ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଥମୁନି ହିଂସା, ୧୫ ଦିନ ପାଇଁ ଓ୍ୱାଶିଂଟନରେ ଲାଗୁ ହେଲା ଜରୁରୀକାଳିନ ସ୍ଥିତି
7/01/2021 at 10:49 AM

ଓ୍ୱାଶିଂଟନ,୦୭/୦୧: ଆମେରିକା ରାଷ୍ଟ୍ରେପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଅନ୍ତିମ ସମୟରେ ଓ୍ୱାଶିଂଟନର ବ୍ୟାପକ ହିଂସା ଦେଖିବାକୁ ମିଳିଛି । ସହରର କ୍ୟାପିଟଲ ହିଲରେ ଟ୍ରମ୍ପଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ସମର୍ଥକମାନେ ବିଭିନ୍ନ ମାରଣାସ୍ତ୍ର ଧରି କ୍ୟାପିଟଲ ହିଲରେ ପ୍ରବେଶ କରିଥିଲେ । ଏଠାରେ ସେମାନେ ଭଙ୍ଗାରୁଜା କରିବା ସହ ସିନେଟରେ ମଧ୍ୟ ଆତଙ୍କ ଖେଳାଇଥିଲେ ।
ଏବେ ଓ୍ୱାଶିଂଟନରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୁରକ୍ଷା କର୍ମୀମାନେ କ୍ୟାପିଟଲ ହିଲକୁ ଘେରାବନ୍ଦୀ କରି ରଖିଛନ୍ତି । ଏହି ହିଂସାକାଣ୍ଡରେ ଏବେସୁଦ୍ଧା ୪ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ସେପଟେ ଓ୍ୱାଶିଂଟନ ସହରରେ ୧୫ ଦିନ ପାଇଁ ଜରୁରୀକାଳିନ ଘୋଷଣା କରାଯାଇଛି । ଏନେଇ ମେୟର ସୂଚନା ଦେଇଛନ୍ତି ।
ଓ୍ୱାଶିଂଟନ ପୋଲିସର ସୂଚନାନୁସାରେ, ଗୁରୁବାର ହୋଇଥିବା ହିଂସାରେ ମୋଟ୍ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାମଧ୍ୟରୁ ଜମେ ମହିଳା ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି । ଏବେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଖାଲି କରିଦେଇଛି । ସମର୍ଥକଙ୍କ ପାଖରେ ବନ୍ଧୁକ ସହ ଅନେକ ବିପଦଜ୍ଜନକ ଦ୍ରବ୍ୟ ରହଛି ।
ସୂଚନାଯୋଗ୍ୟ, ଓ୍ୱାଶିଂଟନ ହିଂସାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଶ୍ୱର ଅନେକ ବଡ ବଡ ନେତା ଦୁଃଖ ପ୍ରକାଶ କରିଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ, ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମରିସନ୍ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।