Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସେ ଅନନ୍ୟ, ତାଙ୍କ କୃତି ଅଦ୍ବିତୀୟ, ତାଙ୍କ ସୃଜନୀ ରହିବ ଅମର… : ସଂକ୍ଷେପରେ ମନୋଜ ଦାସ

27/04/2021 at 10:02 PM

ଭୁବନେଶ୍ବର ୨୭/୦୪ : ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ୮୭ ବର୍ଷ ବୟସରେ ପରଲୋକ ଘଟିଛି ।  ପୁଡୁଚେରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାନରେ ମନୋଜ ଦାସଙ୍କ ନିଧନ ହୋଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡିତ ଥିଲେ ।

ଓଡିଆ ସାହିତ୍ୟ ତଥା ଭାରତ ସାହିତ୍ୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ବହୁ କାଳଜୟୀ ଉପନ୍ୟାସ, ଗଳ୍ପ, କ୍ଷୁଦ୍ର ଗଳ୍ପ, ସ୍ତମ୍ଭର ରଚୟୀତା ଥିଲେ ମନୋଜ ଦାସ । ତାଙ୍କ ଦ୍ବାରା ପ୍ରକାଶିତ ଉପନ୍ୟାସ ଆକାଶର ଇସାରା (୧୯୯୭), ଅମୃତ ଫଳ (୧୯୯୬), ସାଇକ୍ଲୋନସ୍‌(୧୯୮୭), ପ୍ରଭଞ୍ଜନ, ଗୋଧୁଳୀର ବାଘ, କନକ ଉପତ୍ୟକାର କାହାଣୀ, ଶେଷ ତାନ୍ତ୍ରୀକ ସନ୍ଧାନରେ ଆଦି ରହିଛି ।

​‌ସେହିପରି ମନୋଜ ଦାସଙ୍କ ଦ୍ବାରା ଲେଖା ଯାଇଥିବା କ୍ଷୁଦ୍ର ଗଳ୍ପ ମଧ୍ୟ ପାଠକମାନଙ୍କ ହୃଦୟ ସ୍ପର୍ଶ କରିଥିଲା । ତାଙ୍କ ଲେଖନୀରୁ ଆଦୃତ କିଛି କ୍ଷୁଦ୍ର ଗଳ୍ପ ହେଉଛି ଉପକଥା ଶତକ, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ମନୋଜ ଦାସଙ୍କ କଥା ଓ କାହାଣୀ, ଧୂମଭ ଦିଗନ୍ତ ଓ ଅନନ୍ୟ କାହାଣୀ, ଦି କ୍ରୋକୋଡାଇଲସ୍‌ ଲେଡି, ଫେୟାରଓ୍ବେଲ୍‌ ଟୁ ଏ ଘୋଷ୍ଟ, ଲିଜେଣ୍ଡ ଅଫ୍‌ ଦି ଗୋଲ୍ଡେନ୍‌ ଭ୍ୟାଲି ଆଦି ରହିଛି ।

୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ବର ଜିଲ୍ଲା ଶଙ୍ଖାରୀ ଗାଁରେ ଜନ୍ମ ଗ୍ରହଣ କରିଥିଲେ ମନୋଜ । ମନୋଜ ଦାସ ଏକାଧାରାରେ ଜଣେ ସାହିତ୍ୟିତ, ସମ୍ପାଦକ ଏବଂ ସ୍ତମ୍ଭକାର । ଓଡିଆ ସାହିତ୍ୟ ତଥା ଭାରତ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ସାହିତ୍ୟ ପ୍ରତି ଏକାଗ୍ରତା, ଭଲପାଇବା ଏବଂ ଅବଦାନ ପାଇଁ ୨୦୦୧ ମସିହାରେ ପଦ୍ମଶ୍ରୀ ଏବଂ ୨୦୨୦ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଏହା ବାଦ ୧୯୬୫ ଏବଂ ୧୯୮୭ ରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୨ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୧ରେ ଶାରଳା ପୁରସ୍କାର, ୧୯୮୬ ମସିହାରେ ବିଷୁଭ ଆଓ୍ବାର୍ଡ, ୧୯୯୫ ମସିହାରେ ସାହିତ୍ୟ ଭାରତୀ ପୁରସ୍କାର, ୨୦୦୦ ମସିହାରେ ସରସ୍ବତୀ ସମ୍ମାନ, ୨୦୦୧ ମସିହାରେ ଶ୍ରେଷ୍ଠ ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର, ୨୦୦୭ ମସିହାରେ ଅତିବଡି ଜଗନ୍ନାଥ ଦାସ ପୁରସ୍କାର, ୨୦୨୦ ମସିହାରେ କଳିଙ୍ଗ ଲିଟେରାରୀ ଆଓ୍ବାର୍ଡରେ ସମ୍ମାନୀତ ହୋଇସାରିଛନ୍ତି । ଅନେକ କାଳଜୟୀ ଉପନ୍ୟାସର ସ୍ରଷ୍ଟା ହେଉଛନ୍ତି ସାହିତ୍ୟିକ ମନୋଜ ଦାସ ।

   Related Posts