ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର

Published By : Prameya-News7 Bureau | December 06, 2020 IST

ଭୁବନେଶ୍ବର ୦୬/୧୨: ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମ ଭୂଷଣ ମନୋଜ ଦାସଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ଏନେଇ ସୂଚନା ଦେଇଛନ୍ତି ମନୋଜ ଦାସଙ୍କ ପୁତୁରା ବୋହୂ ରଞ୍ଜିତା ଦାସ। ମନୋଜ ଦାସ ସଚେତନ ଅଛନ୍ତି, କଥାବାର୍ତ୍ତା କରୁଛନ୍ତି। କିନ୍ତୁ ସେ ଦୁର୍ବଳ ହୋଇପଡ଼ିଛନ୍ତି । ପୂର୍ବ ଅପେକ୍ଷା ଭଲ ଅଛନ୍ତି, ଚିନ୍ତାଜନକ ସ୍ଥିତିରେ ନାହାନ୍ତି ବୋଲି ରଞ୍ଜିତା କହିଛନ୍ତି। ପୁତୁରା ବୋହୂ ରଞ୍ଜିତା ପଣ୍ଡିଚେରୀରେ ମନୋଜ ଦାସଙ୍କ ପାଖରେ ଅଛନ୍ତି।

ସୂଚନା ଅନୁସାରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଶୁକ୍ରବାର ପଣ୍ଡିଚେରୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ସହ ହାତରେ ଆଘାତ ଲାଗିବା ଯୋଗୁ ୩ ମାସ ପୂର୍ବରୁ ମନୋଜ ଦାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ତାଙ୍କ ହାତର ଅବସ୍ଥା ଭଲ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମନୋଜ ଦାସ ଉଭୟ ଓଡ଼ିଆ ଓ ଇଂରାଜୀରେ ବହୁ ପୁସ୍ତକ ଲେଖି ଖ୍ୟାତି ଅର୍ଜନ କରିଛନ୍ତି। ୨୦୦୧ରେ ସେ ପଦ୍ମ ଶ୍ରୀ ସମ୍ମାନ ପାଇଥିବା ବେଳେ ୨୦୨୦ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.