ପାହାଡ଼ ପାଣି ପଶି ଭାଙ୍ଗିଲା ବନ୍ଧ, ଭୁଶୁଡ଼ିଲା ଘର, ମାଟିରେ ପୋତି ହୋଇଗଲା ଧାନ-ଚାଉଳ

Published By : Prameya-News7 Bureau | September 14, 2021 IST

ନୀଳଗିରି, ୧୪/୦୯: ଲଗାଣ ବର୍ଷା କାରଣରୁ ନୀଳଗିରିର ବିଭିନ୍ନ ଅଂଚଳରେ ଏବେ ବନ୍ୟା ଆଶଙ୍କା ଘାରିଛି । ହେଲେ ସ୍ଵର୍ଣ୍ଣଚୁଡ ପାହାଡ଼ ପାଣି ଆସି ମହିସାପଟ୍ଟା ପଞ୍ଚାୟତ ଅଧିନ ଡମ୍ବରୁଘାଟି ଅଞ୍ଚଳରେ ଥିବା ଜାମଝର ବନ୍ଧ ଭାଙ୍ଗିଯାଇଛି । ଫଳରେ ହଠାତ ପାଣି ବାହାରିବାରୁ ବନ୍ଧ ତଳେ ଥିବା ଗୁନୁରି ସିଂ, ସୁନିମଣି ସିଂ, ପିତାମ୍ବର ସିଂଙ୍କ ଚାଳଘର ଭୁଶୁଡି ପଡିବା ସହ ଆସବାବ ପତ୍ର, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଣିରେ ଧୋଇ ହୋଇଯାଇଛି।

wp:html https://www.youtube.com/watch?v=OytL0YBZvl8 /wp:html

ଧାନ ଚାଉଳ ମାଟିରେ ପୋତି ହୋଇଯାଇଥିବା ବେଳେ ଜୀବନ ବିକଳରେ ପରିବାର ଲୋକେ ଘରୁ ବାହାରି ରାସ୍ତା ଉପରେ ମୁଣ୍ଡ ଗୁଞ୍ଜିଛନ୍ତି। ଦୁର୍ବଳ ନଦୀବନ୍ଧ ପାଇଁ ଏଭଳି ସମସ୍ୟା ଉପୁଜିଥିବା ଗ୍ରାମବାସୀ ଅଭିଯୋଗ ଉଠାଇଛନ୍ତି । ସରକାରୀ ସ୍ତରରେ ଖାଦ୍ୟ ସାମଗ୍ରୀ ଓ ରହିବା ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.