Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରିୟା ଚକ୍ରବର୍ତ୍ତୀଙ୍କୁ ଆଉ ଏକ ଝଟକା, ଫିଲ୍ମ ‘ଚେହରେ’ର ଦ୍ୱିତୀୟ ପୋଷ୍ଟରରେ ବି ନାହିଁ ତାଙ୍କ ମୁହଁ

10/03/2021 at 12:51 PM

ନୂଆଦିଲ୍ଲୀ ୧୦/୦୩: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବଲିଉଡ କ୍ୟାରିୟର ତଳକୁ ଖସିଖସି ଯାଉଛି । ଏହାର ପ୍ରଭାବ ପୁଣି ଥରେ ସାମ୍ନାକୁ ଆସିଛି, ଯାହା ଅଭିନେତା ଇମ୍ରାନ ହାଶମୀଙ୍କ ଏକ ପୋଷ୍ଟ ପରେ ଚର୍ଚ୍ଚା ହେଉଛି । ବାସ୍ତବରେ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି, ଯାହାକୁ ମୁଖ୍ୟ ଭୂମିକାରେ ନଜର ଆସିଥିବା ଇମ୍ରାନ୍ ହାଶମୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ପୁଣିଥରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚେହେରା ଆଉ ନାମ ଦୁଇଟିଯାକ ନାହିଁ ।  ପୋଷ୍ଟରରେ ଇମ୍ରାନ୍ ହାଶମୀ ଏବଂ ଅମିତାଭ ବଚ୍ଚନଙ୍କୁ ଆଗରେ ଦେଖିବାକୁ ମିଳିଥିବାବେଳେ ଟିଭି ଅଭିନେତ୍ରୀ କ୍ରିଷ୍ଟଲ୍ ଡିସୁଜା ମଧ୍ୟ ପଛରେ ନଜର ଆସୁଛନ୍ତି । ଏହି ପୋଷ୍ଟରକୁ ବିଗ୍ ବି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି ।

Chehre | Official Trailer | Amitabh Bachchan | Emraan Hashmi | Rhea  Chakraborty | Interesting Facts - YouTube

ଦୁଇ ବର୍ଷ ପୂର୍ବେ ରୁମି ଜାଫରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚେହରେ’ରେ ରିୟା ଚକ୍ରବର୍ତ୍ତୀ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । ରିୟା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ମାଧ୍ୟମରେ ମଧ୍ୟ ଜଣାଇଥିଲେ । ସେ ଏହାର ସୂଚନା ଫ୍ୟାନ୍ସମାନଙ୍କ ସହ ବାଣ୍ଟିଥିଲେ ଏବଂ କହିଥିଲେ ସେ ଏହି ଫିଲ୍ମର ଏକ ଅଂଶ ହେବେ । ଏଥିସହିତ ସେ ଟ୍ୱିଟରେ ସମସ୍ତଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ ।  କିନ୍ତୁ ଏହା ମଧ୍ୟରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ ଏବଂ  ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଥିଲେ ।

Chehre Movie 2019 | Starring Amitabh Bachchan & Emraan Hashmi - YouTube

ପୂର୍ବରୁ ଅମିତାଭ ବଚ୍ଚନ ଫିଲ୍ମ ‘ଚେହରେ’ରଏକ ପୋଷ୍ଟର ସେୟାର କରିଥିଲେ। ରିୟା ଚକ୍ରବର୍ତ୍ତୀ ମଧ୍ୟ ଏଥିରେ ଦେଖା ଯାଇନଥିଲେ । କୁହାଯାଉଛି ଯେ ରିୟାଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଛି । ଏହି ଖବର ପାଇବା ମାତ୍ରେ ସୋସିଆଲ ମିଡିଆରେ ରିୟାଙ୍କୁ ଟ୍ରୋଲ୍ କରାଯାଇଥିଲା । ବିଗ୍ ବିଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟରରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଥିଲେ । କେହି କେହି ଲେଖିଛନ୍ତି, ରିୟାଙ୍କୁ ଫିଲ୍ମରୁ ବାହାର କରାଯାଇଛି, ତ ଆଉ କେହି ଲେଖିଛନ୍ତି ଯଦି ରିୟା ଚକ୍ରବର୍ତ୍ତୀଙ୍କୁ ତାଙ୍କ ଫିଲ୍ମରେ ନିଅନ୍ତି ତେବେ ଏହା ଏକ ସୁପରଫ୍ଲପ୍ ଫିଲ୍ମ ହେବ ।

Chehre new look: Amitabh Bachchan and Emraan Hashmi film to release on July  17 - Movies News

ଫିଲ୍ମ ‘ଚେହରେ’ ଏହି ବର୍ଷ ୩୦ ଏପ୍ରିଲ୍ ରେ ରିଲିଜ୍ ହେବ । ୧୧ ମାର୍ଚ୍ଚ ଗୁରୁବାର ଦିନ ଏହାର ଟିଜର୍ ରିଲିଜ୍ ହେବ । ଏହାକୁ ସେୟାର କରି ଇମ୍ରାନ୍ ହାଶମୀ ଲେଖିଛନ୍ତି, ‘କିଛି ଚେହେରା, ହଜାରେ ରହସ୍ୟ, ପ୍ରତ୍ୟେକ ଚେହେରା କିଛି କହିଥାଏ ଏବଂ ଅନେକ କିଛି ଲୁଚାଇଥାଏ ।‘

   Related Posts