Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ବିଲୁଆ ବିଚାରରେ ମାତିଛନ୍ତି ପାକିସ୍ତାନ ନେତା : ସୁରକ୍ଷା ପରିଷଦର କବାଟ ଠକ ଠକ୍‌ କରିବାକୁ ଇମ୍ରାନଙ୍କ ନିଷ୍ପତ୍ତି

6/08/2019 at 6:57 PM

ନୂଆଦିଲ୍ଲୀ ୬/୮: ନେତାମାନେ ବିଲୁଆ ବିଚାରରେ ମାତିଛନ୍ତି। ବସିଥିଲା ପାକିସ୍ତାନ ପାର୍ଲାମେଣ୍ଟର ଜରୁରୀ ବୈଠକ।  ଆଉ ଇମ୍ରାନ ନେଇଛନ୍ତି ନିଷ୍ପତ୍ତି ଯେ ଜାତିସଂଘର ସୁରକ୍ଷା ପରିଷଦର କବାଟ ଠକ ଠକ୍‌ କରିବେ। ଏହି ପ୍ରସଙ୍ଗ ଉଠାଇବେ। ଭାରତ ଜେନିଭା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ଅଭିଯୋଗ ଆଣିଛନ୍ତି ଇମ୍ରାନ। ଏତିକିବେଳେ ପାକିସ୍ତାନର ମନ୍ତ୍ରୀ ମଧ୍ୟ ଧମକଚମକ ଦେବାକୁ ଆରମ୍ଭ କରିଦେଇଛନ୍ତି। ପାକିସ୍ତାନ ମନ୍ତ୍ରୀ ଫୟାଦ ହୁସେନ ଚୌଧୁରୀଙ୍କ ଧମକ । ଯୁଦ୍ଧ କରିବାକୁ ବାଧ୍ୟ କରାଗଲେ ଆମେ ଜବାବ ଦେବୁ । କାଶ୍ମୀରକୁ ପାଲେଷ୍ଟାଇନ୍ କରିବାକୁ ଚେଷ୍ଟା କରୁଛି ଭାରତ ।

ସେପଟେ ପାକିସ୍ତାନ ଆର୍ମି ମଧ୍ୟ ଗଧିଆ ଗର୍ଜନ ଆରମ୍ଭ କରିଦେଇଛି। ଜେନେରାଲ କମର ଜାଭେଦ ବାଜୱା ପାକିସ୍ତାନ ସେନା ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି ଆଉ ଭାରତକୁ ଧମକ ଦେଇଛି ପାକିସ୍ତାନ ସେନା  କାଶ୍ମିରୀମାନଙ୍କ ସୁରକ୍ଷା ପାଇଁ ପାକିସ୍ତାନ ସେନା ଯେକୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ ବୋଲି କହିଛି।

ସେପଟେ ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ଇସ୍‌ଲାମି ଦେଶ ସଂଗଠନ ନିକଟକୁ ପତ୍ର ଲେଖିଛି। ସାଉଦି ଆରବରେ ଜେଦାରେ ଏହି ପ୍ରସଙ୍ଗରେ ଆଲୋଚନା ହେବା ସମୟରେ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସି ପାକିସ୍ତାନ ର ପକ୍ଷ ରଖିଛନ୍ତି। । ସେପଟେ ତୁର୍କୀ କିନ୍ତୁ ପାକିସ୍ତାନ କାନ୍ଧ ଥାପୁଡ଼ାଇଛି। ସେହିପରି ପାକିସ୍ତାନ ଜାତିସଂଘକୁ ମଧ୍ୟ ଏ ସଂପର୍କରେ ପତ୍ର ଲେଖିଛି। 

ଉଭୟ ଦେଶକୁ ନିୟନ୍ତ୍ରିତ ଆଚରଣ ରଖିବାକୁ ପରାମର୍ଶ ଦେଇଛନ୍ତି ଜାତିସଂଘର ମହାସଚିବହ। ସେପଟେ ସଂଯୁକ୍ତ ଆରବ ସିଧାସିଧା ଜଣାଇ ଦେଇଛି ଯେ ସ୍ବାଧୀନ ଭାରତରେ ବାରମ୍ବାର ରାଜ୍ୟର ପୁନର୍ଗଠନ ହୋଇଛି ଏବଂ ଏହା ମଧ୍ୟ ଭାରତ ଆଭ୍ୟନ୍ତରୀଣ ବ୍ୟାପାର। ଶ୍ରୀଲଙ୍କା ମଧ୍ୟ ଅନୁରୂପ ଭାବେ କହିଛି ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏସବୁରେ ନିରାଶ ହେଉଥିବା ପାକିସ୍ତାନ ଏବେ ଚିନ୍ତା କଲାଣି ନୂଆ ଦିଲ୍ଲୀରୁ ତାର ହାଇକମିଶନରଙ୍କୁ ଫେରାଇ ନେବା ଲାଗି। ଅବଶ୍ୟ ବିଧିବଦ୍ଧଭାବେ ଏହାକୁ ପାକିସ୍ତାନ ଘୋଷଣା କରିନାହିଁ।

   Related Posts