Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଏଲନ ମସ୍କଙ୍କୁ Bit coin ନିବେଶ ପଡିଲା ମହଙ୍ଗା, ଗୋଟିଏ tweet ନେଟୱର୍ଥରୁ ଉଡାଇଦେଲା ୧୫ ବିଲିୟନ ଡଲାରରୁ ଅଧିକ

23/02/2021 at 9:53 PM

ଏଲନ ମସ୍କ ବିଶ୍ୱ ଧନୀକଙ୍କ ସୂଚୀର ଆଉ ଶୀର୍ଷ ସ୍ଥାନରେ ନାହାନ୍ତି। ବିଟ୍‌ କଏନରେ ତାଙ୍କର ଚାଲ ଓଲଟା ପଡିଯାଇଛି। ଫଳରେ ବିଟ୍‌ କଏନ ଦର ହ୍ରାସ ସହ ମସ୍କଙ୍କ ନେଟୱର୍ଥରୁ ୧୫ ବିଲିୟନରୁ ବି ଅଧିକ କ୍ଷତି ହୋଇଛି। ଫଳରେ ୱାର୍ଲଡ ରାଙ୍କିଙ୍ଗରୁ ମସ୍କ ତଳକୁ ଖସିଛନ୍ତି। ଗତ ଦିନମାନଙ୍କରେ ଏଲନ ମସ୍କ ବିଟ୍ କଏନରେ ନିବେଶ କରିଥିବାର ସୂଚନା ପ୍ରଘଟ ହେବା ପରେ ଏହାର ବଜାର ମୂଲ୍ୟ ଢେର ବଢିଯାଇଥିଲା। ଏବେ ସେହି ବିଟ୍‌ କଏନ ନିଜେ କ୍ଷତିର ସମ୍ମୁଖୀନ ହେବା ସହ ମସ୍କଙ୍କ  କ୍ଷତିର କାରଣ ହୋଇଛି। 

ଗୋଟିଏ ଟ୍ୱିଟ୍‌ ୧୫ ବିଲିୟନ ଡଲାର ସଫା
ଏଲନ ମସ୍କ ବିଟ୍ କଏନକୁ ଛୁଇଁବା ମାତ୍ରେ ଏହା ରେକର୍ଡ ସ୍ତରକୁ ପହଞ୍ଚିଥିଲା। ଗୋଟିଏ ଗୋଟିଏ ବିଟ୍‌ କଏନ ମୂଲ୍ୟ ୫୮ ହଜାର ଡଲାରରୁ ଅଧିକ ହୋଇଯାଇଥିଲା। ସେହି ଏଲନ ମସ୍କ ବିଟ୍‌ କଏନକୁ ନେଇ କରିଥିବା ଟ୍ୱିଟ୍‌ ଏହାର ମୂଲ୍ୟକୁ ଅଚାନକ ୫୦ ହଜାର ଡଲାର ପର୍ଯ୍ୟନ୍ତ ଖସାଇ ଦେଇଥିବା ବେଳେ ଟେସଲା ସେୟାର ମୂଲ୍ୟ ମଧ୍ୟ ହ୍ରାସ କରିଛି। ମସ୍କ ବିଟ୍‌ କଏନ ଓ ଇଥର ସମାନ ଉଚ୍ଚାନିଚ୍ଚା ହେଉଥିବା ଟ୍ୱିଟ୍‌ କରିଥିଲେ।

ପୁଣି ବିଶ୍ୱର ୧ ନମ୍ବର ଧନୀ ହେଲେ ଜେଫ ବେଜୋସ୍
ଟେସଲା ସେୟାର ମୂଲ୍ୟ ହ୍ରାସ ପରେ ଏଲନ ମସ୍କ ବିଶ୍ୱର ଶୀର୍ଷ ଧନିକଙ୍କ ସୂଚୀରେ ଆଉ ପ୍ରଥମ ସ୍ଥାନରେ ନାହାନ୍ତି। ତାଙ୍କ ସ୍ଥାନକୁ ଜେଫ ବେଜୋସ ଉନ୍ନିତ ହୋଇଛନ୍ତି। ଗତ ଜାନୁୟାରୀ ଆରମ୍ଭରୁ ଏଲନ ମସ୍କ ୨୧୦ ବିଲିୟନ ଡଲାର ନେଟୱର୍ଥ ସହ ବିଶ୍ୱର ଶୀର୍ଷ ଧନୀକ ଭାବେ ପରିଗଣିତ ହେଉଥିଲେ। ହେଲେ ବିଟ କଏନ କ୍ଷତି ସାଙ୍ଗକୁ ଟେସଲା ସେୟାର ମୂଲ୍ୟ ହ୍ରାସ ତାଙ୍କ ନେଟୱର୍ଥକୁ ୧୮୩.୩ ବିଲିୟନ ଡଲାରକୁ ଖସାଇ ଦେଇଛି। ତାଙ୍କ ପଛକୁ ୧୮୬.୨ ବିଲିୟନ ନେଟୱାର୍ଥ ସହ ଦ୍ୱିତୀୟ ସ୍ଥାନରେ ଥିବା ଆମାଜନ ସଂସ୍ଥାପକ ଜେଫ ବେଜୋସ ପୁଣି ବିଶ୍ୱର ୧ ନମ୍ବର ଧନୀ ପାଲଟିଛନ୍ତି।

   Related Posts