ଦିଲ୍ଲୀରେ ଜରୁରୀ ପରିସ୍ଥିତି : ବିଷମୟ ହୋଇଚି ଦିଲ୍ଲୀ , ମୁହଁରେ ମାସ୍କ ନ ଲଗାଇଲେ ଘରୁ ବାହାରିବା ମୁସ୍କିଲ, ୫ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ, ଦିଲ୍ଲୀ ସରକାର ବାଣ୍ଟୁଛନ୍ତି ୫୦ଲକ୍ଷ ମାସ୍କ

Published By : Prameya-News7 Bureau | November 01, 2019 IST

ନୂଆଦିଲ୍ଲୀ୧|୧୧: ଦିଲ୍ଲୀରେ ଜରୁରୀ ପରିସ୍ଥିତି ।ଦେଶର ରାଜଧାନୀ ଦିଲ୍ଲୀରେ ଆଜି ଜରୁରୀ ପରିସ୍ଥିତି ଜାରି କରାଯାଇଛି ।କିନ୍ତୁ କୌଣସି ରାଜନୈତିକ କିମ୍ବା ଆର୍ଥିକ କାରଣରୁ ନୁହେଁ ।ବରଂ ପରିବେଶଗତ କାରଣରୁ ଦିଲ୍ଲୀରେ ଆଜି ଜରୁରୀ ପରିସ୍ଥିତି ଜାରି କରାଯାଇଛି ।ପରିସ୍ଥିତି ଏମିତି ହୋଇଛି ଯେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି ।ଦିଲ୍ଲୀ ସରକାର ନଭେମ୍ବର ୫ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିଥିବା ବେଳେ ୫୦ ଲକ୍ଷ ମାସ୍କ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।…

{"id":177755}

ବିଷମୟ ଦିଲ୍ଲୀ ।ମୁହଁରେ ମାସ୍କ ନ ଲଗାଇଲେ ଘରୁ ବାହାରିବା ମୁସ୍କିଲ ।ଇଣ୍ଡିଆ ଗେଟ୍‌ ନିକଟରେ ପିଲାଠୁ ବୟସ୍କ ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି । ଆଉ ଏ ହେଉଛି ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିର । ପ୍ରବଳ ପ୍ରଦୂଷଣ ଯୋଗୁଁ ଦୂରରୁ ଧୁଆଁଳିଆ ଦେଖାଯାଉଛି ଏହି ମନ୍ଦିର ।ଦିଲ୍ଲୀରେ ବାୟୁରେ ପ୍ରଦୂଷଣକାରୀ ଏଫ୍‌ୟୁଆଇର ମାତ୍ରା ୫୦୦ରୁ ୭୦୦ ସ୍ତରରେ ପହଞ୍ଚିଯାଇଛି । ଏମିତି ସ୍ଥିତିରେ ଶ୍ବାସ ପ୍ରଶ୍ବାସ ନେବା ନେବା କଷ୍ଟକର ହୋଇପଡ଼ିଛି ।ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ-EPCA ପକ୍ଷରୁ ଦିଲ୍ଲୀରେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ଜାରି କରାଯାଇଛି ।ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟୁଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ସରକାର ସବୁ ସ୍କୁଲ ଗୁଡ଼ିକୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ।ନିର୍ମାଣ କାର୍ଯ୍ୟ ଉପରେ ସଂପୂର୍ଣ୍ଣ ରୋକ୍‌ ଲଗାଯାଇଛି ।…

{"id":177757,"width":589,"height":388}

ଦୀପାବଳିରେ ପ୍ରବଳ ବାଣ ଫୁଟିବା ସହିତ ପଡ଼ୋଶୀ ପଞ୍ଜାବ, ହରିୟାଣା ଓ ୟୁପିରେ ଚାଷୀ ମାନେ ସେମାନଙ୍କ କ୍ଷେତରେ ଉତ୍ପାଦିତ ଶସ୍ୟର ବଳକା ଅଂଶ ପୋଡ଼ିଦେବାରୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢୁଛି ।ପ୍ରଦୂଷଣର ବିଷ ବଳୟ ଭିତରେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିଛି ।ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନଭେମ୍ବର ୫ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିବା ସହିତ ୫୦ ଲକ୍ଷ ମାସ୍କ ବାଣ୍ଟିବାକୁ ଟ୍ବିଟ୍‌ କରିଛନ୍ତି ।ତେବେ ଏହା ନାଟକବାଜି ବୋଲି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ କାଉଣ୍ଟର ଟ୍ବିଟ୍‌ କରିଛନ୍ତି ।ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଦୂଷଣ ବଢ଼ିବା ନେଇ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ଦାୟୀ କରିଛନ୍ତି ।…

{"id":177758}

 EPCA ପକ୍ଷରୁ ଲୋକଙ୍କୁ ଯଥାସମ୍ଭବ ଘରୁ କମ୍‌ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।ଖୋଲା ସ୍ଥାନରେ ଲୋକଙ୍କୁ ଏକ୍ସରସାଇଜ୍‌ ନ କରିବା ପାଇଁ ପରାମର୍ଶ ଦିଆଯାଇଛି ।ଅସୁସ୍ଥ ବ୍ୟକ୍ତି, ପିଲା ଏବଂ ବୟସ୍କ ଲୋକଙ୍କୁ ଘରୁ ବାହାରକୁ ନିଅନ୍ତୁ ନାହିଁ ।ସ୍କୁଲ ଗୁଡ଼ିକୁ ଆଉଟଡୋର୍‌ ଆକ୍ଟିଭିଟି ଏବଂ ସ୍ପୋର୍ଟସ ପିରିୟଡ୍‌ କମ୍ କରିବା ପାଇଁ କୁହାଯାଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.