ସୋଆରେ ଇଣ୍ଡଷ୍ଟ୍ରି ୪.୦ ସମ୍ମିଳନୀରେ ବିଶ୍ବର ବିଶିଷ୍ଟ ଗବେଷକ ଏକାଠି ହେବେ

Published By : Prameya-News7 Bureau | September 14, 2018 IST

ଭୁବନେଶ୍ବର ୧୪/୯: ଶିକ୍ଷା ଓ ଅନୁସନ୍ଧାନ(ଡ୍ରିମଡ୍ ଟୁ ବି ୟୁନିଭର୍ସିଟି)ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ‘ରୋଲ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଇନ୍ ଇଣ୍ଡଷ୍ଟ୍ରି ୪.୦ ପାରାଡାଇମ୍’ ଶୀର୍ଷକ କର୍ମଶାଳାରେ ଯୋଗ ଦେବେ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ ତଥା ଆମେରିକାର ସିନସିନନାଟି ବିଶ୍ବବିଦ୍ୟାଳୟର ପ୍ରଫେସର୍ ଜେ ଲି। ଏହି ୪-ଦିନିଆ କର୍ମଶାଳାରେ ବିଦେଶରେ ପ୍ରତିଷ୍ଠା ଅର୍ଜନ କରିଥିବା ବିଶିଷ୍ଟ ଗବେଷକ ଓ ବୈଜ୍ଞାନିକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ସେପ୍ଟେମ୍ବର ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କର୍ମଶାଳା। ଏହି ସମ୍ମିଳନୀକୁ ସୋଆ ଓ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂର ଓଡ଼ିଶା ଚାପ୍ଟର ମିଳିତ ଭାବେ ଆୟୋଜନ କରିବେ। ଏହି ଅବସରରେ ଟ୍ରିପଲ୍ ଆଇଇ,ମୁମ୍ବାଇର ହୀରକ ଜୟନ୍ତୀ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଶିକ୍ଷା,ଗବେଷଣା ଏବଂ ଶିଳ୍ପ କ୍ଷେତ୍ରରେ ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ବିଶେଷଜ୍ଞମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଟ୍ରିପଲ୍ ଆଇଇ,ଓଡ଼ିଶା ଚାପ୍ଟରର ସଭାପତି ପ୍ରଫେସର୍ ଆର୍.ପି ମହାନ୍ତି ସୂଚନା ଦେଇଛନ୍ତି। ରିପବ୍ଲିକ୍ ଅଫ୍ ମରିସସର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ଡାନିଏଲ୍ କାରମାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଓଡ଼ିଶାର ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଡକ୍ଟର ଏସ୍.କେ କାମିଲା ହୀରକ ଜୟନ୍ତୀ ପୋଷ୍ଟାଲ୍ ଏନଭେଲପ୍ ରିଲିଜ୍ କରିବାର କାର୍ଯ୍ୟକ୍ରମ ରହିଛି। ଓହିଓର ବିଶିଷ୍ଟ ସ୍କଲାର ତଥା ଏଲ୍.ଡବ୍ଲୁ ସ୍କଟ୍. ଅଲ୍ଟର ଚେୟାର ପ୍ରଫେସର୍ ଏବଂ ନ୍ୟାସନାଲ୍ ସାଇନ୍ସ୍ ଫାଉଣ୍ଡେସନ୍ ଓ ୟୁନିଭର୍ସିଟି କୋଅପରେଟିଭ୍ ରିସର୍ଚ୍ଚ ସେଣ୍ଟର ଅନ୍ ଇଣ୍ଟେଲିଜେଣ୍ଟ ମେଣ୍ଟେନାନ୍ସ ସିଷ୍ଟମର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର୍ ଲି ଏହି ସମ୍ମିଳନୀର ମୁଖ୍ୟ ବକ୍ତାଭାବେ ତାଙ୍କ ଅଭିଭାଷଣ ରଖିବେ। ପ୍ରଫେସର୍ ଲି ବର୍ତ୍ତମାନ ପ୍ରେଡିକ୍ଟିଭ୍ ବିଗ୍ ଡାଟା ଆାନାଲିସିସ୍ ଆଣ୍ଡ ସାଇବର ଫିଜିକାଲ୍ ସିଷ୍ଟମସ୍ ଫର୍ ଇଣ୍ଟେଲିଜେଣ୍ଟ ମେଣ୍ଟେନାନ୍ସ ,ପ୍ରୋଗ୍ନୋଷ୍ଟିକ୍ସ ଆଣ୍ଡ ହେଲଥ୍ ମ୍ୟାନେଜମେଣ୍ଟ ଏବଂ ଇଣ୍ଡଷ୍ଟ୍ରି ୪.୦ ସିଷ୍ଟମସ୍ ଉପରେ ଗବେଷଣା କରୁଛନ୍ତି। ୨୦୧୫ରୁ ପ୍ରଯୁକ୍ତି କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଛି। ସାଇବର ଟେକ୍ନୋଲୋଜି,କ୍ଲାଉଡ୍ କମ୍ପ୍ୟୁଟିଂ,ଆର୍ଟିଫିସିଆଲ୍ ଇଣ୍ଟେଲିଜେଣ୍ଟସ୍ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ବଯୁତ ଆଗେଇଛି। ବର୍ତ୍ତମାନ ବିଶ୍ବରେ ଶିଳ୍ପ କ୍ଷେତ୍ରରେ ଚତୁର୍ଥ ସ୍ତରର ବୈପ୍ଳବିକ ପରିବର୍ତ୍ତନକୁ ହିଁ ଇଣ୍ଡଷ୍ଟ୍ରି ୪.୦ନାମରେ ନାମିତ କରାଯାଇଛି ବୋଲି ପ୍ରଫେସର୍ ମହାନ୍ତି କହିଛନ୍ତି। ଏହି ସମ୍ମିଳନୀରେ ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଦେଶ ଓ ବିଦେଶର ବିଶେଷଜ୍ଞମାନେ ପ୍ରାୟ ୨୬୦ଟି ଟେକ୍ନିକାଲ ପେପର୍ ଉପସ୍ଥାପନ କରିବେ। ସେହିପରି ବିଶ୍ବର ୧୫ଜଣ ବିଶିଷ୍ଟ ବିଶେଷଜ୍ଞ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିବେ। ସାରା ଦେଶରୁ ଆସିଥିବା ଛାତ୍ର ପ୍ରତିନିଧିମାନଙ୍କ ଦ୍ବାରା ୫୦ଟି ଟେକ୍ନିକାଲ ପୋଷ୍ଟର୍ ପ୍ରଦର୍ଶିତ କରାଯିବ। ଅନ୍ୟ ଗବେଷକଙ୍କ ମଧ୍ୟରେ ନର୍ଥ ଡାକୋଟା ଷ୍ଟେଟ୍ ୟୁନିଭର୍ସିଟି, ୟୁଏସଏର ପ୍ରଫେସର୍ ଓ.ପି ଯାଦବ,ମାଞ୍ଚେଷ୍ଟର ୟୁନିଭର୍ସିଟି,ୟୁକେର ପ୍ରଫେସର୍ ଜ୍ୟୋତି କେ. ସିହ୍ନା,ଲରେନ୍ ୟୁନିଭର୍ସିଟି,ଫାନ୍ସର ପ୍ରଫେସର୍ ବେନଏଟ୍ ଇୟଙ୍ଗ,ଡେ ମଣ୍ଟଫୋର୍ଟ ୟୁନିଭର୍ସିଟି,ୟୁକେର ପ୍ରଫେସର୍ ଡାଭିଡ୍ ଏମବିଏ,ଲୁଲିଆ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି,ସୁଇଡେନର ପ୍ରଫେସର୍ ଆଦିତ୍ୟ ପରିଡ଼ା ଏବଂ ପ୍ରଫେସର୍ ମାଟି ରାନଟାଟାଲୋ,ଲିନାୟିବସ୍ ୟୁନିଭର୍ସିଟି,ସୁଇଡେନର ପ୍ରଫେସର୍ ମିର୍କା କର୍ନ୍ସ ଏବଂ ଇସ୍କିସେହିର୍ ଓସମାନଗାଜି ୟୁନିଭର୍ସିଟି,ତୁର୍କୀର ଡକ୍ଟର୍ ବର୍ଣ୍ଣା ଉଲୁଟାସ୍ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ଆଇଆଇଟି ରୁରକିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର୍ ପ୍ରେମ ବ୍ରତ,ଆଇଓସିଏଲର ନିର୍ଦ୍ଦେଶକ (ମାନବ ସମ୍ବଳ)ଶ୍ରୀ ରଞ୍ଜନ ମହାପାତ୍ର,ବିଶିଷ୍ଟ ସ୍ନାୟୂ ବିଶେଷଜ୍ଞ ତଥା ସୋଆର ନିର୍ଦ୍ଦେଶକ (ସ୍ବାସ୍ଥ୍ୟ ସେବା)ଡକ୍ଟର୍ ଅଶୋକ ମହାପାତ୍ର,ବେଦାନ୍ତ ସିଇଓ ଶ୍ରୀ ଅଭିଜିତ ପତି,ଓରାକଲ ପ୍ରାକ୍ଟିସ୍,ଏଲ ଆଣ୍ଡ ଟି ଇନଫୋଟେକର ଗ୍ଲୋବାଲ୍ ହେଡ,ଡକ୍ଟର୍ ଅରବିନ୍ଦ ଆନକାଲିକର,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମାନୁଫାକ୍ଚରିଙ୍ଗ ଅପରେସନ୍ ମୁଖ୍ୟ ଶ୍ରୀ ବିଜୟ କାଲରା ଏବଂ ସେଲର ନିର୍ଦ୍ଦେଶକ (ପ୍ରୋଜେକ୍ଟସ)ଶ୍ରୀ ଗଣେଶ ବିଶ୍ବକର୍ମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନାଲକୋ ଏବଂ ସୋଆ ବ୍ୟତୀତ ଆଇଓସିଏଲ,ବିପିସିଏଲ,ବେଦାନ୍ତ,ଟାଟା ଷ୍ଟିଲ୍,ଆଇସିଏଫଏଆଇ,ଲାଲ ବାହାଦୁର ଶାସ୍ତ୍ରୀ ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ,ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି ଏବଂ ଏସ୍.ଏନ. ମହାନ୍ତି ଗ୍ରୃପ୍ ଏହି ସମ୍ମିଳନୀର ଆୟୋଜକ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.