ ଏବଂ ମୁସ୍ତାଫା ଅଛନ୍ତି | ଉଭୟ ପକ୍ଷର ଗୁଳି ବିନିମୟରେ ପ୍ରାଣ ହରାଇଥିବା ନାଗରିକଙ୍କ ପରିଚୟ ୱଶିମ ଅହମଦ |


ବାବଗୁଣ୍ଡ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଗୁରୁବାର ରାତି ପ୍ରାୟ ୮ଟା ବେଳେ ସୁରକ୍ଷାକର୍ମୀ ସ୍ଥାନୀୟ ଅଂଚଳକୁ ଘେରି ଯାଇଥିଲେ | ରାତି ପ୍ରାୟ ଗୋଟାଏ ବେଳେ ସୁରକ୍ଷାକର୍ମୀ ଗାଁର ଏକ ଭିତିରି ଜାଗାକୁ ଯିବାବେଳେ ଆତଙ୍କବାଦୀ ଗୁଳି ଚଳାଇଥିଲେ | ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ | କିନ୍ତୁ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ | ଉଭୟ ପକ୍ଷର ଗୁଳି ବିନିମୟରେ ଆତଙ୍କବାଦୀ ଲୁଚି ରହିଥିବା ଘର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା | ଭଙ୍ଗା ଘର ତଳେ ଆତଙ୍କବାଦୀ ମରି ପଡିଥିବା ଭାବି ସୁରକ୍ଷାକର୍ମୀ ସେମାନଙ୍କ ମୃତଦେହ ବାହାର କରିବା ପାଇଁ ପାଖକୁ ଯିବାରୁ ଅଚାନକ ଘଙ୍ଗା ଘର ତଳୁ ଉଠି ଆତଙ୍କବାଦୀମାନେ ପୁଣି ଗୁଳି ଚଳାଇଥିଲେ |

{"id":90291}


ଅଚାନକ ଗୁଳି ଚଳାଇବାରୁ ୪ ଯବାନ ଗୁରୁତର ଆହତ ହୋଇଥିଲେ | ଅନ୍ୟ ଯବାନ ତୁରନ୍ତ ନିଜ ପୋଜିସନକୁ ଯାଇ ଫାଇରିଙ୍ଗ ଆରମ୍ଭ କରିଥିଲେ | ଗୁରୁତର ଆହତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ | ଆତଙ୍କବାଦୀ ଏବେ ଅଲଗା ଘରେ ଶରଣ ନେଇଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.