ଗୋଟେ ଇଞ୍ଚ ବି ଚକା ଗଡ଼ିବ ନାହିଁ: ଟ୍ରକ-ବସ ସଂଘର କର୍ମଚାରୀ

Published By : Prameya-News7 Bureau | May 31, 2020 IST

ଭଦ୍ରକ୩୧/୫: ପୁଣି ନୂଆ ସମସ୍ୟା। ଭଦ୍ରକ ଘରୋଇ ବସ-ଟ୍ରକ ସଂଘ କର୍ମଚାରୀ ରାସ୍ତା ଓହ୍ଲାଇଛନ୍ତି। ସେମାନଙ୍କ ଦାବି ରହିଛି ଯେ, ମାଲିକଙ୍କ କଥା ଶୁଣିଲ ଏବଂ ସମସ୍ତଙ୍କୁ ସହାୟତା ଦେଲେ। ହେଲେ ସେମାନଙ୍କୁ ସରକାର ଅଣଦେଖା କରାଯାଉଥିବା ଟ୍ରକ-ବସ୍ ସଂଘ କର୍ମଚାରୀ କହିଛନ୍ତି। ଯଦି ସେମାନଙ୍କ ଦାବି ବା ସହାୟତା ନ ଦିଆ ହୁଏ ତେବେ ଗାଡି ଚଳେଇବବେ ନାହିଁ ବୋଲି କର୍ମଚାରୀମାନେ ଚେତାବନୀ ଦେଇଛନ୍ତି।  ଏମିତି ଦାବି ନେଇ ଚେତାବନୀ ଦେଇଛି ଭଦ୍ରକ ଜିଲ୍ଲାର ଘରୋଇ ବସ-ଟ୍ରକ ସଂଘର କର୍ମଚାରୀ ।

ଏଥିପାଇଁ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ବିକ୍ଷୋଭ କରିଛନ୍ତି । ଏନେଇ କର୍ମଚାରୀମାନେ ବସ-ଟ୍ରକ ମାଲିକଙ୍କୁ ଦାବି ପତ୍ର ଦେଇଛନ୍ତି । ଏହାସହ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ମଧ୍ୟ ଦାବିପତ୍ର ଦେବେ ବୋଲି ସୂଚନା ଦେଇଛନ୍ତି। ତେବେ ରାଜ୍ୟ ସରକାର ବସ-ଟ୍ରକ ମାଲିକ ଙ୍କ ଦାବି ଶୁଣିବା ପରେ  ମାଲିକମାନେ ଗାଡି ଚଳାଇବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି ।

କିନ୍ତୁ ବସ -ଟ୍ରକ ରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଦୀର୍ଘ ଦିନ ହେଲା ଅସୁବିଧାରେ ରହିଛନ୍ତି। କାରୋନା ପାଇଁ ଲକଡାଉନ୍‌ ବେଳେ ବହୁ ଅସୁବିଧା ମଧ୍ୟ ଭୋଗି କରିଛନ୍ତି । ସେଥିପାଇଁ ଏବେ ନିଜର କେତେକ ଦାବି ଉପସ୍ଥାପନ କରିଛନ୍ତି । ମାସିକ ୭ ହଜାର ୫୦୦ ସହ ଟଙ୍କାର ଆର୍ଥିକ ସହାୟତା ସହ ମାସିକ ୧୦ କିଲୋ ଚାଉଳ ଓ ଡାଲି ଦିଆଯିବା ପାଇଁ ଦାବି କରିଛନ୍ତି । ସେହିପରି  ପରିବହନ ଶ୍ରମିକଙ୍କୁ ଇନ୍‌ସୁରାନ୍ସ ପ୍ରଦାନ ପାଇଁ ମଧ୍ୟ ଦାବି ରଖିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ କୌଣସି କର୍ମଚାରୀ ଗାଡିର ଚକା ଗଡାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.