ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ପ୍ରଫେସର ଏମ୍.କ୍ୟୁ. ଖାନ୍‌ଙ୍କ ପରଲୋକ

Published By : Prameya-News7 Bureau | January 16, 2019 IST

କଟକ ୧୫|୧: ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ପ୍ରଫେସର ଏମ୍‌ କ୍ୟୁ ଖାନ୍‌ଙ୍କ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବୁଧବାର ସକାଳେ କଟକ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ବ୍ରହ୍ନପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ କାମ କରୁଥିବା ବେଳେ ସେ ଚାକିରୀରୁ ଅବସର ନେଇଥିଲେ । କିନ୍ତୁ ଅବସର ଜୀବନକୁ ସେ କେବଳ ଶିକ୍ଷାର ବିକାଶ ଏବଂ ସାମାଜିକ କାର୍ଯ୍ୟରେ ହିଁ ନିୟୋଜିତ କରିଥିଲେ । ବିଶେଷ କରି ସଂଖ୍ୟାଲଘୁ ସମ୍ପ୍ରଦାୟ ଭିତରେ କିପରି ଶିକ୍ଷିତ ମାନଙ୍କର ସଂଖ୍ୟା ବଢିବ ଏବଂ ମହିଳାମାନେ କିପରି ଅଧିକରୁ ଅଧିକ ଶିକ୍ଷା କ୍ଷେତ୍ରରେ ଅଗ୍ରସର କରିବେ ସେ ଦିଗରେ ତାଙ୍କର ଅତୂଳନୀୟ ଅବଦାନ ଥିଲା । କଟକ ସ୍ଥିତ ଉର୍ଦ୍ଦୁ ଲାଇବ୍ରେରୀର ସୁପରିଚାଳନା ଏବଂ ଅବଦୂଲ କାଲାମ ଆଜାଦ ଉର୍ଦ୍ଦୁ ବିଶ୍ବ ବିଦ୍ୟାଳୟ ସ୍ଥାପନା କରିବା କ୍ଷେତ୍ରରେ ତାଙ୍କର ବଳିଷ୍ଠ ଯୋଗଦାନ ମଧ୍ୟ ଥିଲା । ସେଥିଲାଗି କଟକରେ ହେବାକୁ ଥିବା ଅବଦୂଲ କାଲାମ ଆଜାଦ ଉର୍ଦ୍ଦୁ ବିଶ୍ବ ବିଦ୍ୟାଳୟର ଉପଦେଷ୍ଟା ଭାବେ ତାଙ୍କୁ ଅବସ୍ଥାପିତ କରିଥିଲେ ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.