ହଙ୍ଗେରୀରେ ଜରୁରୀ ପରିସ୍ଥିତି : ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କୁ ଅସୀମିତ କ୍ଷମତା , ବନ୍ଦ ହେଲା ନିର୍ବାଚନ

Published By : Prameya-News7 Bureau | March 31, 2020 IST

ବୁଡାପେଷ୍ଟ ୩୧।୩: ହଙ୍ଗେରୀରେରେ କରେନା ଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖି ହେଙ୍ଗରୀର ସଂସଦ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କୁ ଶାସନ କରିବା ପାଇଁ ଅସୀମିତ କ୍ଷମତା ପ୍ରଦାନ କରିଛନ୍ତି । ସୋମବାର ଦିନ ହେଙ୍ଗରୀ ସଂସଦରେ ଏଭଳି ଏକ ବିଲ୍ ପାରିତ ହୋଇଥିଲା, ଯାହା ଫଳରେ ଭିକ୍ଟର ବର୍ତ୍ତମାନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାସକ ରହିବେ । ଏହାସହ ଦେଶରେ ଜରୁରୀକାଳୀନ ପରିସ୍ଥିତି ମଧ୍ୟ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ ଯେ, ହଙ୍ଗେରୀରେ ଏପର୍ଯ୍ୟନ୍ତ ୪୪୭ଜଣ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ଏଥିରୁ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ ହଙ୍ଗେରୀ ସଂସଦରେ ବହୁମତରେ ଏହି ବିଲ୍ ପାରିତ ହୋଇଛି । ଏହା ସପକ୍ଷରେ ୧୩୮ ଭୋଟ୍ ଏବଂ ବିରୋଧରେ ମାତ୍ର ୫୩ ଭୋଟ୍ ପଡିଥିଲା । ଏହି ବିଲ୍ ପାସ୍ କରିବା ପରେ ଭିକ୍ଟର ଦେଶର ସମସ୍ତ ଡେମୋକ୍ରାଟିକ୍ ସଂସ୍ଥାମାନଙ୍କଠାରୁ ଉପରେ ରହିଲେ । କାହାର ନିଷ୍ପତ୍ତି ଗ୍ରହଣ କରିବାକୁ ସେ ବାଧ୍ୟ ନୁହଁନ୍ତି । ଏହି ବିଲ୍ ଉପସ୍ଥାପନ କରିବାବେଳେ ଯୁକ୍ତି କରାଯାଇଥିଲା ଯେ କରୋନା ଭଳି ସଙ୍କଟ ସମୟରେ ଦେଶକୁ ଏକ ନେତୃତ୍ବର ଆବଶ୍ୟକତା ରହିଛି ଯିଏ ବ୍ୟୁରୋକ୍ରେସିରେ ଫସି ରହିହନାହିଁ । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଦେଶର ସର୍ବୋଚ୍ଚ ନେତାଙ୍କୁ ଆଉ କରୋନା ଭଳି ମହାମାରୀର ମୁକାବିଲା କରିବା ପାଇଁ ନିଷ୍ପତ୍ତି ନେବାକୁ କାହାର ଅନୁମତି ଆବଶ୍ୟକ ପଡିବନାହିଁ ।

ଏହି ବିଲ୍ ପାରିତ ହେବା ପରେ ସଂସଦକୁ ସ୍ଥଗିତ ରଖାଯାଇଛି । ଏହି ବିଲ୍ ଅନୁଯାୟୀ, ସାମ୍ବାଦିକଙ୍କୁ ମଧ୍ୟ ଦଣ୍ଡ ଦିଆଯାଇପାରିବ । ଯଦି ସରକାର ଅନୁଭବ କରୁଛନ୍ତି ସେମାନେ କରୋନା ବିଷୟରେ ଖରାପ ରିପୋର୍ଟ କରିଛନ୍ତି । ଆହୁରି ମଧ୍ୟ, ଯେଉଁମାନେ କ୍ବାରେଣ୍ଟାଇନ୍ ଉଲ୍ଲଂଘନ କରିବେ ସେମାନଙ୍କୁ ଦଣ୍ଡ ସହିତ ମୋଟା ଅଙ୍କର ଜରିମନା ଦେବାକୁ ପଡିବ । ବର୍ତ୍ତମାନ ଭିକ୍ଟରଙ୍କ ରହିବା ସମୟ ପର୍ଯ୍ୟନ୍ତ ନା କୌଣସି ନିର୍ବାଚନ ହେବ ନା କୌଣସି ସନ୍ଦର୍ଭ କରାଯାଇପାରିବ । ଆନ୍ତର୍ଜାତୀୟ ମାନବାଧିକୀର ୱାଚ୍ ଡଗ୍ ଏହି ବିଲ୍ କୁ ତୀବ୍ର ସମାଲୋଚନା କରିଛି । ସଂସ୍ଥା କହିଛି ଯେ ବିଲ୍ ରେ ଏହା ଉଲ୍ଲେଖ କରାଯାଇନାହିଁ ଯେ ଭିକ୍ଟରଙ୍କ ନିକଟରେ ଏହି କ୍ଷମତା କେତେଦିନ ରହିବ । କେତେ ଦିନ ପର୍ଯ୍ୟନ୍ତ ତାଙ୍କୁ ନେତା ଭାବେ ଚୟନ କରାଯାଇଛି । ଅଭିଯୋଗ ହୋଇଛି ଯେ କରୋନାକୁ ବ୍ୟବହାର କରି ଭିକ୍ଟର ନିଜକୁ ସମସ୍ତ ଡେମୋକ୍ରାଟିକ୍ ସଂସ୍ଥା ଅପେକ୍ଷା ସର୍ବକାଳୀନ ନେତା ବୋଲି ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.