ଗାଡି ଚାଳକଙ୍କୁ ଗିରଫ କରି ମୋଟା ଅଙ୍କର ଫାଇନ୍ ଆଦାୟ, ଲଘୁ ଖଣି ପରିବହନ ମାଲିକ୍ ସଂଘର ଜରୁରୀ ବୈଠକ
25/11/2020 at 10:58 PM

ଚଣ୍ଡିଖୋଲ ୨୫।୧୧: ଯାଜପୁର ଜିଲ୍ଲା ମହାବିନାୟକ ଲଘୁ ଖଣି ପରିବହନ ମାଲିକ୍ ସଂଘ ପକ୍ଷରୁ ଚଣ୍ଡିଖୋଲ ଛକର ହୋଟେଲ ମିଡିଷ୍ଟି ଠାରେ ଏଲ ଜରୁରୀ ବୈଠକ ହୋଇଛି। ବୈଠକରେ ଚାଲକ ମାନଙ୍କୁ ଗିରଫ କରି ଗାଡ଼ି ଗୁଡ଼ିକୁ ମୋଟା ଅଙ୍କରେ ଫାଇନ୍ ଆଦାୟ କରିବା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି।
ଲଘୁ ଖଣି ପରିବହନ ହେଉଥିଲା ବେଳେ ସମସ୍ତ ଜିଲ୍ଲାରେ ଜିଲ୍ଲା ଏସପି ଓ ଜିଲ୍ଲାପାଳ ନିର୍ଦ୍ଦେଶ ଅନୁସାରେ ପ୍ରଶାସନ ପକ୍ଷରୁ ଲୋଡ୍ ଗାଡ଼ି ଗୁଡ଼ିକ ଧରି ଗାଡ଼ି ଚାଲକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ଏଥି ସହ ଗାଡ଼ି ଗୁଡ଼ିକୁ ମୋଟ ଅଙ୍କରେ ଫାଇନ୍ ଆଦାୟ କରାଯାଉଛି। ଏହି ପ୍ରତିବାଦରେ ଓଡ଼ିଶାର ସମସ୍ତ ଲଘୁ ଖଣି ମାଲିକ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହ କିପରି ସମସ୍ୟା ସମାଧାନ ହେବ ଏହି ସଂପର୍କରେ ମନ୍ତ୍ରୀ , ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଅବଗତ କରାଇଛନ୍ତି।