ଭାରତରେ ଏଣ୍ଟ୍ରି କଲା ଏଲନ୍ ମସ୍କଙ୍କ ଟେସ୍ଲା: ବେଙ୍ଗାଲୁରୁରେ ହେଲା ରେଜିଷ୍ଟ୍ରେସନ୍, ତିଆରି ହେବ ଇଲେକ୍ଟ୍ରିକ କାର୍

Published By : Prameya-News7 Bureau | January 13, 2021 IST

ବେଙ୍ଗାଲୁରୁ ୧୩/୦୧ : ବିଶ୍ୱର ଦ୍ୱିତୀୟ ସବୁଠାରୁ ଧନୀ ତଥା ବ୍ୟବସାୟୀ ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ କାର୍ ତିଆରି କରୁଥିବା କମ୍ପାନୀ ଟେସ୍ଲା ଭାରତରେ ଏଣ୍ଟ୍ରି କରିଛି। ଟେସ୍ଲା ଇଣ୍ଡିଆ ମୋଟର୍ସ ଆଣ୍ଡ ଏନର୍ଜି ପ୍ରାଇଭେଟ୍ ଲିମିଟେଡ଼୍ (Tesla India Motors and Energy Pvt Ltd with RoC Bangalore) ନାଁରେ ପଞ୍ଜିକୃତ ହୋଇଛି। କମ୍ପାନୀ ଏଠାରେ ଲଗ୍ଜରି ଇଲେକ୍ଟ୍ରିକ କାର ଉତ୍ପାଦନ ଏବଂ ବ୍ୟବସାୟ କରିବ। ଟେସ୍ଲା ପ୍ରଥମ ଅଫିସ ବେଙ୍ଗାଲୁରୁରେ ପଞ୍ଜିକୃତ କରିଛି। କମ୍ପାନୀ ବେଙ୍ଗାଲୁରୁର ଏକ ରିସର୍ଚ୍ଚ ଏବଂ ଡେଭେଲପ୍ମେଣ୍ଟ ୟୁନିଟ୍ ସହ କାମ ଆରମ୍ଭ କରିବ।

{"id":391561,"sizeSlug":"large","linkDestination":"none"}

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଟେସ୍ଲାକୁ ସ୍ୱାଗତ ଜଣାଇଛନ୍ତି। କର୍ପୋରେଟ୍ ମାମଲାରେ ମନ୍ତ୍ରାଳୟ ଅନୁସାରେ, ଟେସ୍ଲା ଜାନୁଆରୀ ୮ ତାରିଖରେ ବେଙ୍ଗାଲୁରୁରେ ପଞ୍ଜିକୃତ ହୋଇଥିଲା। ବୈଭବ ତନେଜା, ଭେଙ୍କଟରଙ୍ଗମ ଶ୍ରୀରାମ ଓ ଡେଭିଡ୍ ଜନ୍ ଏହାର ନିର୍ଦ୍ଦେଶକ। ବୈଭବ ତନେଜା ଟେସ୍ଲାରେ CFO ଅଛନ୍ତି। ଡେଭିଡ ଜନ ଗ୍ଲୋବାଲ ସିନିୟର ଡ଼ାଇରେକ୍ଟର, ଟ୍ରେଡ଼ ମାର୍କେଟ ଆକ୍ସେସ ଅଛନ୍ତି। କମ୍ପାନୀ ଭାରତରେ ମଡେଲ-୩ ଲଞ୍ଚ କରିପାରେ। ବର୍ଷର ପ୍ରଥମ ତ୍ରୟମାସିକର ଶେଷ ସୁଦ୍ଧା କାର ଡେଲିଭରି ଆରମ୍ଭ ହୋଇପାରେ। ଟେସ୍ଲା ସିଇଓ ଏଲନ ମସ୍କ ଗତ ବର୍ଷ ଅକ୍ଟୋବର ମାସରେ ଏକ ଟ୍ୱିଟ କରିଥିଲେ ଯେ ତାଙ୍କ କମ୍ପାନୀ ୨୦୨୧ ରେ ଭାରତ ବଜାରରେ ପ୍ରବେଶ କରିବ। ଏକ ଟ୍ୱିଟର ଜବାବରେ ମସ୍କ କହିଥିଲେ ଯେ ତାଙ୍କ କମ୍ପାନୀ ଆସନ୍ତା ବର୍ଷ ନିଶ୍ଚିତ ଭାରତରେ ପ୍ରବେଶ କରିବ।

{"id":391564,"sizeSlug":"large","linkDestination":"none"}

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଡିସେମ୍ବରରେ ସ୍ପଷ୍ଟ କରିଥିଲେ ଯେ ଟେସ୍ଲା ଆସନ୍ତା ବର୍ଷ ଭାରତରେ ପରିଚାଳନା ଆରମ୍ଭ କରିବ। ଆଗାମୀ ବର୍ଷ କମ୍ପାନୀ ଭାରତରେ ବିତରଣ କେନ୍ଦ୍ର ଖୋଲିବ। ଚାହିଦା ଆଧାରରେ କମ୍ପାନୀ ଭାରତରେ ଉତ୍ପାଦନ କାରଖାନା ଖୋଲିବାକୁ ବିଚାର କରିବ। ଭାରତରେ ଆଗାମୀ ୫ ବର୍ଷରେ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ କାର ଉତ୍ପାଦକ କ୍ଷମତା ଅଛି ବୋଲି ସେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.