Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରସିଦ୍ଧ ଆମେରିକୀୟ ସିଙ୍ଗର୍ ଏଲଭିସ୍ ପ୍ରେସ୍ଲେଙ୍କ ନାତିଙ୍କ ଆତ୍ମହତ୍ୟା : ମାତ୍ର ୨୭ବର୍ଷରେ ମ୍ୟୁଜିସିୟାନ୍ ଜୀବନକୁ କହିଲେ ନା

13/07/2020 at 12:51 PM

ନୂଆଦିଲ୍ଲୀ ୧୩/୭: ପ୍ରସିଦ୍ଧ ଆମେରିକୀୟ ଗାୟକ ଏଲଭିସ୍ ପ୍ରେସ୍ଲେଙ୍କ ନାତି ବେଞ୍ଜାମିନ୍ କେଓଫଙ୍କ ରବିବାର ୨୭ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ସୂଚନା ଅନୁଯାୟୀ ସେ ଆମେରିକାର କୈଲାବସାସ ସ୍ଥିତ ନିଜ ଘରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଏହାର ସୂଚନା ତାଙ୍କ ମାଆ ଏବଂ ଏଲଭିସଙ୍କ ଏକମାତ୍ର କନ୍ୟା ଲିସା ମ୍ୟାରି ପ୍ରେସ୍ଲେଙ୍କ ମ୍ୟାନେଜର ଦେଇଛନ୍ତି।

View this post on Instagram

I have no words… Rest In Peace Benjamin 1992-2020 💔

A post shared by 🔹Fan Page🔹 (@priscillapresleyelvisfan) on

ଲିସାଙ୍କ ମ୍ୟାନେଜର ରୋଜର ଓ୍ବିଡିନୋବସ୍କି ,ବେଞ୍ଜାମିନଙ୍କ ମୃତ୍ୟୁ ବିଷୟରେ ଅଧିକ ସୂଚନା ଦେବାକୁ ମନା କରି ଦେଇଥିଲେ ଏବଂ କେବଳ ଏତିକି କହିଥିଲେ ଯେ ପୁଅର ମୃତ୍ୟୁରେ ତାଙ୍କ ମାଆ ଲିସା ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି।

View this post on Instagram

Mama Lion with cubs ❤️🖤💚💙🦁🥰

A post shared by Lisa Marie Presley (@lisampresley) on

ସେ କହିଛନ୍ତି ଯେ ଲିସା ତାଙ୍କ ପୁଅଙ୍କୁ ବହୁତ ଭଲ ପାଉଥିଲେ। ସେ ଏବେ ତାଙ୍କ ଝିଅ ମାନଙ୍କ ପାଇଁ ମଜବୁତ ରହିବାକୁ ଉଦ୍ୟମ କରୁଛନ୍ତି।

ବେଞ୍ଜାମିନ୍ ସାର୍ବଜନିକ ଭାବେ ଖୁବ୍ କମ୍ ଦେଖାଯାଉଥିଲେ। କିନ୍ତୁ ତାଙ୍କର ଯେତେଗୁଡ଼ିଏ ଫଟୋ ରହିଛି ତାହାକୁ ଦେଖି ଅନୁମାନ ଲଗାଯାଇପାରିବ ଯେ ତାଙ୍କ ଲୁକ୍ସ ପୂରା ତାଙ୍କ ଅଜା ଏଲଭିସଙ୍କ ସହ ମିଶୁଥିଲା। ଲିସାଙ୍କ ଅନ୍ୟ ୩ଝିଅ ଅଛନ୍ତି।

କୁହାଯାଉଛି ଯେ ବେଞ୍ଜାମିନ୍ ଜଣେ ମ୍ୟୁଜିସିୟାନ ଥିଲେ ଯିଏ ଅଭିନୟ ଜଗତରେ ପାଦ ଥାପିଥିଲେ ଏବଂ ୨୦୧୭ମସିହାରେ ଏଲଭିସଙ୍କ ମୃତ୍ୟୁର ୪୦ତମ ବାର୍ଷିକୀରେ ଟେନେସିର ମୋମ୍ଫିସ ସହରରେ ଥିବା ଏଲଭିସଙ୍କ ପୁରୁଣା ଘରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ରକ୍ ଏନ୍ ରୋଲର ଦିଗ୍ଗଜ ଏଲଭିସ୍ ପ୍ରେସ୍ଲେଙ୍କ ପରଲୋକ ୧୯୭୭ମସିହାରେ ୪୨ବର୍ଷ ବୟସରେ ପରଲୋକ ହୋଇଥିଲା।       

   Related Posts