ଏଣ୍ଟ୍ରି ମାରିବ ଦଳିତ ପଲିଟିକ୍ସ: ୩୧ରେ କେଜ୍ରିୱାଲଙ୍କୁ ଆଣି ଦଳିତଙ୍କୁ ଏକାଠି କରି ମୂଳଦୂଆ ପକାଇବେ ଶ୍ରୀକାନ୍ତ ଓ କୃଷ୍ଣ

Published By : Prameya-News7 Bureau | January 27, 2019 IST

ଭୁବନେଶ୍ବର୨୭|୧; ଆଗାମୀ ସାଧରଣ ନିର୍ବାଚନରେ ରାଜ୍ୟରାଜନୀତିର ମୋଡ ବଦଳିବ। ରାଜ୍ୟରାଜନୀତିରେ ଏଣ୍ଟ୍ରି ମାରିବ ଦଳିତ ପଲିଟିକ୍ସ। ତାର ଇସରା ଏବେ ଠୁ ଦେଲେଣି କିଛି ଜଣାଶୁଣା ନେତା । ୩୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ୍ରେଜିଓ୍ବାଲଙ୍କୁ  ଡକାଇ ଦଳିତଙ୍କୁ ଏକାଠି କରି ଦଳିତ ପଲିଟିକ୍ସର ମୂଳଦୂଆ ପକାଇବେ ଶ୍ରୀକାନ୍ତ  ଜେନା ଓ କୃଷ୍ଣ ସଗରିଆ। ଏପଟେ ବିଜେପି ଓ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାକାଇ ଜନଅସନ୍ତୋଷ ହ୍ବାଓ୍ବାକୁ ଜୋର କରିବାକୁ ପ୍ରାୟସରେ ଲାଗିଛନ୍ତି…

{"id":78812}

୨୦୧୯ ସାଧରଣ ନିର୍ବାଚନରେ ଆସିବ ନୂଆ ମୋଡ। ଜାତିକୁ ନେଇ ହେବ ରାଜନୀତି। ଉତ୍ତର ପ୍ରଦେଶ ,ବିହାର ମହାରଷ୍ଟ୍ର ପରେ ରାଜ୍ୟ ରାଜନୀତି ଏଣ୍ଟ୍ରି ମାରିବ ଦଳିତ ପଲିଟିକ୍ସ। ଏଥିପାଇଁ କିଛି ବରିଷ୍ଠ ନେତା ଫାଶ ବାନ୍ଧିଲେଣି। ଯାହାର ବଡ ଝଲକ ୩୧ ତାରିଖ ଦେଖିବାକୁ ମିଳିବ। ଆଉ ଏହାର ମୂଳ ଦୂଆ ପକାଇବେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବଂ କୃଷ୍ଣ ସଗରିଆ। ଦଳିତକୁ ନ୍ୟାୟ ଦେବା ପାଇଁ ବାରମ୍ବାର ଏହି ନେତା ମାନେ ଦାବି କରି ଆନ୍ଦୋଳନ କରୁଛନ୍ତି। ଆସନ୍ତା ୩୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କ୍ରେଜିଓ୍ବାଲଙ୍କୁ  ଡାକି ଏହାର ଶଙ୍ଖ ନାଦ କରିବା ମୁଡରେ ଅଛନ୍ତି। ଆଉ ତାପୂବରୁ ଶ୍ରୀକାନ୍ତ ଜେନା ନିର୍ବାଚନ ଲଢ଼ିବେ ନାହିଁ କି କେଉଁ ଦଳରେ ମିଶିବେ ନାହିଁ ବୋଲି ସ୍ପଷ୍ଟ କରିବା ସହିତ  ଦଳିତଙ୍କ ନ୍ୟାୟ ପାଇଁ ଯିଏ ନିର୍ବାଚନ​ରେ ଠିଆ ହବେ ତାଙ୍କୁ ସମର୍ଥନ ଦେବେ ବୋଲି  କହିଛନ୍ତି।ଏପଟେ କୃଷ୍ଣ ମଧ୍ୟ ବହୁଜନ ସମାଜ ପାର୍ଟିରେ ଯୋଗ ଦେବା ପାଇଁ ଘୋଷଣା କରିସାରିଛନ୍ତି । ଯାହା ଦଳିତ ରାଜନୀତି ହେବାର ଅଭାସ ଦେଉଛି।

{"id":78818}

ଦଳିତଙ୍କ ଭୋଟରଙ୍କୁ ଏକାଠି କରି ନୂଆ ସମୀକରଣ ମୁଡରେ କିଛି ନେତା ଥିବାବେଳେ ବିଜେପି କିନ୍ତୁ ରାଷ୍ଟ୍ରୀୟ ଅଧ୍ୟକ୍ଷକୁ ଡକାଇ ସରକାର ବିରୋଧୀ ହାଓ୍ବା ସୃଷ୍ଟି କରିବାରେ ଲାଗିଛି। ଯେଉଁଥିୀପାଇଁ ୨୯ରେ ସାଲେପୁର ଆସିୁଛନ୍ତି ଅମିତ ଶାହା। ସେହିଦିନ ସ୍ଥାନୀୟ ବିଧାୟକ ବି ଶାହା କାଉଣ୍ଟର କରିବାପାଇଁ କରିବେ ଶୋଭାଯାତ୍ର।  ସବୁ ଦଳକୁ ନଇେ ଆସନ୍ତୁ ଚାଲିବା ନାଁ ପରି ବଜାର ଠାରୁ ସାଲେପୁର ପର୍ଯ୍ୟନ୍ତ ହେବ ପଦଯାତ୍ରା କାର୍ଯ୍ୟକ୍ରମ।

{"id":78819}

ରାଜ୍ୟରାଜନୀତିରେ ଜାତିକୁ ପଲଟିକ୍ସ କରିବା କେବେ ସଫଳ ହୋଇନି। କିନ୍ତୁ ଗୁଜୁରାଟରେ ଯେଉଁଭଳି ହାର୍ଦ୍ଦିକ ପଟେଲ ଆନ୍ଦୋଳନ କରି ଶାସକ ଦଳ ଚକମା ଦେଇଥିଲେ। ସେହପରି ଏଠି କିଛି ନେତା ଦଳିତ ପଲିଟିକ୍ସ କରି ସମୀକରଣ ବଦଳାଇବା ଉଦ୍ୟମରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.