ଏଣିକି କୌଣସି ଅଧିକାରୀ, କର୍ମଚାରୀ ଦୁର୍ନୀତିରେ ସାମିଲ ହେବେ ନାହିଁ: ଶପଥ ନେଲେ ସଚିବ, ଅଧିକାରୀ ଓ କର୍ମଚାରୀ

Published By : Prameya-News7 Bureau | October 28, 2019 IST

ଭୁବନେଶ୍ବର୨୮|୧୦: ଏଣିକି କୌଣସି ଅଧିକାରୀ ଦୁର୍ନୀତିରେ ସମ୍ପୃକ୍ତ ହେବେ ନାହିଁ ।ଦୁର୍ନୀତି କରିବେ ନାହିଁ ବୋଲି କଲେ ଶପଥ ପାଠ କଲେ ସଚିବାଳୟର ସବୁ ବିଭାଗର ସଚିବ। ଏଥି ସହ ବିଭାଗୀୟ କର୍ମଚାରୀଙ୍କୁ ମଧ୍ୟ କରାଇଛନ୍ତି ଶପଥ ପାଠ । ଆଜିଠାରୁ ଭିଜିଲାନ୍ସ ସପ୍ତାହ ପାଳନ ହେଉଛି ।ଏହି ଅବସରରେ ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ଶାସନ ପାଇଁ ସଚିବଙ୍କ ସମେତ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ କରିଛନ୍ତି ।

{"id":175880}

ସୂଚନାଯୋଗ୍ୟ ଯେଗ୍ୟ ଯେ, ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର ପରେ ଦୁର୍ନୀତି କ୍ଷେତ୍ରରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି । ଏହାକୁ ନେଇ ଭିଜିଲାନ୍ସ ସପ୍ତାହ ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଥିଲେ ।

{"id":175881}

ଜବାବରେ ବିଜେଡି କହିଥିଲା ଯେ, ଗତ କିଛିମାସ ମଧ୍ୟରେ  ବହୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ସରକାର ଦୁର୍ନୀତିର ମୂଳୋତ୍ପାଟନ କରିବା ଲାଗି ଉଦ୍ୟମ ଜାରୀ ରଖିଛନ୍ତି

{"id":175882}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.