ଖୋର୍ଦ୍ଧାରେ ଏନକାଉଣ୍ଟର :ଖୋର୍ଦ୍ଧା ଟିଏଲସି ରୋଡର ଭାଲିଆବାଡି ଖେଳ ପଡ଼ିଆ ନିକଟରେ ଖଣି ମାଫିଆଙ୍କ ସହ କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ର ଗୁଳି ବିନିମୟ

Published By : Prameya-News7 Bureau | June 30, 2019 IST

ଖୋର୍ଦ୍ଧା ୩୦/୬: ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ଖୋର୍ଦ୍ଧା ସହର ଟିଏଲସି ରୋଡର ଭାଲିଆବାଡି ଖେଳ ପଡ଼ିଆ ନିକଟରେ ଏନକାଉଣ୍ଟର । ଖଣି ଓ ଡ୍ରଗସ୍ ମାଫିଆଙ୍କ ସହ କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ ର  ଗୁଳି ବିନିମୟ । ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୁର ସହଯୋଗୀ ମନୋରଞ୍ଜନ ଗୋଡରେ ଗୁଳି ବାଜିଛି । ସଞ୍ଜୁ  ଓ ତାର ଆଉ ୩-୪ଜଣ ସହଯୋଗୀ ଖସିପଳାଇଥିବାରେ ସକ୍ଷମ ହୋଇଛନ୍ତି ।  ଅଭିଯୁକ୍ତମାନେ ବ୍ୟବହାର କରିଥିବା କାର୍  OD-02V3880 କୁ ମଧ୍ୟ ଏସଟିଏଫ୍  ଟିମ୍  ଜବତ କରିଛି ।

{"id":128763}

  କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡିଛି   ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ପ୍ରଧାନ ନାମରେ ବେଆଇନ୍ ଖଣି କାରବାର ନେଇ ଅଭିଯୋଗ ଥିଲା । ତାଙ୍କ ଗତିବିଧି ଉପରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍  ନଜର ରଖିଥିଲେ । ତେବେ   ସନ୍ଦୀପ ତାଙ୍କର ସହଯୋଗୀ ମନୋରଞ୍ଜନ ସାହୁ ଓ ଅନ୍ୟ କେତେକ ଖୋର୍ଦ୍ଧା ସହରର ଟିଏଲସି ରୋଡ୍  ଅଞ୍ଚଳରେ ଥିବା ନେଇ କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଥିଲା ।

{"id":128764}

ଏହି ସୂଚନା ଆଧାରରେ ଆଲୋକ ଜେନାଙ୍କ ନେତୃତ୍ବରେ ଏସଟିଏଫ୍  ଟିମ୍  ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ପୁଲିସକୁ ଦେଖି ଏହି ଗୋଷ୍ଠୀ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା । ଏହି ସମୟରେ ସେମାନେ ପୁଲିସକୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଠା କରିବାରୁ ପୁଲିସ ଗୁଳି ଚଳାଇଥିଲା।

{"id":128765}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.