‘ଭୂମିପୁତ୍ର’ଙ୍କୁ ସମ୍ମାନ ଜଣାଇଲା ଇଣ୍ଡୋନେସିଆ : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ କଲା ଦୂତାବାସ , କୋଠରୀର ନାମ ‘ବିଜୁ ପଟ୍ଟନାୟକ ରୁମ’

Published By : Prameya-News7 Bureau | January 12, 2021 IST

ଭୁବନେଶ୍ୱର ୧୨।୦୧: ‘ଭୂମିପୁତ୍ର’ଙ୍କୁ ସମ୍ମାନ ଜଣାଇଲା ଇଣ୍ଡୋନେସିଆ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ନାମିତ କଲା ଦୂତାବାସ କୋଠରୀ । ଇଣ୍ଡୋନେସିଆ ସ୍ୱାଧିନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ ସ୍ଥାନୀୟ ଚାଣକ୍ୟପୁରୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ ପ୍ରକୋଷ୍ଠକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଛି ।

{"id":390893,"sizeSlug":"large","linkDestination":"none"}

କୋଠରିର ନାମ ରଖାଯାଇଛି ‘ବିଜୁ ପଟ୍ଟନାୟକ ରୁମ’। ଏହି କୋଠରିର ଗୋଟିଏ ପାର୍ଶ୍ବରେ ଇଣ୍ଡୋ ନେସିଆର ମୁକ୍ତିଯୁଦ୍ଧରେ ବିଜୁ ପଟ୍ଟନାୟକ ଭୂମିକା ଓ ଅବଦାନ ସମ୍ବନ୍ଧିତ ତଥ୍ୟ ଓ ଚିତ୍ର ରହିବ। ଅନ୍ୟ ଏକ ପାର୍ଶ୍ବରେ ଦୂତାବାସର କର୍ମଚାରୀଙ୍କ ପାଇଁ ଏକ ସଭାକକ୍ଷ ରହିବ। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ଇଣ୍ଡୋନେସିଆର ହାଇକମିସନର ସିଦ୍ଧାର୍ଥ ରେଜା ସୂର୍ଯ୍ୟ ଦିପୁର, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜ୍ୟେଷ୍ଠପୁତ୍ର ପ୍ରେମ ପଟ୍ଟନାୟକ, ନାତି ଅରୁଣ ପଟ୍ଟନାୟକ ଏବଂ ଆବାସିକ କମିଶନର ରବି କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

{"id":390894,"sizeSlug":"large","linkDestination":"none"}

ଅତିଥିମାନେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ। ଭାରତ ପରେ ଇଣ୍ଡୋନେସିଆ ବିଜୁ ବାବୁଙ୍କ ଲାଗି ଦ୍ୱିତୀୟ ଗୃହ ସଦୃଶ ଥିଲା। ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିର୍ଦ୍ଧାର୍ଥ ଆର ସୂର୍ଯ୍ୟଦିପୁର କହିଥିଲେ ଯେ କରୋନା ମହାମାରୀ ଲୋପ ପାଇବା ପରେ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ତଥା ବାଣିଜ୍ୟ କାରବାର ବୃଦ୍ଧି ପାଇଁ ଆଲୋଚନା କରାଯିବ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.