ବସ୍‌ଙ୍କୁ ଚିଠି ଲେଖିଲେ କର୍ମଚାରୀଙ୍କ ପତ୍ନୀ , କହିଲେ ‘ବନ୍ଦ କରନ୍ତୁ ୱାର୍କଫ୍ରମ ହୋମ’, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | September 12, 2021 IST

ମୁମ୍ବାଇ ୧୨।୯: ବିଜନେସ୍‌ ମ୍ୟାନ୍‌ ହର୍ଷ ଗୋୟଙ୍କାଙ୍କ ଟ୍ୱିଟରରେ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି। ତାଙ୍କ ସଂସ୍ଥାରେ କାର୍ଯ୍ୟକରୁଥିବା ଜନୈକ କର୍ମଚାରୀଙ୍କ ପତ୍ନୀ ତାଙ୍କୁ ଲେଖିଥିବା ପତ୍ରକୁ ସେତାଙ୍କ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ମହିଳା ତାଙ୍କ ସ୍ୱାମୀଙ୍କ ୱାର୍କଫ୍ରମ ହୋମ ବନ୍ଦ କରି ୱାର୍କ ଆଟ ଅଫିସ ପାଇଁ ନିବେଦନ କରିଛନ୍ତି। ଯଦି ଏହା ନ କରାଯାଏ ତେବେ ହୁଏତ ସେମାନଙ୍କ ବୈବାହିକ ଜୀବନ ସମାପ୍ତ ହୋଇଯାଇପାରେ ବୋଲି ସେ ସନ୍ଦେହ ପ୍ରକଟ କରିଛନ୍ତି।

କରୋନା ଭାଇରସ ମହାମାରୀ ଦେଶରେ କାର୍ଯ୍ୟ ସଂସ୍କୃତିକୁ ଗୁରୁତର ପ୍ରଭାବିତ କରିଛି। ଗତ ବର୍ଷରୁ ଲୋକେ ଘରେ ବସି ଅଫିସ କାମ କରୁଛନ୍ତି। କାର୍ଯ୍ୟର ଏହି ନୂଆ ସଂସ୍କୃତିକୁ ଏବେ ‘ୱାର୍କ ଫ୍ରମ ହୋମ’ ବୋଲି କୁହାଯାଉଛି। ଲୋକେ ଘରେ ରହି କାମ କରୁଥିବାରୁ ଅଫିସ ଭଳି କୌଣସି କାଇଦା କଟକଣା ଲାଗୁ ନାହିଁ। ତେବେ ଘରେ ରହୁଥିବାରୁ ଲୋକେ ଘର ଅଭ୍ୟାସ ମଧ୍ୟ ଛାଡୁ ନାହାନ୍ତି।

କର୍ମଚାରୀଙ୍କ ପତ୍ନୀ ଲେଖିଥିବା ଚିଠିରେ ତାଙ୍କ ସ୍ୱାମୀ ଦିନରେ ୧୦ ଥର କଫି ପିଉଥିବା ଓ ଏଥି ପାଇଁ ତାଙ୍କୁ ବାରମ୍ବାର ବାଧ୍ୟ ହୋଇ କଫି କରିକି ଦେବାକୁ ପଡୁଥିବା ଉଲ୍ଲେଖ କରିଛନ୍ତି। ଏହା ଛଡା ସେ ଘରର ଗୋଟିଏ ରୁମରେ ବସି ଅଫିସ କାମ କରୁ ନାହାନ୍ତି। ସେ ଦିନ ସାରା ଘରେ କଟାଉଥିବାରୁ ପୃଥକ ପୃଥକ ରୁମରେ ପୃଥକ ପୃଥକ ସମୟରେ ରହି କାମ କରୁଛନ୍ତି ଓ ଏହି ସମୟରେ ସେହି ରୁମର ଅବସ୍ଥା ଖରାପ କରି ଦେଉଥିବା ମହିଳା କହିଛନ୍ତି।

wp:embed {"url":"https://twitter.com/hvgoenka/status/1435958125719293959","type":"rich","providerNameSlug":"twitter","responsive":true}
https://twitter.com/hvgoenka/status/1435958125719293959
/wp:embed

ଏହା ଛଡା ଘରେ କାମ କରୁଥିବାରୁ ତାଙ୍କୁ ବାରମ୍ବାର ଭୋକ ହେଉଛି ଓ ନାନା ଜିନିଷ ତିଆରି କରି ଖୁଆଇବାକୁ ବାଧ୍ୟ କରୁଛନ୍ତି। ସେ ଘରେକାମ କରୁଥିବା ବେଳେ ନିଧୁମ ଶୋଉଛନ୍ତି। ମୋର ଦୁଇଟି ଛୁଆ ବି ଅଛନ୍ତି ସେମାନଙ୍କ ପ୍ରତି ମଧ୍ୟ ମୋତେ ଧ୍ୟାନଦେବାକୁ ପଡୁଛି। ଏଥିରେ ମୋତେ ସହାୟତା କରନ୍ତୁ ବୋଲି ମହିଳା ଉଲ୍ଲେଖ କରିଛନ୍ତି। ଏହି ଚିଠିର ସେ କଣ ପ୍ରତିକ୍ରିୟା ଦେବେ ତାହା ବୁଝି ପାରୁନଥିବା ଗୋୟେଙ୍କା ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

ଗୋୟଙ୍କାଙ୍କ ଏହି ପୋଷ୍ଟ ଦେଖୁ ଦେଖୁ ଭାଇରାଲ ହୋଇଥିବା ବେଳେ ଲୋକେ ନାନା ମତ ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ଏଥିରେ କେତେକ ୟୁଜର ସତରେ ଏହା କେତେକ ଲୋକଙ୍କ ଲାଗି ଏବେ ସମସ୍ୟା ହୋଇଯାଇଥିବା ଉଲ୍ଲେଖ କରିଛନ୍ତି। ଏଥିରେ ଏବ ନେଟିଜେନ ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି। କିଛି କର୍ମଚାରୀଙ୍କୁ ସମର୍ଥନ କରୁଥିବା ବେଳେ ଅନେକ ତାଙ୍କ ପତ୍ନୀଙ୍କ ସମର୍ଥନରେ ବାହାରିଛନ୍ତି। ଯାହା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଝଡ ସୃଷ୍ଟି କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.