Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ

21/06/2021 at 8:02 AM

ଶ୍ରୀନଗର ୨୧/୬ : ଜାମ୍ମୁ କଶ୍ମୀରର ବାରମୂଲାରେ ଭାରତୀୟ ସେନାଙ୍କୁ ବଡ ଧରଣର ସଫଳତା । ସେନା ବାହିନୀର ଏନକାଉଣ୍ଟରରେ ଟଳିଛି ଲସ୍କରୀ କମାଣ୍ଡର । ଜିଲ୍ଲାର ସପୋର ଅଂଚଳରେ ସୁରକ୍ଷା ବାହିନୀ ତରଫରୁ ବଡ ଧରଣର ଅପରେସନ କରାଯାଇଥିଲା । ଏଠାରେ ଆତଙ୍କବାଦୀ ଲୁଚିରହିଥିବା ନେଇ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା ।

ତେବେ ଏହି ଏନକାଉଣ୍ଟରରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ମୋଟ ୩ ଜଣ ନିହତ ହୋଇଛନ୍ତି । ତେବେ ରାତି ସାରା ଏନକାଉଣ୍ଟର ଚାଲିଥିଲା । ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜାମ୍ମୁ କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ, ନିକଟରେ ୩ ଜଣ ପୋଲିସ କର୍ମଚାରୀ, ୨ ଜଣ ପାର୍ଷଦ ଓ ୨ ଜଣ ସାଧାରଣ ନାଗରିକଙ୍କ ହତ୍ୟାକାଣ୍ଡରେ ସାମିଲ ଲସ୍କର-ଏ-ତୋଏବାର କମାଣ୍ଡର ।

ସେ ଆହୁରି କହିଛନ୍ତି ଯେ, ୧୨ ଜୁନରେ ଉତ୍ତର କାଶ୍ମୀରରେ ହୋଇଥିବା ହମଲା ପରେ ସୁରକ୍ଷା ବାହିନୀ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ ୧୬ ଜୁନରେ ମଧ୍ୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା ।  

   Related Posts