ଆମେରିକା ଲେଖିଲା ଇତିହାସ : ବାଣିଜିକ୍ୟ ମହାକାଶ ଯାତ୍ରାର ନୂଆ ଯୁଗ, ଦୁଇ ମହାକାଶଚାରୀଙ୍କୁ ନେଇ ମହାକାଶରେ SpaceX ସିପ୍‌

Published By : Prameya-News7 Bureau | May 31, 2020 IST

ଫ୍ଲୋରିଡା ୩୧।୦୫:  ଇତିହାସ ରଚିଲା ନାସା । ବାଣିଜିକ୍ୟ ମହାକାଶ ଯାତ୍ରାର ନୂଆ ଯୁଗ ଆରମ୍ଭ ହୋଇଯାଇଛି ।ଆମେରିକାର Elon Muskଙ୍କ କମ୍ପାନୀ SpaceX ରକେଟ୍ ଦୁଇ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ପଠାଇଛି । ଆମେରିକୀୟ ସ୍ପେସ ସଂସ୍ଥା ନାସା ୯ ବର୍ଷ ପରେ ପୁଣି ଥରେ ଇତିହାସ ରଚିଛି । ଫ୍ଲୋରିଡାର କେପ କନଭରାଲରେ ଜନ ଏଫ କେନେଡେ ସ୍ପେସ ସେଣ୍ଟରରୁ ନାସା-ସ୍ପେସଏକ୍ସ ଡେମୋ-୨କୁ ସଫଳତାର ସହିତ ଉତ୍ କ୍ଷେପଣ କରିଛି । ଆମେରିକା ୯ ବର୍ଷରେ ପ୍ରଥମ ଥର ନିଜର ମାଟିରେ ସ୍ପେସରେ ପୃଥିବୀରୁ ୨ଜଣ ମହାକାଶଚାରୀ ପଠାଇଛି। ନାସାର ଆଡମିନିଷ୍ଟ୍ରେଟର ଜିମ ବ୍ରାଇଡେନଷ୍ଟିନ ଏହି ଉତକ୍ଷେପଣ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।  ଚନ୍ଦ୍ରକୁ ଛୁଇଁବା ପାଇଁ ପୃଥିବୀରୁ ପ୍ରଥମ ଉଡାନ ଏହି ଜନ କେନେଡି ସେଣ୍ଟରରୁ କରାଯାଇଥିଲା । ନାସାର ପ୍ରଶାସନିକ ଟୁଇଟ ଜରିଆରେ କହିଛନ୍ତି ଯେ, ୯ ବର୍ଷରେ ପ୍ରଥମ ଥର ଏବେ ଆମେ ଆମେରିକୀୟ ମହକାଶଚାରୀ ରକେଟ ଜରିଆରେ ଆମେରିକାର ମାଟିରୁ ପ୍ରେରଣ କରିଛୁ। ମୁଁ ନାସା ଓ ସ୍ପେସଏକ୍ସ ଟିମକୁ ନେଇ ଗର୍ବ ଅନୁଭବ କରୁଛି ।

wp:html /wp:html

ନାସା ପ୍ରଶାସନିକ ଜିମ ବ୍ରାଇଡେନଷ୍ଟାଇନ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ, ୯ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେ ଆମେରିକାର ରକେଟ ମାଧ୍ୟମରେ ଆମେରିକୀୟ ପୃଥିବୀରୁ ଆମେରିକୀୟ ମହାକାଶଚାରୀଙ୍କୁ ପଠାଇଛୁ । ମୁଁ ନାସା ଏବଂ ସ୍ପେସ୍ ଏକ୍ସ ଦଳ ପାଇଁ ଗର୍ବିତ, ଯାହା ଆମକୁ ଏହି ମୁହୂର୍ତ୍ତ ଦେଖିବାର ସୁଯୋଗ ଦେଇଛି | ଯେତେବେଳେ ଆପଣ ଏହି ଦଳକୁ ଏହି ରକେଟରେ ଦେଖନ୍ତି (ଫାଲକନ୍ 9) ଏହା ଏକ ଭିନ୍ନ ପ୍ରକାରର ଅନୁଭବ | ଏହା ହେଉଛି ଆମର ଦଳ | ଏହା ହେଉଛି ଲଞ୍ଚ ଆମେରିକା। '

{"id":278695,"sizeSlug":"large"}

ଆମେରିକାର ସମୟ ଅନୁଯାୟୀ, ରାତି ୩.୨୨ରେ ଏହି ରକେଟ୍ ଉତକ୍ଷେପଣ କରାଯାଇଥିଲା। ଉଭୟ ମହାକାଶଚାରୀ ସମସ୍ତ ପ୍ରସ୍ତୁତି ସହିତ ସ୍ପେସ୍ ଏକ୍ସ ରକେଟରେ ବସିଥିଲେ । କାଉଣ୍ଟଡାଉନ୍ ଶେଷ ହେବା ପରେ ବିମାନଟି ମହାକାଶ ଆଡକୁ ଉଡିଯାଇଥିଲା । ଏହାପୂର୍ବରୁ ବୁଧବାର ଦିନ ଖରାପ ପାଗ ହେତୁ ଲଞ୍ଚକୁ କାର୍ଯ୍ୟସୂଚୀ ଠାରୁ 16 ମିନିଟ ପୂର୍ବରୁ ସ୍ଥଗିତ ରଖିବାକୁ ପଡିଥିଲା।

{"id":278696,"sizeSlug":"large"}

Elon Muskଙ୍କ କମ୍ପାନୀ SpaceX ରକେଟ୍ ମହାକାଶଚାରୀ ରବର୍ଟ ବେହେଙ୍କେନ୍ ଏବଂ ଡଗଲାସ୍ ହର୍ଲିଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)କୁ ଉତକ୍ଷେପଣ କରିଛି | ଏହି ଦୁଇ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ରେ ପହଞ୍ଚିବା ପାଇଁ ୧୯ଘଣ୍ଟା ଯାତ୍ରା କରନ୍ତି | ୨୦୧୧ରେ ସ୍ପେସ୍ ସଟଲ୍ କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଥମ ଥର ପାଇଁ ଆମେରିକାର ମହାକାଶଚାରୀମାନଙ୍କୁ ଆମେରିକାର ମାଟିରୁ ମହାକାଶକୁ ପଠାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, ରୁଷିୟାର ସୋୟୁଜ୍ (Soyuz)କୁ ବ୍ୟବହାର କରାଯାଇଥିଲା | ପ୍ରଥମ ଥର ପାଇଁ ଏକ ଘରୋଇ କମ୍ପାନୀ ଏହି ରକେଟ୍ ଜରିଆରେ ସ୍ପେସ୍‌କୁ ଯିବ ।

ଆମେରିକାର ବିଲେନିୟର Elon Muskଙ୍କ କମ୍ପାନୀ SpaceX ରକେଟରେ ଦୁଇ ଜଣ ମହାକାଶଚାରୀଙ୍କୁ ପଠାଯାଇଛି । ଯାହାକି ଇତିହାସରେ ପ୍ରଥମ ଘଟଣା । ଦେଖିବାକୁ ଗଲେ ଏହା ମହାକାଶ ଯାତ୍ରାରେ ବାଣିଜିକ୍ୟ ଯୁଗର ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି । ପୂର୍ବରୁ ଦେଶରେ ନିଜ ନିଜ ସଂସ୍ଥା ଏପରି କାମ କରୁଥିଲେ, କିନ୍ତୁ ଏବେ ଏକ ଘରୋଇ କମ୍ପାନୀ ନିଜ ଖର୍ଚ୍ଚରେ ମହାକାଶଚାରୀଙ୍କୁ ପଠାଇବା ଘଟଣା ସାରାବିଶ୍ୱରେ ମହାକାଶରେ ବାଣିଜିକ୍ୟ ଯାତ୍ରାର ନୂଆ ଯୁଗ ଆରମ୍ଭ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.