Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରସାୟନ ବିଜ୍ଞାନରେ ଇମାନୁଏଲ ଚାରପେଣ୍ଟିଅର ଓ ଜେନିଫିର ଏ ଡାଉଡନାଙ୍କୁ ନୋବେଲ୍ ପୁରସ୍କାର

7/10/2020 at 3:56 PM

ଷ୍ଟକହୋମ ୦୭।୧୦: ରସାୟନ ବିଜ୍ଞାନରେ ୨୦୨୦ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜିନୋମ୍ ଏଡିଟିଂ ପାଇଁ ଏକ ପଦ୍ଧତିର ବିକାଶ ଲାଗି ଚଳିତ ଥର ଇମାନୁଏଲ ଚାରପେଣ୍ଟିଅର ଓ ଜେନିଫିର ଏ ଡାଉଡନାଙ୍କୁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଜରିଆରେ ସେହି କାର୍ଯ୍ୟକୁ ସମ୍ମାନିତ କରାଯାଉଛି, ଯାହାର ବର୍ତ୍ତମାନ ସମୟରେ ଅଧିକ ଉପଯୋଗ କରାଯାଉଛି।

ଷ୍ଟକହୋମରେ ସ୍ଵିଡିଶ ଏକାଡେମୀ ଅଫ ସାଇସେନ୍ସର କମିଟି ବୁଧବାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି। ଗତଥର ରସାୟନ ବିଜ୍ଞାନରେ ଲିଥିୟ-ଆୟନ ବ୍ୟାଟେରୀ ତିଆରି କରିଥିବା ବୈଜ୍ଞାନିକ ଜନ ବି ଗୁଡଇନଫ, ଏମ ଷ୍ଟାନଲି ଓ୍ଵିଟିଙ୍ଘମ ଓ ଅକିରା ୟୋସିନଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ଭାବେ ସ୍ଵର୍ଣ୍ଣ ପଦକ ଏବଂ ଏକ କୋଟି ସ୍ଵିଡିଶ କ୍ରୋନା(ପ୍ରାୟ ୮.୨୦ କୋଟି ଟଙ୍କା) ଦିଆଯାଏ। ଏହି ପୁରସ୍କାର ସ୍ଵିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ନାମରେ ଦିଆଯାଏ।

ଏହା ପୂର୍ବରୁ ବ୍ଲାକ ହୋଲର ସନ୍ଧାନ ପାଇଁ ତିନି ବୈଜ୍ଞାନିକଙ୍କୁ ଚଳିତ ବର୍ଷର ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଦିଆଯାଇଛି। ବ୍ରିଟେନର ରୋଜର ପେନରୋଜଙ୍କୁ ବ୍ଲାକ ହୋଲ୍‌ ସମ୍ବନ୍ଧିତ ଆବିଷ୍କାର ପାଇଁ ଏବଂ ଜର୍ମାନୀର ରିନହାର୍ଡ ଗେଞ୍ଜେଲ ଓ ଆମେରିକାର ଆଣ୍ଡ୍ରିଆ ଗେଜ୍‌ଙ୍କୁ ଆକାଶଗଙ୍ଗାର କେନ୍ଦ୍ରରେ  ସୁପରମେସିଭ କମ୍ପାକ୍ଟ ଅବଜେକ୍ଟର ସନ୍ଧାନ ପାଇଁ ଏହି ପୁରସ୍କାର ଦିଆଯାଇଛି। ସେହି ପରି ଭେଷଜ ବିଜ୍ଞାନରେ ଆମେରିକାର  ବୈଜ୍ଞାନିକ ହାର୍ଭେ ଜେ ଆଲଟର, ଚାର୍ଲ୍ସ ଏମ ରାଇସ୍ ଓ ବ୍ରିଟେନ ଜନ୍ମିତ ବୈଜ୍ଞାନିକ ମାଇକେଲ ହଫଟନଙ୍କୁ ମିଳିତ ଭାବେ ନୋବେଲ୍ ଦେବାକୁ ଘୋଷଣା କରାଯାଇଛି।

   Related Posts