ଗଞ୍ଜାମ ପୋଲିସକୁ ସଫଳତା : ଗୁଳିର ଜବାବ ଗୁଳିରେ ଦେଲା ପୋଲିସ

Published By : Prameya-News7 Bureau | October 28, 2019 IST

ଗଞ୍ଜାମ ୨୮/୧୦: ଗୁଳିର ଜବାବ ଗୁଳିରେ ଦେଲା ପୋଲିସ । ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ସଫଳତା ମିଳିଛି । ଗୁଳିକାଣ୍ଡର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ଆସିକା ପୋଲିସ ।

{"id":175717}

ଗତକାଲି ରାତିରେ ଆସିକା ଥାନା ପାଣ୍ଡିଆପଥର ଗାଁର ବଳରାମ ସେଠୀଙ୍କ ଉପରକୁ ଗୁଳିମାଡ଼ କରିଥିଲା ଟାଙ୍ଗିରି ଦୋରା ।ବଳରାମଙ୍କୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେପଟେ ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା । ସ୍ଥାନୀୟ ଚାରି ମାଇଲ ଛକରେ ଟାଙ୍ଗିରି ଓ ପୋଲିସ ମୁହାଁମୁହିଁ ହୋଇଥିଲେ ।

{"id":175718}

ପୋଲିସ ଉପରକୁ ଗୁଳି ଚଳାଇ ସେ ଖସିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିରେ ସେ ଆହତ ହୋଇଛି । ତାର ବାମ ଗୋଡ଼ରେ ଗୋଟିଏ ଗୁଳି ବାଜିଛି । ତା ନିକଟରୁ ପୋଲିସ ଗୋଟିଏ ବନ୍ଧୁକ ଓ ବାଇକ୍  ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.