ନରେନ୍ଦ୍ର ମୋଦି ହିଁ ଦେଶକୁ ରକ୍ଷା କରିପାରିବେ ବୋଲି ସୂଈସାଇଡ ନୋଟରେ ଲେଖି ଆତ୍ମହତ୍ୟା କଲେ କର୍ମଚାରୀ

Published By : Prameya-News7 Bureau | December 20, 2018 IST

ହାଇଦ୍ରାବାଦ ୨୦/୧୨ : ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀର ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି | ଆତ୍ମହତ୍ୟା କରିଥିବା ସ୍ଥାନରୁ ପୋଲିସ ଏକ ସୂଈସାଇଡ ନୋଟ ଜବତ କରିଛି | ଯେଉଁଥିରେ ଲେଖା ହୋଇଛି କେବଳ ମୋଦି ହିଁ ଦେଶକୁ ରକ୍ଷା କରିପାରିବେ | 

ଘଟଣା ଘଟିଛି ହାଇଦ୍ରାବାଦ ଅନ୍ତର୍ଗତ ସାଇବରାବାଦରେ | ୩୦ ବର୍ଷ ବୟସ୍କ ନୂଥାଲାଙ୍ଗତି ନରସିଂହ ନାମକ ଜଣେ ଯୁବକ ଯେଉଁ କମ୍ପାନୀରେ କାମ କରୁଥିଲେ ସେହି ଅଫିସରେ ହିଁ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଦେଲେ | କମ୍ପାନୀରେ ତାଙ୍କର ଉପରୋକ୍ତ କର୍ମଚାରୀ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ | ଯେଉଁଥିପାଇଁ ସେ ବହୁତ ଚିନ୍ତିତ ଥିଲେ | ନିର୍ଯ୍ୟାତନା ସହିନପାରି ଶେଷରେ ସେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ | ତେବେ ନରସିଂହ ମରିବା ପୂର୍ବରୁ ଏକ ସୂଈସାଇଡ ନୋଟ ଲେଖିଥିଲେ | ଏହି ସୁଇସାଇଡ ନୋଟରେ ସେ ଦର୍ଶାଇଥିଲେ ଯେ, ତାଙ୍କ ଉପରୋକ୍ତ କର୍ମଚାରୀ ତାଙ୍କୁ ସବୁବେଳେ ନିର୍ଯ୍ୟାତନା ଦେଉଥିଲେ | ଆଶ୍ଚର୍ଯ୍ୟର କଥା ହେଲା ସୁଇସାଇଡ ନୋଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଥିଲେ | ମୋଦି ହିଁ ଦେଶକୁ ରକ୍ଷା କରିପାରିବେ ବୋଲି ସେ ଲେଖିଥିଲେ | ମୋଦି ଲଗାତାର ପ୍ରତ୍ୟେକ ଥର ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ ବୋଲି ସେ କହିଥିଲେ | ନରେନ୍ଦ୍ର ମୋଦିଙ୍କୁ ସବୁଥର ପ୍ରଧାନମନ୍ତ୍ରୀ ରୂପେ ଦେଖିବା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ | 

{"id":65707}

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ଯେଉଁ କର୍ମଚାରୀଙ୍କ ବିରୋଧରେ ନରସିଂହ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ତାଙ୍କୁ ପୋଲିସ ଖୋଜୁଛି | ସେ ବର୍ତ୍ତମାନ ଫେରାର ଥିବା ଜଣାପଡିଛି | ପୋଲିସ ଏହି ଘଟଣାରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି | ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ମୃତକଙ୍କ ପରିବାର ଲୋକେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.