ଶ୍ରୀନଗରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ

Published By : Prameya-News7 Bureau | July 16, 2021 IST

ଜାମ୍ମୁ କାଶ୍ମୀର ୧୬/୦୭: କାଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀର ଅପରେସନ୍ ଜାରି ରହିଛି । ବିଳମ୍ବିତ ରାତିରେ ଶ୍ରୀନଗରର ସୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଏବେ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ୨ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରିଛି ସୁରକ୍ଷା ବାହିନୀ ।

wp:html /wp:html

ଏହି ଏନକାଉଣ୍ଟରରେ ଦୁଇଜଣ CRPF ଯବାନ ମଧ୍ୟ ଆହତ ହେବାର ଖବର ମଧ୍ୟ ଅଛି । ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ଏନକାଉଣ୍ଟର ଚାଲିଥିଲା ​​ଏବଂ ସୁରକ୍ଷା ବାହିନୀ ଅନେକ ଆତଙ୍କବାଦୀଙ୍କୁ ମାରି ଗଡାଇବାରେ ସକ୍ଷମ ହୋଇଥିଲେ । ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର ପୋଲିସ ବାନ୍ଦିପୋରାରୁ ଆତଙ୍କବାଦୀଙ୍କ ଜଣ ସହାୟତାଙ୍କୁ ବି ଗିରଫ କରିଛି । ଗୁଳି, ନକଲି ସିମ୍ ଏବଂ ନକଲି ଦଲିଲ ସମେତ ଅନେକ ଜିନିଷ ଉଦ୍ଧାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.