Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା, ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ସାହୁଙ୍କ ପରଲୋକ

3/06/2021 at 3:47 PM

ଭୁବନେଶ୍ୱର ୩।୬: ବିଶିଷ୍ଟ ଶିକ୍ଷାବିତ୍‌ ସ୍ୱନାମଧନ୍ୟ ଚାର୍ଟାଡ ଆକାଉଣ୍ଟାଟ, ଉଦ୍ୟୋଗପତି ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ. ବିଜୟ କୁମାର ସାହୁଙ୍କର ଗୁରୁବାର ପରଲୋକ ହୋଇଛି।  କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମଧ୍ୟାହ୍ନ ସାଢେ ଗୋଟାଏ ବେଳେ ହସ୍ପିଟାଲ ପକ୍ଷରୁ ତାଙ୍କ ପରଲୋକ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୭ ବର୍ଷ ବୟସ ହୋଇଥିଲା।

ଡ. ବିଜୟ କୁମାର ସାହୁ କିଛି ସପ୍ତାହ ପୂର୍ବେ କୋଭିଡରେ ଆକ୍ରାନ୍ତ ହୋଇ କଟକର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିବା ବେଳେ ଗୁରୁବାର ପରଲୋକ ହୋଇଛି। ହାଇଦ୍ରାବାଦରୁ ତାଙ୍କର ପାର୍ଥିବ ଶରୀର ଓଡ଼ିଶ ଅଣାଯଉଥିବା ସୂଚନା ମିଳିଛି।

ରାଜ୍ୟର ପ୍ରମୁଖ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ସାଇ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଭାବେ ଜଣାଶୁଣା ଡ. ବିଜୟ ସାହୁ ରାଜ୍ୟରେ ଉନ୍ନତ ଶିକ୍ଷାର ପ୍ରସାର ଲାଗି  ସାଇଆଙ୍ଗନ, ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲ ଓ ସାଇ ଇଣ୍ଟନ୍ୟାସାଲ ଇନିଷ୍ଟିଚ୍ୟୁଟ୍‌ ଅଫ କମର୍ସ ମଧ୍ୟ ସ୍ଥାପନା କରିଥିଲେ। ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଏବଂ ଦୂରଦୃଷ୍ଟିକୁ ଲକ୍ଷ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଡ. ସାହୁଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ନିଯୁକ୍ତ କରିଥିଲେ। ରାଜ୍ୟ ସରକାର ଏଥିପାଇଁ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଥିଲେ। ଏହି ଗୁରୁଦାୟିତ୍ୱ ନେଇଡ. ସାହୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଭାବେ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ସମସ୍ତ ୩୧୪ଟି ବ୍ଲକ୍‌ରେ ସିବିଏସଇ ଅନୁମୋଦିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା ମିସନରେ କାର୍ଯ୍ୟ କରୁଥିଲେ ।  

ଶିକ୍ଷାବିତ୍ ଡ.ସାହୁ ଏକାଧାରରେ ଜଣେ ଉଦ୍ୟୋଗପତି ମଧ୍ୟ ଥିଲେ। ହାଭାର୍ଡ ଶିକ୍ଷା ସହ ସେ ଚାର୍ଟାଡ ଆକାଉଣ୍ଟାନ୍ସୀ, କଷ୍ଟ ଆକାଉଣ୍ଟାନ୍ସୀ, ଆଇନ ଏବଂ ଏମବିଏ କରିଥିଲେ। ବାଣିଜ୍ୟରେ ଡକ୍ଟରେଟ୍‌ କରିଥିବା ବିଜୟ କୁମାର ସାହୁଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ଡି.ଲିଟ୍‌ ଉପାଧିରେ ଭୂଷିତ କରିଥିଲେ। ସେ ରାଜ୍ୟର ସର୍ବ ବୃହତ୍ତ ତଥା ପ୍ରତିଷ୍ଠିତ ଚାର୍ଟାଡ ଫାର୍ମ ଏସ୍.ଆର.ବି ଏଣ୍ଡ ଆସୋସିଏଟସ୍‌ର ସହ ପ୍ରତିଷ୍ଠାତା, ଏହା ସହ ଜେ.ଏସ୍.ଏସ୍.ର ସଫ୍ଟୱେର ଟେକ୍ନିକାଲ ପାର୍କ ଏବଂ ଜେ.ଏସ.ଏସ୍‌ ଗ୍ରୁପର ପ୍ରତିଷ୍ଠାତା । ଏହା ବ୍ୟତୀତ ସେ ଆଲହାବାଦ ବ୍ୟାଙ୍କ, ହିନ୍ଦୁସ୍ତାନ ସିପ୍‌ୟାର୍ଡ ଲିମିଟେଡର ନିର୍ଦ୍ଦେଶକ ଥିଲେ। ସେସୁ ପରିଚାଳନା ବୋର୍ଡରେ ମଧ୍ୟ ସେ ସଦସ୍ୟ ଥିଲେ। ସେ ଫିକି ଆରାଇଜର ପୂର୍ବାଞ୍ତଳ ଜୋନ ଅଧ୍ୟକ୍ଷ ମଧ୍ୟ ଥିଲେ।  ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବହୁ ବିଶିଷ୍ଟ ବ୍ୟାକ୍ତି ଶୋକ ପ୍ରକାଶ କରିଛନ୍ତି।   

   Related Posts