ମାସ ମାସଧରି କାମ କରିବା ପରେ ବି ଦରମା ଦେଲାନି କମ୍ପାନୀ, ରାଗରେ ମାତ୍ର କେଇ ସେକେଣ୍ଡରେ ଗାଡିଗୁଡିକୁ ଧ୍ବସ୍ତବିଧ୍ବସ୍ତ କରିପକାଇଲେ କର୍ମଚାରୀ

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬/୦୯ : ଦୁନିଆରେ ବଞ୍ଚିବା ପାଇଁ ଟଙ୍କା ରୋଜଗାର କରିବା ନିହାତି ଆବଶ୍ୟକ। ଏଥିପାଇଁ ଜଣେ ବ୍ୟକ୍ତି ଦିନରାତି ପରିଶ୍ରମ କରିଥାଏ। କେହି ନିଜର ବ୍ୟବସାୟ ଆରମ୍ଭ କରିଥାଏ ତ ଆଉ କେହି କାହାର କମ୍ପାନୀରେ କାମ କରିଥାଏ। କିନ୍ତୁ ଥରେ ଭାବି ଦେଖନ୍ତୁ ଯେଉଁ ଟଙ୍କା ପାଇଁ ଆପଣ ମାସ ମାସ କାହାର କମ୍ପାନୀରେ ଖଟିଥିବେ, ଆଉ ଶେଷରେ ସେ ଆପଣଙ୍କୁ ଟଙ୍କା ଦେବାକୁ ମନା କରିଦେବ। ତେବେ ଏହାର ପରିଣାମ କଣ ହେବ?

wp:html /wp:html

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଜେସିବିରେ ବସିଥିବା ଜଣେ ବ୍ୟକ୍ତି ଅନେକ ଗାଡି ନଷ୍ଟ କରୁଥିବା ଦେଖାଯାଇଛି। ଏଥିରେ ଜଣେ ବ୍ୟକ୍ତି ଜେସିବିରେ ବସି ସମ୍ମୁଖରେ ଅନେକ ଟ୍ରକ ଏବଂ ଡମ୍ପର ଭାଙ୍ଗୁଥିବାର ଦେଖାଯାଇଛି। ସେ ଗୋଟିଏ ପରେ ଗୋଟିଏ ଅନେକ ଗାଡି ନଷ୍ଟ କରିଦେଇଛି। ଯଦିଓ ଭିଡିଓରେ ଏହାର ଲୋକେସନ୍ ଏବଂ ଉଦ୍ଦେଶ୍ୟ ବିଷୟରେ କୌଣସି ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଭିଡିଓ ଦେଖୁଥିବା ଲୋକମାନେ ଲେଖିଛନ୍ତି ଯେ ଯଦି ଜଣେ କର୍ମଚାରୀ ଦରମା ନ ପାଆନ୍ତି ତେବେ ଏହା କରନ୍ତି।

ଭାଇରାଲ ହୋଇଥିବା ଏହି ଭିଡିଓକୁ ଟ୍ୱିଟରରେ ବେଷ୍ଟ ଭିଡିଓ ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି। ଏଥିରେ କ୍ୟାପସନରେ ଲେଖାଯାଇଛି ଯେ ଯେତେବେଳେ ବସ୍ ଦରମା ଦେବାକୁ ମନା କରନ୍ତି। ଭିଡିଓ ପୋଷ୍ଟ ହେବା ପରଠାରୁ ଏହା ହଜାର ହଜାର ଭ୍ୟୁ ପାଇଛି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଅନେକ ଲୋକ ଏହାକୁ ପୁନର୍ବାର ସେୟାର କରୁଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏହି ଭିଡିଓ ଦୁନିଆର ପ୍ରତ୍ୟେକ ବସ୍‌ଙ୍କୁ ଦେଖାଯିବା ଉଚିତ୍। ଯାହାଫଳରେ ଭବିଷ୍ୟତରେ କୌଣସି ବସ୍ ତାଙ୍କ କର୍ମଚାରୀଙ୍କ ସହିତ ଟଙ୍କାକୁ ନେଇ ନାଟକ ପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.