ଦପ୍ତରର ଚମକ ପୁଣି ଫେରାଇଆଣିବାକୁ କର୍ମଚାରୀଙ୍କୁ ମିଳୁଛି ଲୋଭନୀୟ ଅଫର, ଜାଣନ୍ତୁ କମ୍ପାନୀ ଏବେ ଦେଉଛନ୍ତି କ’ଣ ?

Published By : Prameya-News7 Bureau | September 07, 2021 IST

ନୂଆଦିଲ୍ଲୀ ୭।୯: କରୋନା ଭାଇରସ ମହାମାରୀ ଲାଗି ସାରା ବିଶ୍ୱରେ ଲୋକେ ଘରର ଚାରି କାନ୍ଥରେ ବନ୍ଦୀ ହୋଇଯାଇଛନ୍ତି। ଏଥିରେ କମ୍ପାନୀମାନେ କର୍ମଚାରୀଙ୍କୁ ଦେଇଥିବା ୱାର୍କ ଫ୍ରମ ହୋମ ସୁବିଧା ଏବେ ମହଙ୍ଗା ସାବ୍ୟସ୍ତ ହେଉଛି। ଘରେ କାମ କରିବା ଏବେ ନ୍ୟୁ ନର୍ମାଲ ହୋଇଯାଇଥିବା ବେଳେ ଦପ୍ତର ସବୁ ଖାଁ ଖାଁ କରୁଛି। ଏଣୁ ଦପ୍ତରର ଚମକ ଫେରାଇ ଆଣିବାକୁ ଏବେ କମ୍ପାନୀମାନେ କର୍ମଚାରୀଙ୍କୁ ନାନା ଲୋଭନୀୟ ଅଫର ଦେଉଥିବା ଜଣାପଡିଛି।

ମାନବ ସଭ୍ୟତା ଉପରେ ମହାମାରୀ ନିଜର ପ୍ରକୋପ ବିସ୍ତାର କରିବାରେ ଲାଗିଛି।  ସବୁକିଛି ଅସ୍ଥିର କରିବାକୁ ମହାମାରୀ ଚାହୁଁଥିବା ବେଳେ ମଣିଷ ବି ଛାଡିବାର ନୁହେଁ। ପୁଣି ସବୁ କିଛି ସ୍ୱଭାବିକ କରିବା ଲାଗି ବିଭିନ୍ନ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ଅଫିସ ଡକାଉଛନ୍ତି। ଏଥି ଲାଗି ସେମାନେ କର୍ମଚାରୀଙ୍କ ନିମନ୍ତେ ଭତ୍ତାଠାରୁ ଆରମ୍ଭ କରି ବିଭିନ୍ନ ଲୋଭନୀୟ ସୁବିଧା ସୁଯୋଗ ମଧ୍ୟ ଦେଉଥିବା ଜଣାପଡିଛି।

{"id":507761,"width":840,"height":473,"sizeSlug":"full","linkDestination":"none"}

‘ଗାର୍ଡିଆନ’ରେ ପ୍ରକାଶିତ ଖବର ଅନୁସାରେ ପେଷାଦାର କମ୍ପାନୀ ପିଡବ୍ଲୁସି ତାଙ୍କର ୨୨ ହଜାର କର୍ମଚାରୀଙ୍କୁ ଏକ ଲୋଭନୀୟ ପ୍ରସ୍ତାବ ଦେଇଛନ୍ତି। ଏଥିରେ କର୍ମଚାରୀଙ୍କୁ କମ୍ପାନୀ ଏକ ହାଇବ୍ରିଡ ପରିବେଶର ପ୍ରତିଶ୍ରୁତି ଦେଉଥିବା ବେଳେ ସପ୍ତାହକୁ ମାତ୍ର ୨ରୁ ୩ ଦିନ ଅଫିସ ଆସିବାକୁ ନିବେଦନ କରିଛନ୍ତି। ଏଥିରେ ଯେଉଁ କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ ତାଙ୍କୁ ମାସିକ ବେତନରେ ଅଧିକ ୧ ହଜାର ପାଉଣ୍ଡ ଦେବେ ବୋଲି ମଧ୍ୟ କହିଛନ୍ତି।

ସେହିପିର ଆମେରିକୀୟ ବ୍ୟାଙ୍କ ‘ଗୋଲ୍ଡମ୍ୟାନ ସେସ୍‌’ ପ୍ଲମେଟ୍ରି ଦପ୍ତରର କର୍ମଚାରୀଙ୍କୁ ଅଫିସ ଆସିଲେ ଏଠାରେ ଜଳଖିଆ ଓ ମଧ୍ୟହ୍ନ ଭୋଜନ ସହ ହେକ୍ନେ ଜିଲେଟୋ ଆଇସ୍‌କ୍ରିମ ମଧ୍ୟ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ୱାଲଷ୍ଟ୍ରିଟ୍‌ରେ  ଏକ କମ୍ପାନୀ ତାଙ୍କ ଦପ୍ତରର ୬ ହଜାର କର୍ମଚାରୀଙ୍କୁ ସେମାନେ ଅଫିସ ଆସିଲେ ଜିମ୍‌ ଫିସ୍ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଅଫିସର ଛାତକୁ ସେମାନଙ୍କ ନିମନ୍ତେ ଖୋଲିବାର  ପ୍ରତିଶ୍ରୁତି ସହ କାର୍ଯ୍ୟାଳୟରେ ପିଲାଙ୍କ ଦେଖରେଖର ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

{"id":507762,"width":838,"height":419,"sizeSlug":"full","linkDestination":"none"}

ନ୍ୟୁୟର୍କ ଟାଇମସ୍‌ରେ ପ୍ରକାଶିତ ଏକ ଖବର ଅନୁସାରେ ନିବେଶ କମ୍ପାନୀ ‘ନ୍ୟୁ ୱିନ’ ତାଙ୍କ କାର୍ଯ୍ୟାଳୟକୁ ପ୍ରକୃତି ଅନୁରୂପ କରିବା ଲାଗି ୧୨ କୋଟି ଡଲାର ଖର୍ଚ୍ଚ କରିଛନ୍ତି। ଯେପରି କାର୍ଯ୍ୟାଳୟରେ କର୍ମଚାରୀ ପ୍ରାକୃତିକ ଅୁନଭବ ପାଇପାରିବେ। ତେବେ ଦେଶରେ କରୋନା ଡେଲ୍ଟା ଭାରିଏଣ୍ଟର ପ୍ରସାରକୁ ଦୃଷ୍ଟିରେ ରଖି ଆମାଜନ, ଆପେଲ ଓ ଫେସବୁକ୍ ଭଳି ସଂସ୍ଥାମାନେ କର୍ମଚାରୀଙ୍କୁ ଅଫିସକୁ ଡାକିବା ଲାଗି ଯୋଜନାକୁ ଆଗାମୀ ବର୍ଷ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.