ଜାମ୍ମୁ-କାଶ୍ମୀରରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ : ଜଣେ ଆତଙ୍କବାଦୀ ନିହତ

Published By : Prameya-News7 Bureau | October 01, 2019 IST

ଜାମ୍ମୁ ୧/୧୦: ଆଜି ସକାଳେ କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ ଯବାନଙ୍କୁ ଆତଙ୍କବାଦୀ ପ୍ରବେଶ କରିଥିବାର ସୂଚନା ମିଳିଥିଲା। ଯବାନମାନେ ଏହି ଅଞ୍ଚଳକୁ ଘେରଉ କରିଥିଲେ। ଏହା ପରେ ଆତଙ୍କବାଦୀମାନେ ଫସି ରହିଥିବା ଦେଖି ଯବାନଙ୍କ ଉପରକୁ ଗୁଳି ବର୍ଷା କରିଥିଲେ। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଯବାନମାନେ ଅପିଲ କରିଛନ୍ତି। ଏହା ସତ୍ବେ ଆତଙ୍କବାଦୀମାନେ ଗୁଳିମାଡ଼ ଜାରି ରଖିଥିବାରୁ ଭାରତୀୟ ସେନା ମଧ୍ୟ ଏହାର ଜବାବ ଦେଉଛି। ସେନା,ସିଆରପିଏଫ ଏବଂ ଏସଓଜିର ମିଳିତ ଟିମ୍ ସମଗ୍ର ଅଞ୍ଚଳକୁ ଚାରିଆଡ଼ୁ ଘେରିଛି।

ଏଏନଆଇ ମୁତାବକ ଭାରତୀୟ ସେନାର ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅଧିକ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରାଯାଇଛି। ଭାରତୀୟ ସେନା ମଧ୍ୟ ଅପରେସନ ଏଯାଏଁ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.