Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ମୋରେଟୋରିୟମରେ EMIର ସୁଧ ମାମଲା: ଅଗଷ୍ଟ ପର୍ଯ୍ୟନ୍ତ ଟଳିଲା ସୁପ୍ରିମକୋର୍ଟଙ୍କ ଶୁଣାଣି

17/06/2020 at 4:08 PM

ନୂଆଦିଲ୍ଲୀ ୧୭।୬: କରୋନା ମହାମାରୀ ଯୋଗୁ ବ୍ୟାଙ୍କ ଋଣୀଙ୍କ ଲାଗି ଆରବିଆଇଙ୍କ ମୋରେଟୋରିୟମ ଅବଧିରେ ଋଣ କିସ୍ତି (ଇଏମଆଇ)ର ସୁଧ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ତେବେ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପରିସ୍ଥିତିର ସମୀକ୍ଷାକରି ଲୋକଙ୍କୁ ଆଶ୍ୱସ୍ତ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ଶୁଣାଣିକୁ କୋର୍ଟ ଅଗଷ୍ଟ ପ୍ରଥମ ସପ୍ତାହକୁ ଧାର୍ଯ୍ୟ କରିଛନ୍ତି।

ବୁଧବାର ଶୁଣାଣିରେ କୋର୍ଟ ସରକାର ଏହାକୁ ବ୍ୟାଙ୍କ ଓ ଗ୍ରାହକଙ୍କ ସମସ୍ୟା କହି ନିଜର ହାତ ଝାଡିଦେଇ ପାରିବେନି ବୋଲି କହିଛନ୍ତି। ସେହପରି ବ୍ୟାଙ୍କ ମାନେ ହଜାର ହଜାର କୋଟି ଟଙ୍କା ଏନପିଏରେ ପକାଇ ଦେଇପାରୁଛନ୍ତି  କିନ୍ତୁ କିଛି ମାସ ଲାଗି ସ୍ଥଗିତ ଇଏମଆଇ ଉପରେ ସୁଧ ନେବାକୁ ଜିଦ୍ କରୁଛନ୍ତି। ଏହାର ଜବାବରେ ସରକାରଙ୍କ ପକ୍ଷରୁ  ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜମାକାରୀଙ୍କୁ ଏହି ସମୟରେ ବ୍ୟାଙ୍କମାନେ  ଚକ୍ରବୃଦ୍ଧି ହାରରେ ସୁଧ ଦେଉଥିବାର ତର୍କ ରଖିଥିଲେ।

ତେବେ କୋର୍ଟ ବ୍ୟାଙ୍କ  ଓକିଲ ଏବଂ ସୋଲିସିଟର  ଜେନେରାଲଙ୍କ ତର୍କରେ ସନ୍ତୁଷ୍ଚ ହୋଇ ନଥିଲେ। ସରକାରଙ୍କ ଭୂମିକା କେବଳ ମୋରେଟୋରିୟମ ଘୋଷଣା ପର୍ଯ୍ୟନ୍ତ ସୀମିତ ହେବା ଉଚିତ ନୁହେଁ ବୋଲି ଜଜ୍‌ମାନେ କହିଥିଲେ।  ସେହିପରି ସରକାର ଏହି ଅବଧିରେ ବକେୟା ଟଙ୍କାର ସୁଧ ଲାଗି ବ୍ୟାଙ୍କମାନଙ୍କର ସହାୟତା କରନ୍ତୁ ଅଥବା ବ୍ୟାଙ୍କ ବିନା ସୁଧରେ କାମ ଚଳାନ୍ତୁ ବୋଲି କହିଥିଲେ।

ତେବେ ବ୍ୟାଙ୍କମାନଙ୍କର ଓକିଲ ହରିସ ସାଲଭେ ବର୍ତ୍ତମାନ ଲାଗି ମାମଲାର ଶୁଣାଣି ଟଳିବା ଆବଶ୍ୟକ ବୋଲି କୋର୍ଟଙ୍କୁ କହିଥିଲେ। କାରଣ କରୋନା ସଂକ୍ରମଣ ଓ ତତ୍ ଜନିତ ଲକଡାଉନ ଯୋଗୁ ଦେଶର ସବୁ କ୍ଷେତ୍ର ପ୍ରଭାବିତ ହୋଇଛନ୍ତି। ହେଇପାରେ କୌଣସି କ୍ଷେତ୍ର ଲାଗି ସହାୟତାର ଜରୁରି ଆବଶ୍ୟକତା ବି ଥାଇପାରେ ଓ ବ୍ୟାଙ୍କମାନଙ୍କୁ ସହାୟତା ଲାଗି ପଦକ୍ଷେପ ନେବାକୁ ବି କୁହାଯାଇପାରେ। ଏଣୁ ୩ ମାସ ପରେ ମାମଲାର ଶୁଣାଣି ହେଲେ ଭଲ ହୁଅନ୍ତା ବୋଲି ସାଲଭେ କୋର୍ଟଙ୍କୁ କହିଥିଲେ। ଯାହାକୁ କୋର୍ଟ ଗ୍ରହଣ କରିନେଇଥିବା ବେଳେ ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ପ୍ରଥମ ସପ୍ତାହକୁ ଟାଳି ଦେଇଛନ୍ତି।  

   Related Posts