ଯାତ୍ରୀ ଅସୁସ୍ଥ ହେବାରୁ ଭୁବନେଶ୍ବର ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ, ଚିକିତ୍ସାଧିନ ଅବସ୍ଥାରେ ଯାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | September 08, 2019 IST

ଭୁବନେଶ୍ବର ୮।୯: ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ବିମାନ । ସ୍ପାଇସ୍-୬୨୩ ଜେଟ୍ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ଯାତ୍ରା କରୁଥିବା ଜଣେ ବୟସ୍କ ବ୍ୟକ୍ତି ଅସୁସ୍ଥତା ଅଭୁଭବ କରିବାରୁ ବିମାନଟିକୁ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି ।

{"id":154730}

ସୂଚନାଯୋଗ୍ୟ ଯେ, ସ୍ପାଇସ୍-୬୨୩ ଜେଟ୍ ବିମାନଟି ଚେନ୍ନାଇରୁ କୋଲକତା ଯାଉଥିଲା । ତେବେ ବିମାନରେ ଯାତ୍ରା କରୁଥିବା ଅଶୋକ କୁମାର ଶର୍ମା ନାମକ ଜଣେ ବୟସ୍କ ବ୍ୟକ୍ତି ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ । ଫଳରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଭୁବନେଶ୍ବର ବିମାନବନ୍ଦରରୁ ନେଇ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.