Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପ୍ରତି ଚୁମ୍ବନ ଦୃଶ୍ୟ ପରେ ବିଦ୍ୟା ବାଲାନଙ୍କୁ ଇମ୍ରାନ ହାସମୀ କରୁଥିଲେ ଏହିପ୍ରଶ୍ନ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

2/01/2019 at 4:19 PM

ମୁମ୍ବଇ୨|୧: ଇମ୍ରାନ ହାସମୀଙ୍କୁ ବଲିଉଡର ସିରିଏଲ କିସ୍ସର ବୋଲି କୁହାଯାଏ। ତାଙ୍କ ଅଭିନୟ ଯୋଗୁଁ ସେ ଯୁବ ପିଢିର ଖୁବ ପ୍ରିୟ। ଖୁବ କମ ଦିନ ମଧ୍ୟରେ ସେ ତାଙ୍କ ଅଭିନୟ ପାଇଁ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି।

ଇମ୍ରାନ ହାସମୀଙ୍କ ଜନ୍ମ ୧୯୭୯ ମସିହା ମାର୍ଚ୍ଚ ୨୪ ତାରିଖରେ ମୁମ୍ବାଇରେ ହୋଇଥିଲା। ଟେଲିଭିଜନକୁ ଆସିବା ଆଗରୁ ସେ ୨୦୦୧ର ଚଳଚ୍ଚିତ୍ର “ରାଜ”ରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ବିକ୍ରମ ଭଟ୍ଟଙ୍କ ଫିଲ୍ମ “ଥ୍ରୀଲର ଫୁଟପାଥ” ରୁ ହାସମୀ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ଡେବ୍ୟୁ ଫିଲ୍ମରେ ସେ ପାର୍ଶ୍ବ ଅଭିନେତା ଭାବେ କାମ କରିଥିଲେ। ୨୦୦୪ ରେ ଇମ୍ରାନଙ୍କର ରିଲିଜ ହୋଇଥିବା ଫିଲ୍ମ “ମର୍ଡର” ସୁପର ହିଟ୍ ହୋଇଥିଲା।“ ମର୍ଡର” ଫିଲ୍ମର ସଫଳତା ପରେ ସେ ସିନେମା ଜଗତ ଓ ଲୋକଙ୍କ ମଧ୍ୟରେ ଖୁବ ପ୍ରସିଦ୍ଧ ହୋଇଥିଲେ। । ୨୦୦୮ରେ “ଜନ୍ନତ” ଫିଲ୍ମର ସଫଳତାରେ ତାଙ୍କ ଭାଗ୍ୟ ବଦଳିଥିଲା।

ତାଙ୍କ ସବୁ ଫିଲ୍ମ ରିଲିଜ ହବା ପୂର୍ବରୁ, ଫିଲ୍ମକୁ ନେଇ ଦର୍ଶକମାନେ ଖୁବ ଉତ୍ସାହିତ ଥାନ୍ତି। ଲୋକଙ୍କ ମଧ୍ୟରେ ସେ ତାଙ୍କ ବୋଲ୍ଡ ଚରିତ୍ର ପାଇଁ ଚର୍ଚ୍ଚିତ। କିନ୍ତୁ ସେ ତାଙ୍କ ବାସ୍ତବ ଜୀବନରେ ସେମିତି ନୁହଁନ୍ତି। ଏହାର ଉଦହାରଣ ବିଦ୍ୟା ବାଲନଙ୍କ ସହ କରିଥିବା ଘନଚକ୍କର ଫିଲ୍ମରୁ ସ୍ପଷ୍ଟ। ଏହି ଚଲଚ୍ଚିତ୍ରରେ ଇମ୍ରାନ ବିଦ୍ୟାଙ୍କୁ କିସ୍‌ କରିଲା ପରେ ବାରମ୍ୱାର ଗୋଟେ ପ୍ରଶ୍ନ ପଚାରୁଥିଲେ। ଏହି ପ୍ରଶ୍ନରୁ ଜଣା ପଡିଥିଲା ଯେ ବିଦ୍ୟାଙ୍କୁ କିସ୍‌ କରିଲା ସମୟରେ ତାଙ୍କୁ ସଂକୋଚବୋଧ ହେଉଥିଲା।

ଫିଲ୍ମ ଘନଚକ୍କର ଅଭିନେତ୍ରୀ ବିଦ୍ୟାଙ୍କ ସହ କିସିଙ୍ଗ ସିନ ପରେ ସେ ଏହା ପଚାରୁଥିଲେ ଯେ “ବିଦ୍ୟାଙ୍କ ସ୍ୱାମୀ ସିଦ୍ଧାର୍ଥ ଏହି ସିନ ଦେଖି କଣ କହିବେ?” ସୂଚନାଯୋଗ୍ୟ ଯେ,  ଫିଲ୍ମର ପ୍ରଯୋଜକ ଥିଲେ ଖୋଦ୍‌ ବିଦ୍ୟାଙ୍କ ସ୍ୱାମୀ ସିଦ୍ଧାର୍ଥ ରଏ କପୁର। ବିଦ୍ୟାଙ୍କୁ ଏମିତି ଚୁମ୍ବନ ଦେବା କାରଣରୁ ଇମ୍ରାନଙ୍କୁ ସିଦ୍ଧାର୍ଥ ପେମେଣ୍ଟ ଦେବେ କି ନାହିଁ ବୋଲି ଇମ୍ରାନ ବେଳେ ବେଳେ ସନ୍ଦେହ ପ୍ରକାଶ କରୁଥିଲେ।

ଇମ୍ରାନ କିସିଂ ସିନ ପାଇଁ ସଂକୋଚ କରୁଥିବା ନିଜେ ବିଦ୍ୟା ମଧ୍ୟ ସ୍ବିକାର କରିଛନ୍ତି ।  ନେହା ଧୂପିଆଙ୍କ ସୋ “ନୋ ଫିଲଟର”ରେ ଇମ୍ରାନଙ୍କ ଅଭିନୟ ପାଇଁ ବିଦ୍ୟା ଇମ୍ରାନଙ୍କୁ ଖୁବ ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ କହିଥିଲେ, ଇମ୍ରାନଙ୍କର ସବୁ ବେଳେ ଚିନ୍ତା ଥିଲା ଯେ ଚୁମ୍ବନ ଦୃଶ୍ୟ ଦେଖିବା ପରେ ସିଦ୍ଧାର୍ଥ କଣ ଭାବିବେ।

   Related Posts