ପୁଞ୍ଚ୍ ସେକ୍ଟରରେ ଅପରେସନ : ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କଲା ଭାରତୀୟ ସେନା, ଜଣେ ସହଯୋଗୀ ଗିରଫ

Published By : Prameya-News7 Bureau | December 13, 2020 IST

ଶ୍ରୀନଗର ୧୩/୧୨ : ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ସେକ୍ଟରରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ ହୋଇଛି । ଗୁଳିମାଡରେ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ତେବେ ଆତଙ୍କବାଦୀଙ୍କ ଜଣେ ସହଯୋଗୀକୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ ମିଳିତ ଟିମ ଏହି ଅପରେସନକୁ ସଫଳତାର ସହିତ ଶେଷ କରିଛନ୍ତି ।

ମୁଗଲ ରୋଡ ଡୁଗରାନ୍ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା । ତେବେ ତୁରନ୍ତ ଆଖ ପାଖରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହା ପରେ ନିରୁପାୟ ହୋଇ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ । ଜବାବରେ ପାଲଟା ଆକ୍ରମଣ କରିଥିଲା ଭାରତୀୟ ସେନା । ସେନାର ପାଲଟା ଆକ୍ରମଣରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଜାମ୍ମୁ-କାଶ୍ମୀର ପୋଲିସ କହିବା ମୁତାବକ ଆତଙ୍କବାଦୀମାନଙ୍କୁ ସମର୍ପଣ କରିବା ପାଇଁ ସୁଯୋଗ ଦିଆଯାଇଥିଲା । ଏହା ପରେ ମଧ୍ୟ ଆତଙ୍କବାଦୀମାନେ ସୁରକ୍ଷାବଳ ଉପରକୁ ଆକ୍ରମଣ ଆରମ୍ଭ କରିଥିଲେ । ତେବେ ପାଲଟା ଆକ୍ରମଣରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଜଣେ ସ୍ଥାନୀୟ ଆତଙ୍କବାଦୀକୁ ଗିରଫ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.