Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ଭଦ୍ରକରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର, ୨୯ ଲକ୍ଷ ଟଙ୍କା ଲୁଟ୍ ଘଟଣାର ସଂପୃକ୍ତି ଥିଲେ

1/12/2021 at 7:59 AM

ଭଦ୍ରକ ୦୧/୧୨: ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର । ୨୯ ଲକ୍ଷ ଟଙ୍କା ଲୁଟ ଘଟଣାର ସଂଶ୍ଳିଷ୍ଟ ଥିବା ସୂଚନା । ଭଦ୍ରକ ଜିଲ୍ଲାର ବରପଦା ନିକଟରେ ଏନକାଉଣ୍ଟର ହୋଇଛି । ଦୁଇ ଜଣ ଅପରାଧୀଙ୍କୁ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ଥିବା ବେଳେ ଭଦ୍ରକ ପୋଲିସ ଏନକାଉଣ୍ଟର କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ପୋଲିସକୁ ପାଲଟା ଆକ୍ରମଣ ହୋଇଥିବା ସୂଚନା ମିଳିଛି ।

ତେବେ ଅପରାଧୀଙ୍କ ପ୍ରତି ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହ କେତେକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଦୁଇ ଅପରାଧୀ ହେଉଛନ୍ତି ସୋର ଅଞ୍ଚଳର ପ୍ରହ୍ଲାଦ ଦାସ, ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ ବୋଲି ସୂଚନା ମିଳିଛି । ଏନେଇ ପୋଲିସ ଅଧିକ ସୂଚନା ଦେଇନାହିଁ । ଦୁଇ ଅପରାଧୀ ଭଦ୍ରକରେ ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତି ସନ୍ଦେହ କରାଯାଉଛି । ତେବେ ଲୁଟରେ ସମ୍ପୃକ୍ତ ଥିବା ୬ଅପରାଧୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୪ ଜଣ ଅପରାଧୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

ସେମାନଙ୍କ ନିକଟରୁ ୩ ବନ୍ଧୁକ, ଦୁଇ ଖଣ୍ଡା, ୪ ମାଗାଜିନ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଖବର ପାଇ ଯାଇଥିବା ବେଳେ ପୋଲିସକୁ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଗ୍ୟାଙ୍ଗ ବହୁ ଲୁଟରେ ଜଡିତ ଥିବା ସୂଚନା ମିଳିଛି ଓ ଗ୍ୟାଙ୍ଗ ସହ ବିହାର ଲିଙ୍କର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

   Related Posts