Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦକ୍ଷିଣ ବ୍ରାଜିଲରେ ନିର୍ମିତ ହେଉଛି ବିଶ୍ୱର ସର୍ବ ବୃହତ୍ତ ଜୀଶୁ ମୂର୍ତ୍ତି,‘କ୍ରିଷ୍ଟ ଦି ରିଡିମର’ଠାରୁ ମଧ୍ୟ ବଡ଼

10/04/2021 at 10:48 PM

ଏନକାଣ୍ଟାଡୋ: ଦକ୍ଷିଣ ବ୍ରାଜିଲେରେ ନିର୍ମାଣଧୀନ ଜୀଶୁଙ୍କ ବିଶାଳ ପ୍ରତିମାରେ ବିସ୍ତାରିତ ବାହୁ ସଂଯୁକ୍ତ ହୋଇଛି। ଚଳିତ ସପ୍ତାହରେ ଏହି କାର୍ଯ୍ୟ ସଫଳତାର ସହ ଶେଷ  ହୋଇଥିବା ବେଳେ ନିର୍ମାଣ  ସରିଲେ ଏହା ରିଓ ଡି ଜେନରିଓର ପାହାଡ ଉପରେ ନିର୍ମିତ ବିଶାଳ ‘କ୍ରିଷ୍ଟ ଦି ରିଡମର’ଠାରୁ ମଧ୍ୟ ବେଶ ବଡ଼ ହେବ ବୋଲି କୁହାଯାଉଛି। ରିଓ ଗ୍ରାଣ୍ଡେ ଡୋ ସୁଲ ରାଜ୍ୟର ଏନକାଣ୍ଟାଡା ସହରରେ ଏହି ମୂର୍ତ୍ତିର ନିର୍ମାଣ ୨୦୧୯ରେ ଆରମ୍ଭ ହୋଇଥିଲା।

ଫ୍ରେଣ୍ଡସ୍‌ ଅଫ କ୍ରିଷ୍ଟ ଆସୋସିଏସନ ପକ୍ଷରୁ ଚଳାଯାଇଥିବା ନିର୍ମାଣ ଚଳିତବର୍ଷ ଶେଷ ସୁଦ୍ଧା ସମ୍ପନ୍ନ ହେବ ବୋଲି ଆକଳନ କରାଯାଉଛି। ଏହାକୁ ‘କ୍ରିଷ୍ଟ ଦି ପ୍ରୋଟେକ୍ଟର’ ନାମରେ ନାମିତ କରାଯିବ। ଏହି ମୂର୍ତ୍ତିର ଉଚ୍ଚତା ୪୩ ମିଟର (୧୪୦ଫୁଟ) ହୋଇଥିବା ବେଳେ ବିଶ୍ୱରେ ଏହା ଜୀଶୁ ମସିହାଙ୍କ ସର୍ବ ବୃହତ୍ତ ବିସ୍ତାରିତ ବାହୁଯୁକ୍ତ ମୂର୍ତ୍ତିରେ ପରିଣତ ହେବ। ଏହି ଏହି ମୂର୍ତ୍ତିର ବିସ୍ତାରିତ ଦୁଇ ବାହୁର  ଚୌଡା ୩୬ ମିଟର ରହିଛି।

ମୂର୍ତ୍ତିର ରକ୍ଷଣାବେକ୍ଷଣ ଲାଗି ଅନ୍ତରୀଣ ସୋପାନ ଶ୍ରେଣୀ ଥିବା ବେଳେ ଶୀର୍ଷରେ ଏକ ପର୍ଯ୍ୟବେକ୍ଷଣ ଡେକ୍‌ ରହିଛି। ଏହି ମୂର୍ତ୍ତି ଅନୁସାରେ ଦେଖିଲେ ରିଓ ଡି ଜେନରିଓରେ ସ୍ଥାପିତ କ୍ରିଷ୍ଟ ଦି ରିଡିମରର ଉଚ୍ଚତା ୩୮ ମିଟର ହୋଇଥିବା ବେଳେ ଦୁଇ ବାହୁର ଚୌଡା  ୨୮ ମିଟର।  ଆଗାମୀ ଅକ୍ଟୋବର ମାସରେ ମୂର୍ତ୍ତି ସ୍ଥାପନାର ୯୦ତମ ବାର୍ଷିକ ପାଳନ କରିବ। ୨୨ ହଜାର ଜନସଂଖ୍ୟା ବିଶିଷ୍ଟ ଏନକାଣ୍ଟାଡୋ ସହର ରାଜଧାନୀ ପୋର୍ଟୋ ଏଲେଗ୍ରରୁ ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୧୪୫ କିଲୋମିଟର ଦୂରରେ ଅବସ୍ଥିତ।

ଏଠାରେ ଏହି ପ୍ରକଳ୍ପ ସ୍ଥାପନାର ଉଦ୍ଦେଶ୍ୟ  ଲୋକଙ୍କ ମନରେ ଆଧ୍ୟାତ୍ମିକ ଆସ୍ଥା ସୃଷ୍ଟି ସହ ସ୍ଥାନୀୟ ଅଞ୍ଚଳ ପ୍ରତି ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ବୋଲି ଫ୍ରେଣ୍ଡସ୍ ଅଫ କ୍ରିଷ୍ଟ କାର୍ଯ୍ୟକର୍ତ୍ତା କହିଛନ୍ତି। ବାସ୍ତୁକାର ଜେନେସିଓ ଏବଂ ତାଙ୍କ ପୁଅ ମାର୍କୁସ ମୌରାଙ୍କ ଦେଖରେଖରେ ଏହି ବିଶାଳ ପ୍ରତିମାର ନିର୍ମାଣ ହେଉଛି। ଏହାର ନିର୍ମାଣ ବାବଦେ ୨ ନିୟୁତ ରିୟଲ (୩ଲକ୍ଷ ୫୦ ହଜାର ଡଲାର) ଖର୍ଚ୍ଚ ହେବ।  ତେବେ ଲୋକଙ୍କ ଦାନରେ ଏହି କାର୍ଯ୍ୟ ଏଠାରେ ଆଗେଇ ଚାଲିଛି।

   Related Posts