Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆରମ୍ଭ ହେଲା ବର୍ଷ ବର୍ଷ ଧରି ଶ୍ରୀମନ୍ଦିର ସଂସ୍କୃତି ସହ ଯୋଡ଼ି ହୋଇରହିଥିବା ଏମଆର ମଠ ଉଚ୍ଛେଦ ପ୍ରକ୍ରିୟା, ଶ୍ରୀମନ୍ଦିରର ଇତିହାସ ଯେତିକି ପୁରୁଣା, ଏମାର ମଠର ଇତିହାସ ମଧ୍ୟ ସେତିକି ପ୍ରାଚୀନ

28/08/2019 at 6:26 PM

ପୁରୀ୨୮|୮: ପୁରୀରେ ଲଙ୍ଗୁଳି ମଠ ଉଚ୍ଛେଦ ପରେ ଏବେ ପଡ଼ିଛି  ଏମାର ମଠର ପାଳି |  ଇତିହାସର ଅନେକ ପୃଷ୍ଠାକୁ ନିଜ ସ୍ମୃତିର ଆଇନାରେ ସାଇତି ଥିବା ଏହି ମଠ ଏବେ ନିଜେ ଇତିହାସର ଗର୍ଭକୁ ଚାଲିଯିବ  । ବର୍ଷ ବର୍ଷ ଧରି ଶ୍ରୀମନ୍ଦିର  ସଂସ୍କୃତି ସହ ଯୋଡ଼ି ହୋଇରହିଥିବା ଏହି ମଠକୁ ଏବେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ  ସିଂହଦ୍ବାରା ସାମ୍ନାରୁ ହଟିବାକୁ ହେବ । ପ୍ରଶାସନର ନୋଟିସ ପରେ ଏବେ ମଠ ଖାଲି କରିବାରେ ଲାଗିଛନ୍ତି ମଠ କର୍ମଚାରୀମାନେ । …..

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏହାର ୭୫ମିଟର ପରିଧି ଭିତରେ ଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯାଉଛି । ପ୍ରଥମେ ମେଘନାଦ ପାଚେରୀ ସଂଲଗ୍ନ ନିର୍ମାଣ ଗୁଡ଼ିକୁ ଉଚ୍ଛେଦ ପରେ ସିଂହ ଦ୍ବାର ଠାରୁ ୩୦ମିଟର ଦୂରରେ ଥିବା ଲଙ୍ଗୁଳି ମଠକୁ ଭଙ୍ଗାଯାଇଥିଲା । ଏହା ପରେ ଏମାର ମଠକୁ ଉଚ୍ଛେଦ ପାଇଁ ଚାଲିଛି ପ୍ରଶାସନର ପ୍ରସ୍ତୁତି । ପ୍ରଶାସନଠାରୁ ନୋଟିସ ପାଇବା ପରେ ମଠ ଖାଲି କରୁଛନ୍ତି  ଏହାର କର୍ମଚାରୀ ।

କୁହାଯାଏ, ଶ୍ରୀମନ୍ଦିରର ଇତିହାସ ଯେତିକି ପୁରୁଣା, ଏମାର ମଠର ଇତିହାସ ମଧ ସେତିକି ପ୍ରାଚୀନ । ଏକାଦଶ ଖ୍ରୀଷ୍ଟାବ୍ଦରେ ବିଶିଷ୍ଟ ଧର୍ମଗୁରୁ ରାମାନୁଜ ଯେତେବେଳେ ସାରା ଦେଶରେ ଧର୍ମଯୋଗର ପ୍ରଚାର କରୁଥିଲେ ସେତେବେଳେ ପୁରୀ ଆସି ଏହି ମଠର ପ୍ରତିଷ୍ଠା କରିଥିଲେ । ମହାପ୍ରଭୁଙ୍କ ଚାମର ସେବା, ପଂକ୍ତି ଭୋଗ, ଝୁଲଣ ଯାତ୍ରାରେ ଏମାର ମଠର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେବେ କିଛି ବର୍ଷ ତଳେ ରୂପା ଇଟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା ଏହି ମଠ ।

ଏମାର ମଠକୁ ଉଚ୍ଛେଦ ସହ ଏହାର ଉପର ମହଲାରେ ଥିବା ରଘୁନନ୍ଦନ ପାଠାଗାରକୁ ସ୍ଥାନାନ୍ତର କରାଯିବ । ୧୯୨୧ ମସିହାରେ ଏମାର ମଠର ତତ୍କାଳୀନ ମହନ୍ତ ଗଦାଧର ରାମାନୁଜ ନିଜର ଗୁରୁ ରଘୁନନ୍ଦନ ରାମାନୁଜଙ୍କ ନାମରେ ଏହାର ସ୍ଥାପନା କରିଥିଲେ | ଏହାକୁ ବିଶ୍ବସ୍ତରୀୟ ପାଠାଗାର କରାଯିବା ସହ ବହି ଗୁଡ଼ିକର ଡିଜିଟାଇଜେସନ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏଥି ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣର ଆଶ୍ବାସନାକୁ ପୁଣି ଥରେ ଦୋହରାଇଛି ଜିଲ୍ଲା ପ୍ରଶାସନ  ।

   Related Posts