ଜମ୍ମୁ କଶ୍ମୀର ପୁଲଓ୍ୱାମାରେ ଏନ୍‌କାଉଣ୍ଟର : ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ, କମ୍ୱିଂ ଜୋରଦାର

Published By : Prameya-News7 Bureau | July 14, 2021 IST

ଶ୍ରୀନଗର ୧୪/ ୭ : ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଭାରତ ସୀମାକୁ ବେଧଡକ ପ୍ରବେଶ କରିବାରେ ଲାଗିଛନ୍ତି ଆତଙ୍କବାଦୀ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନିୟନ୍ତ୍ରଣ ରେଖା ନିକଟରେ ଅନେକ ସମୟରେ ପାକିସ୍ତାନୀ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି । ଆଜି ଭୋରରୁ ପୁଲୱାମା ସହରରେ ଭାରତୀୟ ଯବାନ ପକ୍ଷରୁ ଏନକାଉଣ୍ଟର କରାଯାଇଛି ।

wp:html /wp:html

ଏଠାରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା । ପୂର୍ବରୁ ଏଠାରେ ଆତଙ୍କବାଦୀ ଲୁଚି ରହିଥିବା ବିଷୟରେ ସୁରକ୍ଷା ବାହିନୀଙ୍କୁ ସୂଚନା ମିଳିଥିଲା । ଏନକାଉଣ୍ଟର ସ୍ଥାନରେ ବହୁ ସଂଖ୍ୟକ ସୁରକ୍ଷା କର୍ମୀ ଏବଂ ପୋଲିସ ନିୟୋଜିତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ଏହି ସୂଚନା ଦେଇଛି । ଏହାପୂର୍ବରୁ ଜୁଲାଇ ୮ରେ ପୁଲୱାମାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ କମାଣ୍ଡର ବୁରହାନ ୱାନିଙ୍କ ହତ୍ୟା ହେବାର ପାଞ୍ଚ ବର୍ଷ ପୂରିବାକୁ ଗୁରୁବାର ଦିନ ଉପତ୍ୟକାର କିଛି ଅଞ୍ଚଳ ବନ୍ଦ ରହିଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା । ସେହି ଦିନ ଜାମ୍ମୁ କାଶ୍ମୀରର କୁଲଗାମରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ । ନିହତ ଆତଙ୍କବାଦୀମାନେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଏବଂ କିଫାୟତ ରମଜାନ ସୋଫି ଏବଂ ଅଲ ବଦରର ଇନାୟତ ଅହମ୍ମଦ ଦାର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.