Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଚାକିରିଆଙ୍କ ବଡ ଖବର: ନିଲମ୍ବିତ କିମ୍ବା ନୋଟିସ୍ ନଦେଇ ଚାକିରି ଛାଡିଲେ ବି ୨ଦିନ ଭିତରେ କର୍ମଚାରୀଙ୍କୁ ମିଳିବ ବକେୟା ପାଉଣା, ସର୍ବନିମ୍ନ ମଜୁରୀ ନଦେଲେ ବନ୍ଧା ହେବେ ମାଲିକ

9/09/2019 at 11:33 AM

ଏଣିକି ଚାକିରି ଛାଡିଲେ କିମ୍ବା ଚାକିରିରୁ ବିଲମ୍ବିତ ହେଲେ କିମ୍ବା କୌଣସି କଂପାନୀ ବନ୍ଦ ହୋଇଗଲେ କଂପାନୀ ମାଲିକଙ୍କୁ ୨ ଦିନ ମଧ୍ୟରେ ନିଜ କର୍ମଚାରୀମାନଙ୍କୁ ସେମାନଙ୍କର ବକେୟା ପାଉଣା ବାଧ୍ୟତାମୂଳକ ଭାବେ ପେମେଂଟ କରିବାକୁ  ପଡିବ । ସର୍ବନିମ୍ନ ମଜୁରୀ ବିଲ୍ ରେ ଏଭଳି ନିୟମ ସ୍ଥାନ ପାଇଛି । ତେବେ ନିକଟରେ ସଂସଦରେ ଏହି ବିଲକୁ ଉପସ୍ଥାପନା କରାଯିବା ସହ ବିଲଟିକୁ କ୍ୟାବିନେଟ୍ ମଂଜୁରୀ ମଧ୍ୟ ବହୁ ପୂର୍ବରୁ ମିଳିସାରିଛି ।  ବିଲରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଯଦି କୌଣସି କର୍ମଚାରୀ ଚାକିରିକୁ ଇସ୍ତଫା ଦିଅନ୍ତି  କିମ୍ବା ତାଙ୍କୁ ଚାକିରିରୁ ବରଖାସ୍ତ କରିଦିଆଯାଏ କିମ୍ବା କୌଣସି କାରଣରୁ ତାଙ୍କୁ ଚାକିରି ଛାଡିବାକୁ ପଡେ  ବା କଂପାନୀ ବନ୍ଦ ହୋଇଯାଏ ତେବେ ଉକ୍ତ କର୍ମଚାରୀଙ୍କୁ ଦୁଇ ଦିନ ଭିତରେ  ତାଙ୍କ ପାରିଶ୍ରମିକ କଂପାନୀକୁ ପେମେଂଟ କରିବାକୁ ପଡିବ ।

ବର୍ତ୍ତମାନ କେବଳ ଅନୁସୂଚିତ କ୍ଷେତ୍ରମାନଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ହିଁ ସର୍ବନିମ୍ନ ମଜୁରୀ ମିଳୁଛି । ମାତ୍ର ଏହି ବିଲଟି ଆଇନରେ ପରିଣତ ହେବା ପରେ ସମସ୍ତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ତଥା ଶ୍ରମିକମାନଙ୍କୁ ଏକ ନର୍ଧାରିତ ରାଶିର ଦରମା ମିଳିବ। କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ ପାଇଁ ଏକ ଫ୍ଲୋର ଓ୍ବେଜ୍ ଗଠନ କରିବେ ଏବଂ  ନିର୍ଧାରିତ ରାଶିଠାରୁ କମ୍ ମଜୁରୀ କୌଣସି ବି କର୍ମଚାରୀଙ୍କୁ ଆଉ ଦିଆଯାଇପାରିବ ନାହିଁ ।ସେହିଭଳି ରାଜ୍ୟ ସରକାର ନିଜ  ଭୌଗୋଳିକ ସ୍ଥିତି ଏବଂ ଅନ୍ୟାନ୍ୟ ପରିସ୍ଥିତି ଅନୁଯାୟୀ ବି ସର୍ବନିମ୍ନ ମଜୁରୀ ଧାର୍ଯ୍ୟ କରିପାରିବେ । ତେବେ ଯଦି କୌଣସି ରାଜ୍ୟର ସର୍ବନିମ୍ନ ମଜୁରୀ କେନ୍ଦ୍ର ସରକାରଙ୍କ ଫ୍ଲୋର ଓ୍ବେଜଠାରୁ ଅଧିକ ହୁଏ ତେବେ ଏଭଳି ପରିସ୍ଥିତିରେ ରାଜ୍ୟମାନେ ନିଜ ସର୍ବନିମ୍ନ ମଜୁରୀକୁ ହ୍ରାସ କରିପାରିବେ ନାହିଁ ।

ବିଲରେ ଆହୁରି ମଧ୍ୟ ନିୟମ ରହିଛି କି, ପ୍ରତି ପାଞ୍ଚ ବର୍ଷ ଭିତରେ ରାଜ୍ୟଗୁଡିଙ୍କୁ ନିଜର ସର୍ବନିମ୍ନ ମଜୁରୀକୁ ବାଧ୍ୟତାମୂଳକ ଭାବେ ରିଭାଇଜ୍ କରିବା ହେବ । ନିୟମ ଅନୁସାରେ ଏହି ସର୍ବନିମ୍ନ ମଜୁରୀ ସଂହିତା ଲାଗୁ ହେବା ପରେ ଏହାକୁ କଡାକଡି ଭାବେ ପାଳନ କରାଯିବ ଏବଂ ଏଭଳି ମାମଲାର ଶୁଣାଣି ମେଟ୍ରୋପୋଲିଟାନ ମାଜିଷ୍ଟ୍ରେଟ ସ୍ତରର ଅଧିକାରୀଙ୍କ ନିକଟରେ କରାଯିବ ।   ତେବେ ସର୍ବନିମ୍ନ ମଜୁରୀ ଦେଉନଥିବା ମାଲିକ ପ୍ରଥମ ଥର ଦୋଷୀ ପ୍ରମାଣିତ ହେଲେ ୫୦ ହଜାର ଟଙ୍କାର ଜରିମାନା ଭରିବାକୁ ପଡିବ । ସେହିଭଳି  ପାଂଚ ବର୍ଷ ଭିତରେ  ଦ୍ବିତୀୟ ଥର ଦୋଷୀ ସାବ୍ୟସ୍ତ ହେଲେ ଲକ୍ଷେ ଟଙ୍କା ସହ ତିନିମାସ କାଳ ଜେଲର ହାଓ୍ବା ଖାଇବାକୁ ପଡିପାରେ ବୋଲି ଉକ୍ତ ବିଲରେ ଉଲ୍ଲେଖ ରହିଛି ।

   Related Posts