ଫ୍ରାନ୍ସରେ ମହିଳା ନିର୍ବାଚନ ଲଢିବାକୁ ନେଇ ହଇଚଇ, ହିଜାବ ପିନ୍ଧି ପ୍ରଚାର କରିବାରୁ ସମର୍ଥନରୁ ପଛକୁ ହଟିଲେ ମେକ୍ରୋନ୍

Published By : Prameya-News7 Bureau | June 13, 2021 IST

ଫ୍ରାନ୍ସ ୧୩/୬ : ମଣ୍ଟପେଲିୟରରେ ସାରା ଜେମାହି କାଉନସିଲରଙ୍କ ପଦବୀ ପାଇଁ ନିର୍ବାଚନ ଲଢିବେ । ଆଉ ସାରାଙ୍କୁ ଗତ ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋନ୍ ଙ୍କ ଦଳ ସମର୍ଥନ କରିଆସୁଥିଲେ । ହେଲେ ଯେତେବେଳେ ସାରା ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଲେ ସେତେବେଳ ମେକ୍ରୋନଙ୍କର ସମର୍ଥନ ପଛକୁ ଫେରାଇନେଇଛନ୍ତି । ୨୬ ବର୍ଷୀୟ ବୟସ୍କା ସାରା ଜେମାହିଙ୍କ ପରି ଅନ୍ୟ ତିନିଜଣ ପ୍ରାର୍ଥୀଙ୍କ ସହ ସମାନ ଘଟଣା ଘଟିଥିଲା ।

wp:gallery {"ids":[465259],"linkTo":"none"} /wp:gallery

ବର୍ତ୍ତମାନ ସମସ୍ତେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ । ଦକ୍ଷିଣ ଫ୍ରାନ୍ସର ମଣ୍ଟପେଲିୟର୍ ସହରରେ, ସେ ମେକ୍ରୋନ୍ ଦଳର ସମର୍ଥନରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ହିଜାବ ପିନ୍ଧିବା ହେତୁ ଦଳ ସମର୍ଥନ ପ୍ରତ୍ୟାହାର କରିନେଇଛି । ଏହି ଘଟଣା ଫ୍ରାନ୍ସରେ ଧର୍ମନିରପେକ୍ଷ ମୂଲ୍ୟବୋଧର ସୁରକ୍ଷା ପାଇଁ ମେକ୍ରୋନର ବିଫଳତା ବୋଲି ଦେଖାଯାଉଛି । ଜେମ୍ମାହି, ଯିଏ ଲ୍ୟାବ୍ ଟେକ୍ନିସିଆନ୍ ଭାବରେ କାର୍ଯ୍ୟ କରନ୍ତି ।

wp:gallery {"ids":[465261],"linkTo":"none"} /wp:gallery

ସେ କହିଛନ୍ତି ମୁଁ ହାର ମାନିବିନି, ହିଜାବ ପିନ୍ଧି ପ୍ରଚାର କରିବି । ଏପରିକି ସେ ମଣ୍ଟପେଲିୟରର ଲା ମୋସାନରେ ପ୍ରଚାର ପତ୍ର ବାଣ୍ଟୁଥିବା ଦେଖିବାକୁ ମିଳିଛି । ମଣ୍ଟପେଲିଅର୍ ହେଉଛି ଫ୍ରାନ୍ସର ଏକ ସ୍ୱଳ୍ପ ଆୟକାରୀ ଜିଲ୍ଲା ଯେଉଁଠିକି ମୁସଲମାନ ସମ୍ପ୍ରଦାୟର ଅଧିକ ସଂଖ୍ୟାରେ ଲୋକ ରୁହନ୍ତି । ଫ୍ରାନ୍ସର ପୂର୍ବ ଉତ୍ତର ଆଫ୍ରିକୀୟ ଉପନିବେଶରୁ ମୁସଲମାନ ପ୍ରବାସୀମାନେ ଏହି ସହରରେ ପୀଢି ପୀଢି ଧରି ବାସ କରୁଛନ୍ତି ।

wp:html /wp:html

ଜେମାହି ତାଙ୍କର ପ୍ରଥମ ସାକ୍ଷାତକାରରୁ ଇସଲାମର ଭୂମିକା ପାଇଁ ଫ୍ରାନ୍ସର ହେଡଲାଇନରେ ରହିଆସିଛନ୍ତି । ସେ କହିଛନ୍ତି ଯେ ସେ ସମାନ ସୁଯୋଗକୁ ପ୍ରୋତ୍ସାହିତ କରିବାକୁ ଏବଂ ଭେଦଭାବ ବିରୁଦ୍ଧରେ ଲଢିବାକୁ ମୁଁ ପ୍ରସ୍ତୁତ । 'ଏହା ମୋର ଘର। ମୁଁ ଏଠାରେ ଜନ୍ମ ନେଇଛି । ହିଜାବ ଆମ ପାଇଁ ଏକ ସମସ୍ୟା ନୁହେଁ । ତେବେ ଫ୍ରାନ୍ସର ଅଧିକାଂଶ ଅଞ୍ଚଳରେ ହିଜାବ ଏବେ ପ୍ରସଙ୍ଗ ପାଲଟିଯାଇଛି ।

wp:gallery {"ids":[465262],"linkTo":"none"} /wp:gallery

ହିଜାବ ପିନ୍ଧି ଜେମାହି ପ୍ରଚାର କରୁଥିବା ଚିତ୍ର ନଜର ଆସିବା ପରେ ଇମାନୁଏଲ ମେକ୍ରୋନଙ୍କ ଲା ରେମ୍ ପାର୍ଟି ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି । ଦେଶରେ ଧର୍ମନିରପେକ୍ଷ ମୂଲ୍ୟବୋଧକୁ କିପରି ବଜାୟ ରଖାଯିବ ସେନେଇ ଦଳରେ ଏକ ବିତର୍କ ଚାଲିଛି । ଏ ପ୍ରସଙ୍ଗକୁ ସେବେଠାରୁ ଚର୍ଚ୍ଚା ହେଉଛି ଯେବେଠୁ, କ୍ୟାଥୋଲିକ ପରେ ଇସଲାମ ଧର୍ମକୁ ଫ୍ରାନ୍ସରେ ୨ୟ ବଡ ଧର୍ମ ରୂପେ ଗ୍ରହଣ କରାଯାଇଛି । ଧର୍ମନିରପେକ୍ଷ ମୂଲ୍ୟବୋଧର ଯୁକ୍ତି ବାଢୁଥିବା ଲୋକେ ବିଶ୍ୱାସ କରନ୍ତି ଯେ ଫ୍ରାନ୍ସରେ ହିଜାବ ପିନ୍ଧିବା ଇସଲାମର ରାଜନୀତିକରଣର ପ୍ରତୀକ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.