ପ୍ରଶାସନ ପକ୍ଷରୁ ପୁଣି ଏମାର ମଠ ଯାଞ୍ଚ, ସାମିଲ ଅଛି ସ୍ୱତନ୍ତ୍ର ଟିମ୍‌

Published By : Prameya-News7 Bureau | September 16, 2021 IST

ପୁରୀ ୧୬।୦୯: ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ । ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକ୍‌ନିକ୍ ଯାଞ୍ଚ କରାଯାଉଛି ।ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର, ଏଣ୍ଡାମେଣ୍ଟ ଅଧିକାରୀ ଆଦି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯାଞ୍ଚ ଚାଲିଛି ।

{"id":512385,"sizeSlug":"full","linkDestination":"none"}

ସେହିପରି ପୂର୍ବରୁ ୫୨୨ ଓ ପରେ ୪୨ଖଣ୍ଡ ରୂପା ଇଟା ଏମାର ମଠରୁ ଜବତ ହୋଇଥିଲା। ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ ଯାଞ୍ଚ କରାଯାଉଛି। ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ ଯାଞ୍ଚ କରାଯାଉଛି। ରାଜ୍ଯ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର, ଏଣ୍ଡାମେଣ୍ଟ ଅଧିକାରୀ ଆଦି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଚାଲିଛି ଯାଞ୍ଚ। ମଠ ପରିଚାଳନା ଦାୟିତ୍ୱରେ ଥିବା ଉତ୍ତରପାର୍ଶ୍ୱ ମଠର ମହନ୍ତଙ୍କ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନକୁ ବିଚାରକରି ଏହି ଯାଞ୍ଚ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.