ବେତନଲାଗି ଢେର ଦିନ ଅପେକ୍ଷା କରିଥିଲେ କର୍ମଚାରୀ, ଦିନେ ମାଲିକ ଡାକି ଧରେଇ ଦେଲେ ବାଲ୍ଟି ଭରା କଏନ, ଜାଣନ୍ତୁ ତା ପରେ ହେଲା କ’ଣ ?

Published By : Prameya-News7 Bureau | September 17, 2021 IST

ସାଉଥ ୱିଲିୟମ ଷ୍ଟ୍ରିଟ୍‌ :  ଆୟର୍ଲାଣ୍ଡ ସାଉଥ ୱିଲିୟମ ଷ୍ଟ୍ରିଟରେ ଥିବା ଅଲଫାଇସ୍‌ ନାମକ ରେଷ୍ଟୁରାଣ୍ଟରେ ଘଟିଛି ଅଭାବନୀୟ ଘଟଣା। ଏଠାରେ କାର୍ଯ୍ୟ କରୁଥିବା ରିୟାନ କିଓଘ ନାମକ ଜନୈକ କର୍ମଚାରୀଙ୍କୁ ରେଷ୍ଟୁରାଣ୍ଟ ମାଲିକ ଦରମା ଦେବାରେ ହଇରାଣ କରୁଥିଲେ। ମାସ ଶେଷରେ ଦରମା ନ ମିଳିଲେ କର୍ମଚାରୀଙ୍କ ଅବସ୍ଥା କିପରି ଥାଏ ରିୟାନଙ୍କ କ୍ଷେତ୍ରରେ ତାହାହିଁ ହୋଇଥିଲା। ସେ ବେତନ ପ୍ରଦାନ ନିମନ୍ତେ ବାରମ୍ବାର ମାଲିକଙ୍କୁ ନିବେଦନ କରୁଥିଲେ। ହେଲେ ମାଲିକ ତାଙ୍କ କଥାକୁ କର୍ଣ୍ଣପାତ କରୁନଥିଲେ।

wp:embed {"url":"https://twitter.com/rianjkeogh/status/1437799788255252488","type":"rich","providerNameSlug":"twitter","responsive":true}
https://twitter.com/rianjkeogh/status/1437799788255252488
/wp:embed

ରିୟାନ ଅଧୈର୍ଯ୍ୟ ହୋଇପଡିବାରୁ ମାଲିକ ତାଙ୍କୁ ପାଖରେ ବସାଇ ଆକାଉଣ୍ଟରେ ବେତନ ଦେବାରେ ତାଙ୍କର ଅକ୍ଷମତା ପ୍ରକାଶ କରିଥିଲେ। ଏଣୁ ସେ ନଗଦ ନେବାକୁ ପସନ୍ଦ କରିବେ କି ବୋଲି ତାଙ୍କୁ ପଚାରିଥିଲେ। କେମିତି ବି ହେଉ ତାଙ୍କୁ ବେତନ ମିଳିଯାଉ ବୋଲି ସେ ଚାହୁଁଥିଲେ। ଏଣୁ ମାଲିକଙ୍କ କଥାରେ ରିୟାନ ରାଜି ହୋଇ ଯାଇଥିଲେ। ଏଥିରେ ମାଲିକ ତାଙ୍କୁ ୫ ସେଣ୍ଟ କଏନରେ ଭରା ଏକ ବାଲ୍ଟି ଆଣି ଧରାଇ ଦେଇଥିଲେ। ଏହିବାଲ୍ଟିରେ ମୋଟ ୨୯ କେଜି ୮୦୦ ଗ୍ରାମ ଓଜନର କଏନ ଥିଲା। ଏହା ଦେଖି ରିୟାନ ହତବାକ ହୋଇଯାଇଥିଲେ। ବାଲ୍ଟିରେ ପାଇଥିବା ବେତନର ଫଟୋ ଉଠାଇ ନିଜ ଟ୍ୱିଟରରେ ସେୟାର କରିଦେଇଥିଲେ।

wp:embed {"url":"https://twitter.com/rianjkeogh/status/1438153701756182530","type":"rich","providerNameSlug":"twitter","responsive":true}
https://twitter.com/rianjkeogh/status/1438153701756182530
/wp:embed

ରିୟାନଙ୍କ ବେତନ ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଲୋକେ ରେଷ୍ଟୁରାଣ୍ଟ ମାଲିକଙ୍କ ସମ୍ପର୍କରେ ନାନା ମନ୍ତବ୍ୟ ଦେଉଛନ୍ତି। ଏପରିକି କେତେକ ନିୟମିତ ଗ୍ରାହକ ଆଉ ସେ ରେଷ୍ଟୁରାଣ୍ଟକୁ  ଯିବେନି ବୋଲି ମଧ୍ୟ ନିଷ୍ପତ୍ତି ନେଇଥିବା କମେଣ୍ଟରେ ଲେଖୁଛନ୍ତି। ଏଥିରେ ଆଲଫିସ୍‌ରେ କାମ କଲେ କର୍ମଚାରୀଙ୍କୁ ବେତନରେ କଣ ମିଳେ ଏଇଥିରୁ ଜାଣି ନିଅନ୍ତୁ ବୋଲି ରିୟାନ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.