ସୀମାରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୩ ଯବାନ ଗୁରୁତର ଓ ଜଣେ ଆତଙ୍କୀ ଆହତ

Published By : Prameya-News7 Bureau | October 24, 2021 IST

ଶ୍ରୀନଗର ୨୪/୧୦: ଜମ୍ମୁ-କାଶ୍ମୀର ପୁଞ୍ଛରେ ପୁଣି ଗୁଳିବିନିମୟ । ସୁରକ୍ଷାକର୍ମୀ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯଇଛି । ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଯବାନମାନେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଅଚାନକ ଗୁଳିମାଡ କରିଥିଲେ ଆତଙ୍କୀ । ଏହାର ପାଲଟା ଯବାବରେ ଆତଙ୍କିଙ୍କ ଉପରକୁ ବି ଗୁଳିମାଡ କରିଥିଲେ ସୁରକ୍ଷାକର୍ମୀ ।

ଫଳରେ ଏହି ଗୁଳିବିନିମୟରେ ୩ଯବାନ ଆହତ ହୋଇଛନ୍ତି । ଏହାସହ ଜଣେ ଆତଙ୍କବାଦୀ ବି ଗୁରୁତର ଆହତ ହୋଇଛି । ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀର ପୁଂଛରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିଲା । ଗତ କିଛି ଦିନ ଧରି ଲଗାତାର ଏଠାରେ ଏନକାଉଣ୍ଟର ଜାରି ରହିଛି । ଏବେବି ସେଠାରେ କାଳେ ଆଉ କିଛି ଆତଙ୍କୀ ଲୁଚି ରହିଥିବେ ସେନେଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.