Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଥମିବାର ନାଁ ନେଉନି କରୋନା : ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି ଘୋଷଣା, ଜିନିଷ ମୂଲ୍ୟ ବୃଦ୍ଧି ବରଦାସ୍ତ କରାଯିବନି

8/03/2020 at 8:48 AM

ନୂଆଦିଲ୍ଲୀ ୮।୩: ମାଡି ଆସୁଛି କରୋନା, ଆଗାମୀ ଏକ ବର୍ଷ ମଧ୍ୟରେ ସମଗ୍ର ବିଶ୍ବରେ ଦେଢ କୋଟି ଲୋକଙ୍କ ମୁଣ୍ଡ ନେବ ମହାମାରୀ କରୋନା । ଚୀନ୍ ପରେ ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ିବାରେ ଲାଗିଛି ।

ସେପଟେ ସ୍ଥିତିକୁ ଦେଖି ନ୍ୟୁୟର୍କ ଗଭର୍ଣ୍ଣର ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କୁମୋ ଏଭଳି ଘୋଷଣା କରିଛନ୍ତି । ଟ୍ବିଟ୍ କରି ସେ କହିଛନ୍ତି ଯେ, ସମୟ ସମୟରେ ନ୍ୟୁୟର୍କର ଲୋକମାନଙ୍କୁ ଏନେଇ ଅପଡେଟ୍ ପ୍ରଦାନ କରାଯିବ । ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନ ଅନେକ କଠୋର ପଦକ୍ଷେପ ନେଇଥାଏ । ଯେଉଁଥିଲେ ଲ୍ୟାବ୍ ସ୍ଥାନକୁ ଲିଜ୍ ରେ ନେବା ଅଥବା ନିଯୁକ୍ତି କରିବା ଭଳି ପଦକ୍ଷେପ ସାମିଲ ଅଛି । ଏହା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗକୁ ତ୍ବରିତ ଗତିରେ ଯେକୌଣସି ପରିସ୍ଥିତିର ମୁକାବିଲା କରିବାରେ ସାହାଯ୍ୟ କରିବ ।

ନ୍ୟୁୟର୍କର ରାଜ୍ୟପାଳ କହିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତିରେ କୌଣସି ଜିନିଷର ମୂଲ୍ୟ ବୃଦ୍ଧି କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନାହିଁ। ହ୍ୟାଣ୍ଡ ସାନିଟାଇଜର ଭଳି ଜିନିଷର ମୂଲ୍ୟରେ ବୃଦ୍ଧି ଘଟିଲେ ରିପୋର୍ଟ କରିବାକୁ ନ୍ୟୁୟର୍କର ଲୋକଙ୍କୁ ରାଜ୍ୟପାଳ ନିବେଦନ କରିଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କୁ ଅଭିଯୋଗ କରିବାକୁ ଅନୁରୋଧ କରାଯାଇଛି। ଏଥିପାଇଁ ରାଜ୍ୟପାଳ ହେଲ୍ପଲାଇନ ନମ୍ବର ୮୦୦-୬୯୭-୧୨୨୦  ମଧ୍ୟ ଜାରି କରିଛନ୍ତି। ଅନ୍ୟଥା https://dos.ny.gov/consumerprotection/ ରେ ଅଭିଯୋଗ କରିପାରିବେ ।

ଏ ଭିତରେ ଅଷ୍ଟ୍ରେଲିଆର ନ୍ୟାସନାଲ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରେ ଏହିଭଳି ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ କୁହାଯାଇଛି କରୋନା ଭାଇରସ୍ ବର୍ତ୍ତମାନ ସବୁଠାରୁ ଶକ୍ତିଶାଳି ସମୟରେ ଉପନୀତ ହୋଇଛି । ଯେ ପର୍ଯ୍ୟନ୍ତ ଏହାର ମୁକାବିଲା ନିମନ୍ତେ କୌଣସି ପ୍ରତିଷେଧକ ଟୀକା ବାହାରିନି ସେ ପର୍ଯ୍ୟନ୍ତ ସମଗ୍ର ପୃଥିବୀରେ ଏହା ନିଜ ଭୟଙ୍କର ପ୍ରଭାବ ଜାରି ରଖିବ ।

କେବଳ ସେତିକି ନୁହେଁ ଏହା ଯେଉଁଭଳି ଭୟଙ୍କର ଭାବରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବ୍ୟାପୁଛି ଆଗାମୀ ଏକ ବର୍ଷ ମଧ୍ୟରେ ଏହା ସମଗ୍ର ବିଶ୍ବରୁ ଦେଢ କୋଟି ଲୋକଙ୍କ ମୁଣ୍ଡ ନେବ ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଏହି ଭାଇରସ୍ ଲୋକଙ୍କ ଜୀବନ ନେବା ସହ ସମଗ୍ର ବିଶ୍ବରେ ଭୟଙ୍କର ଆର୍ଥିକ ପରିସ୍ଥିତି ଉପୁଜିବ ବୋଲି କୁହାଯାଇଛି । ଅନେକ ଦେଶର ଅର୍ଥନୀତି କରୋନା ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହେବ ବୋଲି ଜଣାପଡିଛି ।

   Related Posts