ମାଟି ଛୁଇଁବାର ୮ ମିନିଟ୍ ଭିତରେ ମଙ୍ଗଳ ମିଶନକୁ ଝଟକା, ବିସ୍ଫୋରଣ ହୋଇ ଖଣ୍ଡ ଖଣ୍ଡ ହୋଇଗଲା spaceX

Published By : Prameya-News7 Bureau | March 04, 2021 IST

ଟେକ୍ସାସ ୦୪।୦୩: ମିଶନ ମଙ୍ଗଳ କିଛି ମାତ୍ରାରେ ସଫଳ ହୋଇଥିଲେ ବି ଶେଷ ଆଡକୁ ଝଟକା ଲାଗିଛି। spaceX ର ମହାକାଶଯାନ ଷ୍ଟାରସିପ୍ ଟେକ୍ସାସରୁ ଉତକ୍ଷେପଣ ହେବା ପରେ ୧୦ କିଲୋମିଟର ଉପରକୁ ଯାଇଥିଲା । ସଫଳତାର ସହ ଫେରି ଆସି ଲ୍ୟାଣ୍ଡିଂ ମଧ୍ୟ କରିଥିଲା । ତେବେ ଲ୍ୟାଣ୍ଡିଂ କରିବାର କିଛି ମିନିଟ ଭିତରେ ଏହା ବିସ୍ଫୋରଣରେ ନଷ୍ଟ ହୋଇଯାଇଛି। ମିଶନ ମଙ୍ଗଳର ଗୋଟିଏ ସୋପାନକୁ ସଫଳତା ମିଳିଥିବା ବେଳେ ଏକ ଝଟକା ମଧ୍ୟ ଲାଗିଛି ।

ଟେକ୍ସାସର ବୋକାଚିକା ଲଞ୍ଚିଙ୍ଗ ପ୍ୟାଡ୍‌ରୁ ଉପରକୁ ଉଠିଥିଲା ବିଶାଳକାୟ SpaceX – SN 10 । ଶୂନ୍ୟରେ ୬ ମାଇଲ ବା ପ୍ରାୟ ୧୦ କିଲୋମିଟର ଉପରକୁ ଉଠିବାର କିଛି ସମୟ ପରେ SpaceX ଭୂମିର ସହ ସମାନ୍ତରାଳ  ଭାବେ ଉଡିଥିଲା। ଏହାପରେ ଏହା ସିଧା ହୋଇ ତଳକୁ ଖସିବାକୁ ଲାଗିଲା । ଉତକ୍ଷେପଣର ୬ ମିନିଟ ୨୦ସେକେଣ୍ଡ ଭିତରେ ଏହା ସଫଳତାର ସହ ମାଟି ଛୁଇଁଲା ।

{"id":417938,"sizeSlug":"large","linkDestination":"none"}

ଏଲନ ମସ୍କଙ୍କର space exploration technology corporationକୁ ବଡ ସଫଳତା ମିଳିଥିଲା। କାରଣ ଆଗରୁ ଦୁଇ ଥର ଏହି ପରୀକ୍ଷଣ ଫେଲ ମାରିଥିଲା । ତେଣୁ ଏଥର ଏଲନ ମସ୍କଙ୍କ ମିଶନ ମଙ୍ଗଳକୁ ବଡ ସଫଳତା ମିଳିଥିଲା । ତେବେ spaceX ମାଟି ଛୁଇଁବାର ୮ମିନିଟ ଭିତରେ ମିଶନକୁ ଲାଗିଥିଲା ଝଟକା । ଭୟଙ୍କର ବିସ୍ଫୋରଣ ସହ spaceX ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ।

{"id":417940,"sizeSlug":"large","linkDestination":"none"}

ଭବିଷ୍ୟତରେ ମଙ୍ଗଳରେ ବସତି ସ୍ଥାପନ ନେଇ ପରୀକ୍ଷଣ ଚାଲିଛି। ସୁଦୂର ମଙ୍ଗଳ ଯାତ୍ରା ଲାଗି ମଣିଷ ଏବଂ ସରଞ୍ଜାମ ବୋହି ନେବା ଲାଗି ଆବଶ୍ୟକ ବିଶାଳ ମହାକାଶଯାନ । ଏଥିପାଇଁ ଏଲନ ମସ୍କଙ୍କ spaceX କମ୍ପାନୀ ମିଶନ ଆରମ୍ଭ କରିଛି । ଏହି କ୍ରମରେ SN-10 ମହାକାଶଯାନର ପରୀକ୍ଷଣ କରାଯାଇଥିଲା । ବିଶାଳକାୟ ସୁପରହେଭି ରକେଟ୍ ସହ ଖଞ୍ଜା ଯାଇଥିଲା ୫୦ମିଟର ଲମ୍ବ ଷ୍ଟାରସିପ୍ ମହାକାଶଯାନ। ଷ୍ଚାରସିପ୍ ର ଓଜନ ଥିଲା ୧ ଲକ୍ଷ କିଲୋ ଗ୍ରାମ ।

{"id":417941,"sizeSlug":"large","linkDestination":"none"}

ମଙ୍ଗଳର କକ୍ଷପଥରେ କିଭଳି ମହାକାଶଯାନ ପହଞ୍ଚିବ ଏବଂ କିଭଳି ମଙ୍ଗଳର ପୃଷ୍ଠରେ ଅବତରଣ କରିବ ସେନେଇ SpaceX – SN 10 ଥିଲା ଏକ ପରୀକ୍ଷଣ । ସଫଳତାର ସହ ଏହା ମାଟି ଛୁଇଁବା ଥିଲା ଏକ ବଡ ସୋପାନ । ତେଣୁ ଏହା ଲ୍ୟାଣ୍ଡିଂ କରିବା ପରେ ସମସ୍ତେ ବେଶ ଖୁସି ହୋଇଯାଇଥିଲେ । ଯଦିଓ ଲ୍ୟାଣ୍ଡିଂ କରିବା ପରେ ନଷ୍ଟ ହୋଇଯାଇଥିଲା ତେବେ ଆଗକୁ ଆହୁରି ଅଧିକ ପରୀକ୍ଷଣ ଲାଗି ପ୍ରସ୍ତୁତ ହୋଉଛନ୍ତି ଏଲନ ମସ୍କ । SN-19 ପର୍ଯ୍ୟନ୍ତ ମହାକାଶ ଯାନ ପରୀକ୍ଷା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.