କରୋନା ପରିସ୍ଥିତିରେ ଉଠାଇ ପାରିବେ EPF ଆଡଭାନ୍ସ, ଜାଣନ୍ତୁ ପୁରା ପ୍ରକ୍ରିୟା

Published By : Prameya-News7 Bureau | March 29, 2020 IST

ନୂଆଦିଲ୍ଲୀ ୨୯।୩: ଚୀନ ଭୂତାଣୁ ଏବେ ଭାରତରେ ବି ପ୍ରସାର ହେଉଛି। ଏଣୁ ଦେଶ ସମ୍ପୂର୍ଣ୍ଣ ଲକ୍ ଡାଉନ୍‌ ଥିବାବେଳେ ଶ୍ରମିକ କର୍ମଚାରୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ଭବିଷ୍ୟନିଧି ସଙ୍ଗଠନଙ୍କ ନିଷ୍ପତ୍ତି  ଏବେ ଏପରି ଲୋକଙ୍କ ଲାଗି ଆଶ୍ୱସ୍ତିକର ମନେ କରାଯାଉଛି। ଯେଉଁମାନଙ୍କର ଇପିଏଫ ଖାତା ଅଛି ସେମାନେ  ବେତନର ୩ ମାସ ବେସିକ୍ ସମେତ ମହଙ୍ଗା ଭତ୍ତାର ସମାନ ପରିମାଣ ରାଶି ବାହାର କରିପାରିବେ। ଏଥିଲାଗି ଇପିଏଫ ଅନୁମତି ପ୍ରଦାନ କରିଛନ୍ତି।

{"id":246026,"sizeSlug":"large"}

ଦେଶରେ ସିଓଭିଆଇଡି-୧୯ ମୁକାବିଲା ଲାଗି ଲକଡାଉନକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଏ ନେଇ କେନ୍ଦ୍ର ଶ୍ରମ ମନ୍ତ୍ରାଳୟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଥିବା ବେଳେ କର୍ମଚାରୀ ଭବିଷ୍ୟ ନିଧି ଯୋଜନା ୧୯୫୨ ସଂଶୋଧନ ସମ୍ପର୍କିତ ଅଧିସୂଚନା ମାର୍ଚ୍ଚ ୨୮ ତାରିଖରେ ଜାରି ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଗତ ସପ୍ତାହରେ ସୂଚନା ବି ଦେଇଥିଲେ।

{"id":246027,"sizeSlug":"large"}

ମନ୍ତ୍ରାଳୟଙ୍କ ଦ୍ୱାରା ଜାରି ଅଧିସୂଚନା ଅନୁସାରେ କର୍ମଚାରୀ ତାଙ୍କ ୩ ମାସର ମୂଳ ବେତନ(ବେସିକ୍) ଓ ମହଙ୍ଗା ଭତ୍ତା ଅଥବା ତାଙ୍କ ପିଏଫ ଆକାଉଣ୍ଟରେ ଜମା ମୋଟ ରାଶିର ୭୫ ପ୍ରତିଶତ ଯାହା ବି କମ୍‌ ହେବ ତାହା ଉଠାଇ ପାରିବେ। ତେବେ ଉଠାଣ ରାଶି ଭବିଷ୍ୟତରେ କର୍ମଚାରୀଙ୍କୁ ପୁଣି ତାଙ୍କ ଆକାଉଣ୍ଟରେ ଜମା କରିବାର ଆବଶ୍ୟକତା ପଡିବ ନାହିଁ। ଏହି ଅଧିସୂଚନା ଜାରି ହେବା ପରେ ଇପିଏଫଓ ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟମାନଙ୍କୁ ମଧ୍ୟ ସୂଚିତ କରିଦେଇଛନ୍ତି।

{"id":246028,"sizeSlug":"large"}

ଏଣୁ କୌଣସି ସଦସ୍ୟ ଯଦି ସେମାନଙ୍କ ଭବିଷ୍ୟନିଧି ଜମା ଉଠାଣ କରିବାକୁ ଚାହୁଁଥିବେ ସେମାନେ ଆବେଦନ କରିବା ମାତ୍ରେ ପ୍ରକ୍ରିୟା ତ୍ୱରାନ୍ୱୀତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆସନ୍ତୁ ଜାଣିବେ କିପରି କରିବେ ଆବେଦନ। ଏଥିପାଇଁ   ୟୁନିଫାଏଡ ସଦସ୍ୟଙ୍କୁ  ପୋର୍ଟାଲ ଲଗ୍ ଇନ୍ କରିବାକୁ ପଡିବ। ଏଥିଲାଗି ୟୁଏଏନ ନମ୍ବର ଓ ପାସୱାର୍ଡ ଦେଇ ଲଗଇନ୍ କରିବା ପରେ ମ୍ୟାନେଜ୍ ଟ୍ୟାବ୍‌କୁ ଯାଆନ୍ତୁ। ଦେକନ୍ତୁ ଆପଣଙ୍କ କେୱାଇସି ସମ୍ପର୍କିତ ସୂଚନା ଠିକ୍ ଓ ଭେରିଫାଏଡ ହୋଇଛି କି ନା। ଯଦି କେୱାଇସି ଠିକ୍ ଅଛି ଏବେ ଆପଣ ଅନଲାଇନ ସର୍ଭିସ ଟ୍ୟାବ୍‌କୁ ଯାଆନ୍ତୁ। ସେଠାରେ ଡ୍ରପ ଡାଉନ ମେନ୍ୟୁରୁ କ୍ଲେମ (ଫର୍ମ -୩୧, ୧୯ ଏଣ୍ଡ ୧୦ସି) ସିଲେକ୍ଟ କରନ୍ତୁ। କ୍ଲେମ ସ୍କ୍ରିନରେ ସଦସ୍ୟଙ୍କ କେୱାଇସି ଓ ବିବରଣୀ ଆସିଥାଏ। ଏବେ ଆପଣ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଶେଷ ୪ଟି ଡିଜିଟ୍ ଦେଇ ଭେରିଫାଇ କରନ୍ତୁ। ଏହା ପରେ ପ୍ରୋସେସ୍‌କୁ ଆଗକୁ ବଢାଇବା ଲାଗି ‘ଇଏସ୍’ ଅପସନରେ କ୍ଲିକ୍ କରନ୍ତୁ।

{"id":246029,"sizeSlug":"large"}

ଏହା ପରେ ପ୍ରୋସିଡ ଫର ଅନ ଲାଇନ୍ କ୍ଲେମରେ କ୍ଲିକ୍ କରନ୍ତୁ। ଏଥର କ୍ଲେମ ଲାଗି ରିଜିନ ସିଲେକ୍ଟ କରନ୍ତୁ। କାରଣ ଦର୍ଶାଇ ଆପ୍ଲିକେସନକୁ ସବମିଟ୍ କରିଦିଅନ୍ତୁ। ଏବେ ଆପଣଙ୍କ ଆପ୍ଲିକେସନ ଫିଲ୍ଡ କାର୍ଯ୍ୟାଳୟକୁ ଚାଲିଯିବ। ସେଠାରେ ପ୍ରୋସେସ ହେବା ପରେ ଆଡଭାନ୍ସ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.