COVID-19 ସଂକଟ: ଏକକାଳୀନ ୯ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ଦୁବାଇର ସବୁଠୁ ବଡ ଏୟାରଲାଇନ୍ସ ‘ଏମିରେଟସ୍’

Published By : Prameya-News7 Bureau | July 11, 2020 IST

ଦୁବାଇ :  କରୋନା ଭାଇରସ୍ ସଂକ୍ରମଣ ଜନିତ ସଂକଟ ଯୋଗୁ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ ହୋଇଛି। ବିମାନ ଚଳାଚଳ ବନ୍ଦ ଥିବା ବେଳେ ବିମାନ କମ୍ପାନୀମାନେ କୋଟି କୋଟି ଟଙ୍କା କ୍ଷତିରେ ପଡିଛନ୍ତି। ଏଥିରେ ଦୁବାଇର ସର୍ବ ବୃହତ୍ତ ଏୟାରଲାଇନ୍ସ ଏମିରେଟସ୍ ମଧ୍ୟ ପ୍ରଭାବିତ ହୋଇଛି। ଏଣୁ ଏବେ କର୍ମଚାରୀ ହ୍ରାସ ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ବିମାନ କମ୍ପାନୀ ୧୫ ପ୍ରତିଶତ ପର୍ଯ୍ୟନ୍ତ କର୍ମଚାରୀ ହ୍ରାସ ଲାଗି ନିଷ୍ପତ୍ତି ନେଇଥିବା ବେଳେ ଅନୁନ୍ୟ ୯ ହଜାର କର୍ମଚାରୀ ଏବେ ଚାକିରୀ ହରାଇବାର ଆଶଙ୍କା କରାଗଲାଣି।

{"id":299134,"sizeSlug":"large"}

ମଧ୍ୟପ୍ରାଚ୍ୟର ଏମିରେଟସ୍‌ ସବୁଠୁ ବଡ ବିମାନ କମ୍ପାନୀ। ଏହାର ବିମାନ ଫ୍ଲିଟ୍‌ରେ ୨୭୦ଟି ୱାଇଡ୍ ବଡି ବିମାନ ଅଛି। କରୋନା ଭାଇରସ ସଂକ୍ରମଣ ଜନିତ ପରିସ୍ଥିତି ଲାଗି କମ୍ପାନୀ ଗତ ମାର୍ଚ୍ଚ ଶେଷ ସପ୍ତାହରେ ବିମାନ ଚଳାଚଳ ରୋକିବାକୁ ବାଧ୍ୟ ହୋଇଥିଲେ। ତେବେ ୨ ସପ୍ତାହ ପରେ ସୀମିତ ନେଟୱାର୍କରେ ବିମାନ ଚଳାଚଳ ଆରମ୍ଭ କରିଥିଲେ। ଅଗଷ୍ଟ ସୁଦ୍ଧା ୫୮ ସହରକୁ ପୁଣି ବିମାନ ନେଟୱାର୍କରେ ଯୋଡିବାକୁ କମ୍ପାନୀ ଯୋଜନା ରଖିଛନ୍ତି। ଏହିବିମାନ କମ୍ପାନୀରେ ୪ହଜାର ୩୦୦ ପାଇଲଟଙ୍କ ସମେତ ୨୨ ହଜାର କେବିନ କ୍ର୍ୟୁ  ଏପରି ମୋଟ ୬୦ ହଜାର କର୍ମଚାରୀ କାମ କରନ୍ତି।

{"id":299139,"sizeSlug":"large"}

ଉପୁଜିଥିବା ପରିସ୍ଥିତିରେ ଏମିରେଟସ୍‌ କର୍ମଚାରୀଙ୍କ ବେତନର ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଏଥିରେ ବି ଖର୍ଚ୍ଚ କମ୍ପାନୀ ପରିଚାଳନା ଉପରେ ବଢି ବଢି ଚାଲିଥିବାରୁ ଏବେ ନୂଆ କିଛି ପଦକ୍ଷେପ ନେଇ ପାରନ୍ତି ବୋଲି ଏୟାରଲାଇନ୍ସର ପ୍ରତିନିଧି ଟିମ୍‌ କ୍ଲାର୍କ କହିଛନ୍ତି। ହୁଏତ ଏଥିରେ ଏୟାର ଲାଇନ୍ସ ୧୫ ପ୍ରତିଶତ ପର୍ଯ୍ୟନ୍ତ କର୍ମଚାରୀ ଛଟେଇ ମଧ୍ୟ କରିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.